Advertisment

ନକଲି ଇଞ୍ଜିନ୍ ଅଏଲ୍ କାରଖାନା ଠାବ, ୩ ଗିରଫ

ଗୋଳନ୍ଥରା ଓ ବଡ଼ ବଜାର ଥାନା ପୁଲିସ ମିଳିତ ଭାବେ ସୁକୁଣ୍ଡା ସ୍ଥିତ ଉକ୍ତ କାରଖାନାରେ ଚଢ଼ାଉ କରିଥିଲେ।

author-image
Jitendra Garnayak
Fake Engine Oil Factory

Fake Engine Oil Factory

ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡାରେ ପୁଲିସ ଏକ ନକଲି ଇଞ୍ଜିନ ଅଏଲ କାରଖାନା ଠାବ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି।

Advertisment

ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ନକଲି ଇଞ୍ଜିନ ଅଏଲ ବିକ୍ରି ହେଉଥିବା ନେଇ ଏକ କମ୍ପାନୀ ପକ୍ଷରୁ ଗୋଳନ୍ଥରା ଥାନାରେ ଅଭିଯୋଗ କରାଯାଇଥିଲା।

ଅଭିଯୋଗ ପାଇବା ପରେ ଗୋଳନ୍ଥରା ଥାନା ପୁଲିସ ପକ୍ଷରୁ ଏକ ଘରେ ଚଢ଼ାଉ କରାଯାଇଥିଲା। ସେଠାରୁ ଦୁଇ ଜଣ ବ୍ୟକ୍ତିଙ୍କଠାରୁ ନକଲି ଇଞ୍ଜିନ ଅଏଲ ଜବତ କରିଥିଲା ପୁଲିସ୍। ସେହି ଦୁଇ ବ୍ୟକ୍ତି ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡାରେ ଥିବା ନକଲି ଇଞ୍ଜିନ ଅଏଲ କାରଖାନାର ଠିକଣା ଦେଇଥିଲେ।

Advertisment

ଏହା ପରେ ଗୋଳନ୍ଥରା ଓ ବଡ଼ବଜାର ଥାନା ପୁଲିସ ମିଳିତ ଭାବେ ସୁକୁଣ୍ଡା ସ୍ଥିତ ଉକ୍ତ କାରଖାନାରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ସେଠାରୁ ୨୦୦ ଲିଟର ନକଲି ଇଞ୍ଜିନ ଅଏଲ, ୧ ହଜାରରୁ ଅଧିକ ଖାଲି ଇଞ୍ଜିନ ଅଏଲ ଡବା, ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଷ୍ଟିକର, କଲର ଓ କେମିକାଲ ଜବତ କରିଥିଲା।

Fake Item Racket Fake Engine Oil