Advertisment

ନକଲି ଯବାନ ପୋଷାକ ପିନ୍ଧି ଷ୍ଟାଡିୟମକୁ ଆସିଥିଲେ,ବାନ୍ଧିଲା ପୁଲିସ

ସୁନୀଲ ତାଳବଣିଆ ଇଣ୍ଡୋର ଷ୍ଟାଡିୟମକୁ ନକଲି ଯବାନ ପୋଷାକ ପିନ୍ଧି ଆସିଥିଲେ

author-image
Tapaswini Nayak
ଅଦ୍ୟତନ ହୋଇଛି
fake jawan

fake jawan

ସ୍ୱାଧୀନତା ଦିବସ ଅବସରରେ ନକଲି ଯବାନ ପୋଷାକ ପିନ୍ଧି ଷ୍ଟାଡିୟମକୁ ଆସିଥିଲେ ଯୁବକ। ଧରାପଡ଼ିବା ପରେ ଥାନାକୁ ଗଲେ। ଘଟଣା ଘଟିଛି ପୁରୀ ଜିଲ୍ଲା ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ। ଅଟକ ନକଲି ଯବାନ ପୁରୀ କୁମ୍ଭାରପଡା ଅଞ୍ଚଳର ସୁନୀଲ କୁମାର ବୋଲି ଜଣାପଡ଼ିଛି।  

Advertisment

ସୁନୀଲ ତାଳବଣିଆ ଇଣ୍ଡୋର ଷ୍ଟାଡିୟମକୁ ନକଲି ଯବାନ ପୋଷାକ ପିନ୍ଧି ଆସିଥିଲେ। ଗଣମାଧ୍ୟମ ପାଇଁ ଉଦ୍ଧିଷ୍ଟ ଟେଣ୍ଟରେ ସେ ମୁହଁରେ କପଡ଼ା ବାନ୍ଧି ଏନସିସି ଅଧିକାରୀଙ୍କ ପାଖରେ ବସି ରହିଥିଲେ। ଏନେଇ ସୁନୀଲଙ୍କ ଉପରେ ପୁଲିସର ସନ୍ଦେହ ହୋଇଥିଲା। ପରେ ପଚରାଉଚରା କରିବାପରେ ସୁନୀଲ ନକଲି ଯବାନ ବୋଲି ଜଣାପଡ଼ିଥିଲା। ପୁଲିସ ସୁନୀଲଙ୍କୁ ଅଟକ ରଖି ପଚରାଉଚରା କରୁଛି। 

ସୁନୀଲ କେଉଁ ଉଦ୍ଦେଶ୍ୟ ନେଇ ପଡିଆକୁ ଆସିଥିଲେ, ସୁରକ୍ଷା ବ୍ୟବସ୍ଥା ଏତେ କଡ଼ାକଡ଼ିଥିବା ସ୍ୱତ୍ତେ କିପରି ଷ୍ଟାଡିୟମ ଭିତରକୁ ପ୍ରବେଶ କଲେ ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣା ତଦନ୍ତ କରାଯାଉଛି ଓ ସୁନୀଲକୁ ପଚରାଉଚରା କରାଯାଉଛି ବୋଲି ପୁରୀ ଆଡସିନାଲ ଏସପି ସୂଚନା ଦେଇଛନ୍ତି।

Advertisment
Puri Fake Jawan