Advertisment

ବାହାରୁ ଜଣାପଡ଼ୁଥିଲା ଚାଲିଛି ପାଉଁରୁଟି ଫ୍ୟାକ୍ଟ୍ରି, ଅସଲରେ ଚାଲିଥିଲା ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି

ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଓମ୍ ନଗର ପ୍ରଥମ ଲାଇନରେ ଏକ ପାଉଁରୁଟି ଫ୍ୟାକ୍ଟ୍ରି ଭିତରୁ ଏହି ନକଲି ମଦ କାରଖାନାକୁ ଜବତ କରିଛି ବଡ଼ ବଜାର ପୁଲିସ।

author-image
Niranjan Mishra
ଅଦ୍ୟତନ ହୋଇଛି
Fake liquor factory sealed

Fake liquor factory sealed

ବାହାରକୁ ଦେଖିଲେ ଲାଗୁଛି ଏଠାରେ ପାଉଁରୁଟି ପ୍ରସ୍ତୁତ ଓ ଯୋଗାଣ ହେଉଛି। ହେଲେ ଅସଲରେ ଭିତରେ ପ୍ରସ୍ତୁତ ହେଉଥିଲା ନକଲି ମଦ। ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଓମ୍ ନଗର ପ୍ରଥମ ଲାଇନରେ ଏକ ପାଉଁରୁଟି ଫ୍ୟାକ୍ଟ୍ରି ଭିତରୁ ଏହି ନକଲି ମଦ କାରଖାନାକୁ ଜବତ କରିଛି ବଡ଼ ବଜାର ପୁଲିସ। ୩ ମହଲା ବିଶିଷ୍ଟ ବିରାଟ କୋଠାରେ ପାଉଁରୁଟି ଫ୍ୟାକ୍ଟ୍ରି ଚାଲୁଥିବା ବାହାର ବୋର୍ଡରୁ ଜଣାପଡ଼ୁଥିବା ବେଳେ ଅସଲରେ ଭିତରେ ବହୁ ପରିମାଣର ନାମୀ ଦାମୀ ବ୍ରଣ୍ଡର ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିଲା।

Advertisment

ପୁଲିସ ଏହି କୋଠାକୁ ସିଲ୍ କରିବା ସହ ସମସ୍ତ ନକଲି ମଦକୁ ଜବତ କରିଛି। ଏହି ଘଟଣାରେ ଦୁଇ ଭାଇ ତାରିଣୀ ଜେନା ଓ ମଣ୍ଟୁ ଜେନାଙ୍କୁ ବଡ଼ବଜାର ପୁଲିସ ଅଟକ ରଖି ପଚରା ଉଚରା ଚଳାଇଛି। ଏଠାରୁ ୧୦ ପେଟି ବିଦେଶୀ ନକଲି ମଦ, ୧୦ ବସ୍ତା ମଦ ବୋତଲ ଓ ଠିପିକୁ ଜବତ କରିଛି ପୁଲିସ।

ଏହି ଘର ଭିତରେ ନକଲି ମଦ ପ୍ରସ୍ତୁତ କରାଯିବା ପରେ ବୋତଲରେ ପୂରାଇ ଠିପ୍‌ ସିଲ୍ କରାଯାଉଥିଲା। ଏଥିନିମନ୍ତେ ନାମୀ ଦାମୀ କମ୍ପାନୀର ନକଲି ସିଲ୍ ଓ ଷ୍ଟିକର ବ୍ୟବହାର କରାଯାଉଥିଲା। ବୋତଲକୁ ଉପରୁ ଦେଖିଲେ ଏହା ଅସଲି ଭଳି ଜଣାପଡ଼ୁଥିବା ବେଳେ ଭିତରେ ଭେଜାଲ ମଦ ପୂରାଇ ଦିଆଯାଉଥିଲା। ମଦ ପ୍ରସ୍ତୁତ ନିମନ୍ତେ ଏହି ଅଭିଯୁକ୍ତମାନେ କାରମେଲ ଓ ସ୍ପିରିଟ୍ ବ୍ୟବହାର କରୁଥିଲେ। ଘଟଣାସ୍ଥଳରୁ ୩ ପେଟି କାରାମେଲ ଓ ୬ ପେଟି ହୋମିଓପାଥି ଔଷଧରେ ବ୍ୟବହୃତ ସ୍ପିରିଟ୍ ଜବତ କରାଯାଇଛି। ନକଲି ମଦ ପ୍ରସ୍ତୁତ ନିମନ୍ତେ ବହୁ ସରଞ୍ଜାମକୁ ମଧ୍ୟ ଜବତ କରାଯାଇଛି।

Advertisment
2 Detention୨ ଅଟକ ଅଭିଯୁକ୍ତ

ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ ପ୍ରସ୍ତୁତ କରିବା ପରେ ଏହାକୁ ଗଞ୍ଜାମର ବିଭିନ୍ନ ଅଞ୍ଚଳକୁ ୩ଟି ଅଟୋ ଯୋଗେ ଚାଲାଣ କରାଯାଉଥିଲା। ଏହି ଅଟୋକୁ ମଧ୍ୟ ପୁଲିସ ଜବତ କରିଛି। ଦିନରେ ଚାଲାଣ କଲେ କାଳେ ଧରାପଡ଼ିବେ, ସେଥିପାଇଁ ମଦ ପ୍ରସ୍ତୁତି ଓ ଚାଲାଣ ନିମନ୍ତେ ଅଭିଯୁକ୍ତ ରାତିରେ ହିଁ ସମସ୍ତ କାର୍ଯ୍ୟ କରୁଥିଲେ।

3 storey buildingଏହି ୩ ମହଲା କୋଠାରେ ଚାଲିଥିବା ନକଲି ମଦ ଫ୍ୟାକ୍ଟ୍ରି

ସେମାନେ ପ୍ରାୟ ୩ ବର୍ଷ ହେବ ଏହି କଳାକାର ନାମା ଚଲାଉଥିଲେ। କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଇପିଏସ୍ ପ୍ରବେଶନ ଅଙ୍କିତ ବର୍ମାଙ୍କ ତତ୍ତ୍ୱାବଧାନରେ ବଡ ବଜାର ଆଇଆଇସି ପ୍ରଶାନ୍ତ ଭୂପତି ଓ ଟାଉନ ଏସଡିପିଓ ମିଳିତ ଚଢାଉ କରି ଏହି କଳାଧନ୍ଦାର ଗୁମର ଖୋଲିଛନ୍ତି। ଅଭିଯୁକ୍ତମାନେ ଏହି ନକଲି ମଦଗୁଡ଼ିକୁ କେଉଁମାନଙ୍କୁ ଯୋଗାଇ ଦେଇଛନ୍ତି, କେଉଁମାନେ ଏହି ନକଲି ମଦକାରରେ ସମ୍ପୃକ୍ତ ଓ ନକଲି ମଦ ପ୍ରସ୍ତୁତ ନିମନ୍ତେ ଅଭିଯୁକ୍ତମାନେ ଆବଶ୍ୟକ ସରଞ୍ଜାମ କେଉଁଠୁ ଆଣିଲେ ତାହା ଜାଣିବାକୁ ପୁଲିସ ତଦନ୍ତ ଜାରି ରଖିଛି। ଏହାଛଡ଼ା ଏହି ନକଲି ମଦ କେତେ ହାନିକାରକ ତାହା ଜାଣିବାକୁ ଯାଞ୍ଚ କରିବାକୁ ନମୁନା ପଠାଯିବ ବୋଲି ପୁଲିସ ସୂଚନା ଦେଇଛି।

Ganjam Fake Item Racket Liquor Factory