ଝିଅର ଫଟୋ ଦେଖାଇ ପ୍ରେମ କରୁଥିଲେ, ବାପା କହି ସ୍ୱାମୀଙ୍କ ଆକାଉଣ୍ଟରେ ଟଙ୍କା ନେଉଥିଲେ!

ଯୁବତୀଙ୍କ ମଜାଳିଆ କଥାରେ ବାୟା ହୋଇଯାଇଥିଲେ ହେମନ୍ତ। ବାହା ହେବା ପାଇଁ ଚାହୁଁଥିଲେ। ହେଲେ ସେ ଧରାଛୁଆଁ ଦେଉନଥିଲେ। ଯେତେବେଳେ ହେମନ୍ତ ଜିଦ୍‌ ଧରୁଥିଲେ, ସେତେବେଳେ ସେ ମିଛର ଆଶ୍ରୟ ନେଉଥିଲେ।

Crime

Representative Image

Manoranjan Sial
  • Published: Friday, 15 March 2024
  • Updated: 15 March 2024, 10:05 PM IST

Sports

Latest News

ଝିଅର ଫଟୋ ଦେଖାଇ ଯୁବକଙ୍କୁ ପ୍ରେମ କରୁଥିଲେ ମହିଳା। ଆଉ ବାପା ବୋଲି କହି ସ୍ୱାମୀଙ୍କ ଆକାଉଣ୍ଟରେ ପ୍ରେମିକଙ୍କଠାରୁ ଟଙ୍କା ନେଉଥିଲେ। ହେଲେ ଦୁର୍ଭାଗ୍ୟକୁ ମହିଳାଙ୍କ ସବୁ ଚାଲ ଖୋଲିଦେଲା ସୋଶାଲ୍‌ ମିଡିଆ। ଦିନେ ଯେଉଁ ସୋଶାଲ୍‌ ମିଡିଆକୁ ଅସ୍ତ୍ର କରି ପ୍ରେମିକଙ୍କୁ ନିଜର ମାୟାଜାଲରେ ଫସାଇଥିଲେ, ଆଜି ସେହି ଜାଲରେ ପଡ଼ି ଜେଲ୍‌ ଗଲେ। ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏପରି ଅଜବ ପ୍ରେମ କାହାଣୀ।

ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ହେମନ୍ତ(ଛଦ୍ମନାମ)। ସୋଶାଲ ମିଡିଆରେ ତାଙ୍କର ଜଣଙ୍କ ସହିତ ବନ୍ଧୁତା ଗଢ଼ି ଉଠିଥିଲା। ଗୌର ବର୍ଣ୍ଣ ଯୁବତୀଙ୍କ ଫଟୋ ଦେଖି ବାୟା ହୋଇଯାଇଥିଲେ ହେମନ୍ତ। ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ହ୍ୱାଟ୍ସଆପ୍‌ରେ ଉଭୟ ଭାବ ଦିଆନିଆ ହୋଇଥିଲେ। ଭିଡିଓ କଲ୍‌ରେ ମଧ୍ୟ ଉଭୟ କଥା ହେଉଥିଲେ। ହେଲେ ପ୍ରେମିକାଙ୍କ ମୁହଁ ଦେଖି ପାରୁ ନଥିଲେ ହେମନ୍ତ। ବିଭିନ୍ନ ବାହାନା କରି ନିଜ ମୁହଁ ଦେଖାଉ ନ ଥିଲେ ପ୍ରେମିକା। ସେ କେବଳ ହେମନ୍ତଙ୍କ ମୁହଁ ଦେଖି ମନ ମତାଣିଆ ରଙ୍ଗିଲା କଥା କହୁଥିଲେ।

Also Read

ଯୁବତୀଙ୍କ ମଜାଳିଆ କଥାରେ ବାୟା ହୋଇଯାଇଥିଲେ ହେମନ୍ତ। ବାହା ହେବା ପାଇଁ ଚାହୁଁଥିଲେ। ହେଲେ ସେ ଧରାଛୁଆଁ ଦେଉନଥିଲେ। ଯେତେବେଳେ ହେମନ୍ତ ଜିଦ୍‌ ଧରୁଥିଲେ, ସେତେବେଳେ ସେ ମିଛର ଆଶ୍ରୟ ନେଉଥିଲେ। ଦୁର୍ଘଟଣାରେ ବାପା ଓ ମାଆଙ୍କ ମୃତ୍ୟୁ ହୋଇଥିବା କହିଥିଲେ। ପ୍ରେମରେ ଉବୁଟୁବୁ ହେଉଥିବା ପ୍ରେମିକ ପ୍ରବର ହେମନ୍ତ ତାଙ୍କ ପାଖକୁ ଟଙ୍କା ପଠାଇ ଥିଲେ। ଟଙ୍କାର ସ୍ୱାଦ ଚାଖିଲା ପରେ ପ୍ରେମିକା ଜଣଙ୍କ ବାହାନା କରି ବିଭିନ୍ନ ସମୟରେ ଟଙ୍କା ମାଗିଥିଲେ। କିଛି ଉପାୟ ନପାଇ ହେମନ୍ତ ଧାର ଉଧାର କରି ଟଙ୍କା ପଠାଉ ଥିଲେ। ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରୁଥିଲେ। ସେ କେତେବେଳେ ୧୦୦୦, କେତେବେଳେ ୧୦ ହଜାର ତ ଆଉ କେତେବେଳେ ୨୦ ହଜାର ଟଙ୍କା ଜମା କରିଥିବା ଅଭିଯୋଗ କରିଛନ୍ତି। ଏମିତି ବହୁବାର ଟଙ୍କା ଜମା କରିଛନ୍ତି। ଏମିତିକି ସୁନା ଓ ରୁପା ଗହଣା ଏବଂ ନାମୀଦାମୀ କମ୍ପାନୀ ବ୍ୟାଗ୍‌ ଆଦି କିଣି ହେମନ୍ତ ପଠାଇଛନ୍ତି।

ପ୍ରେମକୁ ଅସ୍ତ୍ର କରି ପ୍ରେମିକା ଜଣକ ଟଙ୍କା ଶୋଷିବାରେ ଲାଗିଥିଲେ। ଯେତେବେଳେ ହେମନ୍ତ ଦେଖା କରିବାକୁ ଚାହୁଁଥିଲେ, ସେତେବେଳେ ସେ ବାହାନା କରି କଥା ବୁଲାଇ ଦେଉଥିଲେ। ହେମନ୍ତଙ୍କ ସାଙ୍ଗ ସାଥୀ ଓ ପରିବାର ଲୋକଙ୍କ ଫୋନ୍‌ ନମ୍ୱର ନେଇ ସେମାନଙ୍କ ସହିତ କଥା ହେଉଥିଲେ। ହେମନ୍ତଙ୍କ ବିରୋଧରେ ଗପୁ ଥିଲେ। ଯେଉଁଥିପାଇଁ ବନ୍ଧୁ ବନ୍ଧୁ ଓ ପରିବାର ଭିତରେ ଫାଟ ସୃଷ୍ଟି ହେଉଥିଲା। ଏହା ସୁଯୋଗ ନେଇ ଯୁବତୀ ଜଣକ ହେମନ୍ତଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ଏମିତି ସେ ଅଢ଼େ ଲକ୍ଷ ଅଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।

ଦେଢ଼ ବର୍ଷ ବିତିଗଲା। ମୁହଁ ଦେଖିପାରୁନଥିବାରୁ ପ୍ରେମିକାଙ୍କ କଥାବାର୍ତ୍ତା ଉପରେ ସନ୍ଦେହ ହୋଇଥିଲା। ତେଣୁ ଚୁପ୍‌ ରହିବାକୁ ଚାହିଁଥିଲେ ହେମନ୍ତ। ବେଶୀ କଥା ହେଉଥିଲେ। ଏ ସମ୍ପର୍କରେ ଜାଣିପାରିଥିଲେ ପ୍ରେମିକା। ତେଣୁ ବିବାହର ଥୋପ ପକାଇଥିଲେ। ବାହାଘର କଥାଶୁଣି ହେମନ୍ତଙ୍କ ମନ କୁତୁକୁତୁ ହୋଇଥିଲା। ବାହା ହେବା ପାଇଁ ରାଜି ହୋଇ ଯାଇଥିଲେ। ତେଣୁ ତିଥି ବାର ବାର ଧାର୍ଯ୍ୟ କଲେ ପ୍ରେମିକା। ବାହାଘର କେଉଁଠି ହେବ? ଭୋଜିରେ କ’ଣ ହେବ? ତାହାର ନିଷ୍ପତ୍ତି ନେଇଥିଲେ ପ୍ରେମିକା। ବରଯାତ୍ରୀଙ୍କ ପାଇଁ ଚିକେନ୍‌, ମଟନ, ଭାତ, ଡାଲି, ମିକ୍ସ, ପନିର, ଖିରି ଆଦି କରିବା ପାଇଁ ମେନ୍ୟୁ ତିଆରି କରିଥିଲେ। 

ମାର୍ଚ୍ଚ ୧୪ ତାରିଖରେ ବାହାଘର ହୋଇଥାଆନ୍ତା। ସେଥିପାଇଁ ନିମନ୍ତ୍ରଣ କାର୍ଡ ପ୍ରିଣ୍ଟ ଓ ଭିଡିଓ ତିଆରି କରିଥିଲେ। ନିମନ୍ତ୍ରଣ କାର୍ଡ ପ୍ରିଣ୍ଟ ଓ ଭିଡିଓ ଗୁଡ଼ିକୁ ହେମନ୍ତଙ୍କ ପାଖକୁ ପଠାଇ ଥିଲେ ପ୍ରେମିକା। ଏପରିକି ନିଜର ଫେକ୍‌ ସୋଶାଲ୍‌ ମିଡ଼ିଆରେ ପୋଷ୍ଟ କରିବା ପରିବର୍ତ୍ତେ ଭୁଲ୍‌ରେ ନିଜ ୧୬ ବର୍ଷୀୟା ଝିଅ ଆକାଉଣ୍ଟରେ ପୋଷ୍ଟ କରିଦେଇଥିଲେ। ସେହି ଭିଡିଓ ଭାଇରାଲ ହୋଇଯାଇଥିଲା। ଆଉ ପ୍ରେମିକାଙ୍କ ଓଢ଼ଣୀ ତଳର ମୁହଁ ସର୍ବ ସମ୍ମୁଖରେ ଖୁଲାସା ହୋଇଗଲା।

ଲୋକ ଲଜ୍ଜ୍ୟାରୁ ବର୍ତ୍ତିବା ପାଇଁ ଗତ ବୁଧବାର ସନ୍ଧ୍ୟା ବେଳେ ହେମନ୍ତଙ୍କ ଘରକୁ ଧାଇଁ ଆସିଥିଲେ ପ୍ରେମିକା। କିନ୍ତୁ ତାଙ୍କୁ ଚିହ୍ନି ପାରିନଥିଲେ ହେମନ୍ତ। ତୁମେ କିଏ ବୋଲି ପଚାରିଲେ। ଏହା ପରେ ସେ ତାଙ୍କୁ ଘରକୁ ଡାକି ନେଇଥିଲେ। ସେଠାରେ ସବୁ କଥା ପଚାରିଥିଲେ। ମାତ୍ର ସେ କିଛି କଥା ସ୍ୱୀକାର କରିନଥିଲେ। ପରେ ହେମନ୍ତ ଏନେଇ କମିଶନରେଟ୍‌ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ତାଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ପଚରାଉଚରା ବେଳେ ଜାଣା ପଡ଼ିଲା, ମହିଳା ଜଣକ ନିଜ ୧୬ ବର୍ଷୀୟା ଝିଅ ଫଟୋ ପଠାଇ ପ୍ରେମ କରୁଥିଲେ। ଆଉ ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନେଉଥିଲେ, ତାହା ହେଉଛି ତାଙ୍କ ସ୍ୱାମୀଙ୍କ ଆକାଉଣ୍ଟ। ଏହା ପରେ ପୁଲିସ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story