ଘରେ ପଶିଲେ ସାତ ନକଲି ପୁଲିସ୍‌; ସର୍ଚ୍ଚ ବାହାନାରେ କଳାକନା ବୁଲାଇଦେଲେ

ପୁଲିସ୍‌ ବର୍ଦ୍ଦି ପିନ୍ଧି ଲୋକଙ୍କୁ ଚମକା ଦେଉଥିଲେ। ବର୍ଦ୍ଦିର ଧମକ ଦେଇ ଲକ୍ଷାଧିକ ଟଙ୍କା ଲୁଟୁଥିଲେ। ମାତ୍ର ନକଲି ପୁଲିସ୍‌ ସାଜିଥିବା ଏପରି ୭ ଜଣ ଲୁଟେରାଙ୍କୁ ଧରି ଅସଲି ପୁଲିସ୍‌ ଜିମା ଦେଇଛନ୍ତି ଲୋକେ।

ନକଲି ପୁଲିସ୍‌ ।

  • Published: Tuesday, 12 November 2024
  • , Updated: 12 November 2024, 08:12 AM IST

ପୁଲିସ୍‌ ବର୍ଦ୍ଦି ପିନ୍ଧି ଲୋକଙ୍କୁ ଚମକା ଦେଉଥିଲେ। ବର୍ଦ୍ଦିର ଧମକ ଦେଇ ଲକ୍ଷାଧିକ ଟଙ୍କା ଲୁଟୁଥିଲେ। ମାତ୍ର ନକଲି ପୁଲିସ୍‌ ସାଜିଥିବା ଏପରି ୭ ଜଣ ଲୁଟେରାଙ୍କୁ ଧରି ଅସଲି ପୁଲିସ୍‌ ଜିମା ଦେଇଛନ୍ତି ଲୋକେ। ଏପରି ଏକ ଘଟଣା କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ସୀମାବର୍ତ୍ତୀ ମୋହନ ଗିରି ଫାଣ୍ଡି ଅନ୍ତର୍ଗତ ରୁବେନ ଗାଁରେ ଘଟିଛି।

୭ ଜଣ ଲୁଟେରା ପୁଲିସ ୟୁନିଫର୍ମ ପିନ୍ଧି ରୁବେନ ଗାଁର ରୀପା ମାଝୀଙ୍କ ଘରକୁ ଯାଇଥିଲେ। ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଘରେ ଲୁଚାଇ ରଖିଛ କହି ଧମକ ଚମକ ଦେବା ସହ ନାଲି ଆଖି ଦେଖାଇଥିଲେ। ଏଥିସହ ଆମେ ସର୍ଚ୍ଚ କରିବୁ କହି ଘରେ ପଶିଲେ। ଏହାପରେ ସେମାନେ ରୀପାଙ୍କ ଘରେ କଳାକନା ବୁଲାଇ ତାଙ୍କ ବାକ୍ସରୁ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଥିଲେ।

ଏନେଇ ସନ୍ଦେହ ହେବାରୁ ସ୍ଥାନୀୟ ଲୋକେ ବୋଲେରୋ ଗାଡ଼ି ସହ ୩ ଜଣ ଡକାୟତଙ୍କୁ କାବୁ କରିଥିଲେ। ଏହାପରେ ସେମାନେ ଉକ୍ତ ୩ ଜଣଙ୍କୁ ମୋହନଗିରି ଫାଣ୍ଡିରେ ଜିମା ଦେଇଛନ୍ତି ଲୋକେ। ଲୁଟେରା ମାନେ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। । ବାକି ୪ ଜଣ ଟଙ୍କା ଧରି ଫେରାର୍ ହୋଇଯାଇଥିବା ବେଳେ ପୁଲିସ୍ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଖୋଜିବାକୁ ଚଢ଼ାଉ କରୁଛି।

Related story