Advertisment

ତେଲ, ମସଲା, ଔଷଧ ପରେ ନକଲି ବ୍ୟାଙ୍କ୍; SBI ନାଁରେ ଚାଲିଥିଲା ଠକେଇ

ଏପରି ଚତୁରତାର ସହ ପୂରା କାର୍ଯ୍ୟ ଚାଲିଥିଲା, ଯାହାର କେହି ଟେର୍ ପାଇନଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
SBI Brach

SBI Brach

ନକଲି ମସଲା, ନକଲି ଔଷଧ ପରେ ଏବେ ନକଲି ବ୍ୟାଙ୍କ୍। ଆଶ୍ଚର୍ଯ୍ୟ ଲାଗୁଥିବା ଏ କଥା ସତ। ଛତିଶଗଡରେ ଚାଲିଥିଲା ଦେଶର ସବୁଠୁ ବଡ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (SBI) ନାଁରେ ଜାଲିଆତି। ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲା ଏହି ନକଲି ବ୍ୟାଙ୍କ ସିଣ୍ଡିକେଟ।

Advertisment

କେବଳ ଏତିକି ନୁହେଁ, ସ୍ଥାନୀୟ ଯୁବକ-ଯୁବତୀଙ୍କୁ ଏହି ବ୍ରାଞ୍ଚରେ ଚାକିରି ମିଳିଥିଲା। ନକଲି ଅଫର୍ ଲେଟର୍ ସହାୟତାରେ ସେମାନଙ୍କୁ ନିଯୁକ୍ତି ଦିଯାଇଥିଲା, ଦରମା ଥିଲା ମାସକୁ 30ରୁ 35 ହଜାର ଟଙ୍କା। କର୍ମଚାରୀଙ୍କୁ ଟ୍ରେନିଂ ବି ଦିଆଯାଇଥିଲା। ଏପରି ଚତୁରତାର ସହ ପୂରା କାର୍ଯ୍ୟ ଚାଲିଥିଲା, ଯାହାର କେହି ଟେର୍ ପାଇନଥିଲେ।

ସୂଚନା ଅନୁସାରେ, ଏହି SBI ବ୍ରାଞ୍ଚ ଛତିଶଗଡର ରାଜଧାନୀ ରାୟପୁରରୁ ମାତ୍ର 250 କିଲୋମିଟର ଦୂର ସାକତି ଜିଲ୍ଲା ଛାପୋର ଗାଁରେ ଖୋଲା ଯାଇଥିଲା। ରାକେଟର ପର୍ଦ୍ଦାଫାସ ହେବାର 10 ଦିନ ପୂର୍ବରୁ ଏହି ବ୍ରାଞ୍ଚ ଖୋଲା ଯାଇଥିଲା। ମାସକୁ 7 ହଜାର ଟଙ୍କା ଭଡ଼ାରେ ବ୍ୟାଙ୍କ୍ ଖୋଲା ଯାଇଥିଲା। 

Advertisment

ନକଲି ବ୍ୟାଙ୍କ ହୋଇଥିଲେ ମଧ୍ୟ, ବ୍ୟାଙ୍କର କାଗଜପତ୍ର, ଏସି ଚ୍ୟାମ୍ବର, କର୍ମଚାରୀ ଏକଦମ୍ ଅସଲି ପରି ପ୍ରଦର୍ଶିତ ହୋଇଥିଲେ। ଯାହା ଫଳରେ ଏହା ନକଲି ବ୍ରାଞ୍ଚ ବୋଲି କାହାର ବି ସନ୍ଦେହ ହୋଇନଥିଲା। ଫଳରେ ଗ୍ରାମବାସୀ ବ୍ୟାଙ୍କ୍ ଖାତା ଖୋଲିବା ସହ ଟଙ୍କା କାରବାର ପାଇଁ ଏହି ବ୍ରାଞ୍ଚକୁ ଯାଉଥିଲେ।

ସ୍ଥାନୀୟ ଯୁବକ-ଯୁବତୀମାନେ ମଧ୍ୟ ନିଯୁକ୍ତି ଆଶାରେ ଖୁବ୍ ଖୁସି ହୋଇଥିଲେ। କିନ୍ତୁ ସେପ୍ଟେମ୍ବର 27ରେ ନକଲି ବ୍ୟାଙ୍କର ଅସଲ ପରିଚୟ ସାମ୍ନାକୁ ଆସିଥିଲା। ନିକଟସ୍ତ ଡାବ୍ରା ବ୍ରାଞ୍ଚର ମ୍ୟାନେଜର ବ୍ୟାଙ୍କ ଉପରେ ସନ୍ଦେହ ସୃଷ୍ଟି କରିଥିଲେ। ଫଳରେ ପୁଲିସ ଏବଂ SBI କର୍ମଚାରୀ ସେଠାକୁ ଯାଇ ପଚରା ଉଚରା କରିଥିଲେ। ଏହାପରେ ଜଣାପଡିଥିଲା ଯେ, SBIର ଏ ବ୍ରାଞ୍ଚ ଅସଲି ନୁହେଁ ନକଲି। 

ପୁଲିସ ନକଲି ଦଲିଲ ଜବତ କରିବା ସହ ବ୍ୟାଙ୍କର ତିନି ଜଣ କର୍ମଚାରୀଙ୍କୁ ଚିହ୍ନଟ କରିଛି। ରେଖା ସାହୁ ମନ୍ଦିର ଦାସ ଏବଂ ପଙ୍କଜ SBI ଶାଖାର ପରିଚାଳକ ଭାବରେ କାର୍ଯ୍ୟ କରୁଥିଲେ। ଏମାନଙ୍କର ସିଣ୍ଡିକେଟ ସହ ସମ୍ପୃକ୍ତି ଥିବା ପୁଲିସ କହିଛି। ତେବେ ବାସ୍ତବରେ ଏ ଯୋଜନା କାହାର ଏବଂ ଏହା ପଛରେ କାହା ହାତ ଅଛି, ତା'ର ଖୋଳତାଡ଼ କରୁଛି ପୁଲିସ। 

SBI Fake SBI Branch