Advertisment

ବନ୍ଧା ହେଲେ ବିଜ୍ଞାନ ଶିକ୍ଷକ, ଆସିଲା ଏପରି ଅଭିଯୋଗ

ଯେଉଁ ୟୁନିଭରସିଟି ନାଁରେ ସେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ସେଠାରୁ ଯାଞ୍ଚ ପରେ ସାର୍ଟିଫିଟିକେଟ୍ ନକଲି ବୋଲି ଜଣାପଡିଥିଲା ।

Arrest

Arrest

Advertisment

ବଲାଙ୍ଗିରରେ ପୁଣି ଧରା ପଡ଼ିଲେ ନକଲି ଶିକ୍ଷକ । ଜାଲ୍ ସାର୍ଟିଫିକେଟର ଦେଖାଇ ଚାକିରି ହାତେଇବା ସହ ସାଜିଥିଲେ ବିଜ୍ଞାନ ଶିକ୍ଷକ । ଆଉ ଏବେ ସବୁ ଗୁମର ଫିଟିବା ପରେ ବନ୍ଧା ହୋଇଛନ୍ତି ବିଜ୍ଞାନ ଶିକ୍ଷକ । ଗିରଫ ଶିକ୍ଷକ ହେଲେ ଆଗଲପୁର ବ୍ଲକ ଡୁଡୁକା ପଲ୍ଲିଶ୍ରୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭକ୍ତ ଚରଣ ସେଠ ।

Advertisment

ଭକ୍ତ ଚରଣ ସେଠ ଗତ ୨୦୨୨ ମସିହାରେ ଜାଲ ବି.ଇ.ଡ଼ି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ହୋଇଛି । ଯେଉଁ ୟୁନିଭରସିଟି ନାଁରେ ସେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ସେଠାରୁ ଯାଞ୍ଚ ପରେ ସାର୍ଟିଫିଟିକେଟ୍ ନକଲି ବୋଲି ଜଣାପଡିଥିଲା ।

ଏନେଇ ଗତ ୯ ତାରିଖ ଟାଉନ ଥାନରେ ଜିଲ୍ଲା ଶିକ୍ଷା ଅଧିକାରୀ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଟାଉନ ପୋଲିସ ଭକ୍ତ ଚରଣ ସେଠଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ବଲାଙ୍ଗିର ଜିଲ୍ଲା ଫେକ୍‌ ସାର୍ଟିଫିକେଟର ହବ୍‌ ପାଲଟି ସାରିଲାଣି। , ଫେକ୍‌ ସାର୍ଟିଫିକେଟ୍‌ ଦେଇ ଏଠାରେ ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀ ଚାକିରି ହାତେଇଥିବା ଜଣାପଡ଼ିଛି। ଏପରି ଅଭିଯୋଗ ଆସିବା ପରେ ଆକ୍ସନ ମୁଡକୁ ଚାଲି ଅସିଥିବା ଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଥିଲା। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଯାଞ୍ଚ ବେଳେ ବଲାଙ୍ଗିର ଜିଲ୍ଲାର ୨୫୧ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ସନ୍ଦେହ ଘେରକୁ ଆସିଥିଲା। ସେ ଗୁଡ଼ିକର ଅଧିକ ଯାଞ୍ଚ କରାଯାଉଛି।

Arrest Balangir Fake Teacher
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe