Advertisment

ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଓ ଯୁବକଙ୍କୁ ହତ୍ୟା ପଛରେ ଫେକ ଭିଡିଓ

ମେ’ ୪ରେ ମୈତୈ ସଂପ୍ରଦାୟାର ୮୦୦ରୁ ହଜାରେ ପୁରୁଷ ଗୁଜବ ଓ ଫେକ ଭିଡିଓକୁ ଆଧାର କରି ସେମାନଙ୍କ ସଂପ୍ରଦାୟର ମହିଳାମାନଙ୍କୁ କୁକି ସଂପ୍ରଦାୟର ଲୋକମାନେ ଦୁଷ୍କର୍ମ କରିଥିବା ବିଶ୍ୱାସ କରିଥିଲେ।

Manipur

Manipur

Advertisment

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରୁ ବିଚଳିତ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି। ଶତାଧିକ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବିଚ୍‌ ରାସ୍ତା ବିଲ୍‌ରେ ଚଲାଇ ଚଲାଇ ନେବା ସହ ଟଣାଓଟଣା କରୁଥିବା ବେଳର ଭିଡିଓ ସମସ୍ତଙ୍କୁ ବିଚଳିତ କରିଛି। 

Advertisment

ତେବେ ଏତେ ବଡ଼ ଓ ଭୟଙ୍କର ଘଟଣା ପଛରେ ଗୋଟିଏ ଫେକ ଭିଡିଓ ରହିଥିବା ଜଣାପଡ଼ିଛି। ଫେକ ଭିଡିଓ ଯୋଗୁ ଗୋଟିଏ ଗୋଷ୍ଠୀର ଲୋକ ଅନ୍ୟ ସଂପ୍ରଦାୟର ମହିଳାଙ୍କ ସହ ଏପରି କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ମେ’ ୩ରୁ ମଣିପୁରରେ ସଂଖ୍ୟାବହୁଳ ମୈତୈ ଓ ସଂଖ୍ୟାଲଘୁ କୁକି ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି। ମୈତୈ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ଅଧିକ ଥିଲେ ହେଁ ସେମାନେ ଅନୁସୂଚିତ ଜନଜାତି ବର୍ଗରେ ସାମିଲ ହେବାକୁ ଦାବି କରୁଛନ୍ତି। ତେବେ ଏହା ବିରୋଧରେ ରାଲି ହେବାରୁ ସଂଘର୍ଷ ଆରମ୍ଭ ହୋଇଛି। ପୂରା ମଣିପୁର ଅଶାନ୍ତ ହୋଇ ଉଠିଛି। ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଲାଣି।

Advertisment

ପୁଲିସ୍‌ର ସୂତ୍ର ଅନୁସାରେ, ମେ’ ୪ରେ ମୈତୈ ସଂପ୍ରଦାୟାର ୮୦୦ରୁ ହଜାରେ ପୁରୁଷ ଗୁଜବ ଓ ଫେକ ଭିଡିଓକୁ ଆଧାର କରି ସେମାନଙ୍କ ସଂପ୍ରଦାୟର ମହିଳାମାନଙ୍କୁ କୁକି ସଂପ୍ରଦାୟର ଲୋକମାନେ ଦୁଷ୍କର୍ମ କରିଥିବା ବିଶ୍ୱାସ କରିଥିଲେ। ଏହାପରେ ସେମାନେ ମିଳିତ ଭାବେ ଗୋଟିଏ ଗାଁରେ ପ୍ରବେଶ କରିବା ସହ ସେଠାରେ ପୋଡ଼ାଜଳା ଓ ଲୁଟପାଟ କରିଥିଲେ। 

ଆକ୍ରମଣ ଓ ପ୍ରତିଆକ୍ରମଣ ବଢ଼ୁଥିବାରୁ ଗାଁର ୫ ଜଣ ଲୋକ ନିକଟସ୍ଥ ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଇଥିଲେ। ଏହି ଗ୍ରୁପ୍‌ରେ ୨ ଜଣ ପୁରୁଷ ଓ ୩ ଜଣ ମହିଳା ରହିଥିଲେ। ସେମାନଙ୍କ ମଧ୍ୟରୁ ୫୬ ବର୍ଷୀୟ ଜଣେ ବ୍ୟକ୍ତି, ୧୯ ବର୍ଷୀୟ ଯୁବକ ଓ ଜଣେ ୨୧ ବର୍ଷୀୟ ଯୁବତୀ ଗୋଟିଏ ପରିବାରର। ବାକି ଦୁଇ ମହିଳାଙ୍କ ବୟସ ୪୨ ଓ ୫୨ ବର୍ଷ।

ଏହି ୫ ଜଣିଆ ଗ୍ରୁପ୍‌ ଜଙ୍ଗଲ ଭିତରକୁ ଯାଉଥିବା ବେଳେ ନାଙ୍ଗପୋକ ସେକମାଇ ପୁଲିସ୍‌ ଷ୍ଟେସନର ଗୋଟିଏ ଟିମକୁ ଦେଖିଥିଲେ। ସେମାନେ ପୁଲିସ୍‌ ସୁରକ୍ଷାରେ ଫେରୁଥିବା ବେଳେ ଥାନା ଠାରୁ ୨ କିମି ଦୂରରୁ ୮୦୦ରୁ ୧୦୦୦ ଜଣ ପୁରୁଷ ସେମାନଙ୍କ ବାଟ ଅଟକାଇଥିଲେ। ସମସ୍ତଙ୍କୁ ଅପହରଣ କରି ଜଙ୍ଗଲ ମଧ୍ୟକୁ ନେଇ ଯାଇଥିଲେ।

୨୧ ବର୍ଷୀୟ ଯୁବତୀଙ୍କୁ ଲୋକଙ୍କ କବଳରୁ ରକ୍ଷା କରିବା ପାଇଁ ତାଙ୍କର ୧୯ ବର୍ଷୀୟ ଭାଇ ଚେଷ୍ଟା କରିଥିଲେ। ହେଲେ ଘଟଣା ସ୍ଥଳରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହାପୂର୍ବରୁ ତାଙ୍କ ବାପାଙ୍କୁ ମଧ୍ୟ ସେମାନେ ହତ୍ୟା କରିଥିଲେ।

ମୈତୈ ସଂପ୍ରଦାୟର ଲୋକମାନେ ୨୧ ବର୍ଷୀୟ ଯୁବତୀ ଓ ଦୁଇ ମହିଳାଙ୍କୁ ବଳପୂର୍ବକ ଉଲଗ୍ନ କରିଥିଲେ। ଏଥିସହ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଶେଷରେ ଦୁଇ ମହିଳାଙ୍କୁ ଖୋଲା ଦେହରେ ବିଚ୍‌ ରାସ୍ତାରେ ଚଲାଇ ଚଲାଇ ଆଣିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି।

ଘଟଣାର ମାସେ ପରେ ଗତ ଜୁନ୍‌ ୨୧ ତାରିଖରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଜୁଲାଇ ମାସରେ ଏହାର ଭିଡିଓ ଭାଇରାଲ ହୋଇଛି। ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଉକ୍ତ ଭିଡ଼ରେ ଥିବା ମୈତୈ ସଂପ୍ରଦାୟର ଲୋକମାନେ ୫୬ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ବେଳେ ୩ ମହିଳାଙ୍କୁ ନିବସ୍ତ୍ର କରାଯାଇଥିଲା।

ସେଥି ମଧ୍ୟରୁ ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା। ଯୁବତୀଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିବା ବେଳେ ତାଙ୍କ ଭାଇଙ୍କୁ ହତ୍ୟା କରିଥିଲେ। ଶେଷରେ ସେମାନେ ଦୁଇ ମହିଳାଙ୍କୁ ଉଲଗ୍ନ କରି ଚଳାଇଥିଲେ। ତେବେ କିଛି ସମୟରେ ଏହି ଭୟଙ୍କର ନିର୍ଯାତନା ପରେ ଯୁବତୀ ଓ ଦୁଇ ମହିଳା ସେଠାରୁ ଖସି ଯିବାକୁ ସକ୍ଷମ ହୋଇଥିଲେ।

Manipur Violence Manipur Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe