Advertisment

ନକଲି ଜର୍ଦ୍ଦା କାରଖାନା ଠାବ, ୨ ଗିରଫ

ପୁରୁଣାବଜାରେ ନକଲି ଜର୍ଦ୍ଦା ତିଆରି କାରଖାନା ଥିବା ନେଇ ପୁଲିସ ଖବର ପାଇଥିଲା। ଗତକାଲି ରାତିରେ ନକଲି ଜର୍ଦ୍ଦା କାରଖାନା ଚାଲିଥିବା ୩ଟି ସ୍ଥାନରେ ଚଢାଉ କରିଥିଲା ପୁଲିସ।

author-image
Biswajit Samal
ଅଦ୍ୟତନ ହୋଇଛି
Police

Police

ଭଦ୍ରକ ଜିଲ୍ଲା ପୁରୁଣା ବଜାରରେ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ ହୋଇଛି। ସେଠାରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହୋଇଛି। ଏହା ସହ ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତିମାନେ ହେଲେ ସେକ୍ ରବାନି ଓ ସେକ୍‌ ଖାଲିକ୍।

Advertisment

ପୁରୁଣାବଜାରେ ନକଲି ଜର୍ଦ୍ଦା ତିଆରି କାରଖାନା ଥିବା ନେଇ ପୁଲିସ ଖବର ପାଇଥିଲା। ଗତକାଲି ରାତିରେ ନକଲି ଜର୍ଦ୍ଦା କାରଖାନା ଚାଲିଥିବା ୩ଟି ସ୍ଥାନରେ ଚଢାଉ କରିଥିଲା ପୁଲିସ। ସେଠାରୁ ବିଭିନ୍ନ ନାମୀ ଦାମୀ କମ୍ପାନୀର ଖୋଳ, ଲୋଗ, ଷ୍ଟିକର, ମେସିନ, କେମିକାଲ ଓ ଡ୍ରାଇର ମେସିନ ଜବତ ହୋଇଛି। ଏହା ସହିତ ଏକ କୁଇଣ୍ଟାଲରୁ ଅଧିକ ନକଲି ଜର୍ଦ୍ଦା ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୪୫ଲକ୍ଷରୁ ୫୦ଲକ୍ଷ ହେବ ବୋଲି ପୁଲିସ କହିଛି। ଏହି ଘଟଣାରରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି।