Advertisment

ମହିଳାଙ୍କ ସାଂଘାତିକ ଅଭିଯୋଗ; ପୁଲିସ୍‌ ମୋ’ ପୁଅ ବାଇକ୍‌ରେ ବନ୍ଧୁକ ରଖି ତାକୁ ବାନ୍ଧିଛି

ଅଶୋକଙ୍କ ପତ୍ନୀ ରାକ୍ଷୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଅଭିଯୋଗରେ ପୁଲିସ୍‌ ତାଙ୍କ ପୁଅକୁ ଅଙ୍କିତଙ୍କୁ ଗତ ମଙ୍ଗଳବାର ବାନ୍ଧିଛି।

Police

Police

Advertisment

‘ପୁଲିସ୍‌ ରଚିଲା ଷଡଯନ୍ତ୍ର । ଗେଟ୍‌ରେ ପଶି ବାଇକ୍‌ରେ ରଖିଦେଲା ବନ୍ଧୁକ । ଏହାପରେ ଉକ୍ତ ବନ୍ଧୁକକୁ ଜବତ କରିବା ସହ ମୋ’ ପୁଅକୁ ବାନ୍ଧିଲା।’ ପୁଲିସ୍‌ ଅପରପକ୍ଷଙ୍କ ସହ ମିଶି ସୁଚିନ୍ତିତ ଭାବେ ମୋ’ ପୁଅକୁ ଫସାଇ ଗିରଫ କରିଥିବା ଜଣେ ମହିଳା ସାଂଘାତିକ ଆରୋପ ଲଗାଇଛନ୍ତି। ଏପରି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଥିବା ବେଳେ ପୁଲିସ୍‌ କାରନାମାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ ହେବ ଓ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମିରଟ ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଉତ୍ତରପ୍ରଦେଶର ମିରଟରେ ରହୁଥିବା ଅଶୋକ ତ୍ୟାଗିଙ୍କ ଘରେ ଏପରି କାଣ୍ଡ ଘଟାଇଛି ପୁଲିସ୍। ଅଶୋକଙ୍କ ପତ୍ନୀ ରାକ୍ଷୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଅଭିଯୋଗରେ ପୁଲିସ୍‌ ତାଙ୍କ ପୁଅକୁ ଅଙ୍କିତଙ୍କୁ ଗତ ମଙ୍ଗଳବାର ବାନ୍ଧିଛି।

ଏନେଇ ଅଶୋକ ନିଜ ଘରେ ଲାଗିଥିବା ସିସିଟିଭି ଫୁଟେଜ ସୋଶାଲ ମିଡିଆ ପ୍ଳାଟଫର୍ମରେ ଶେଆର କରିଥିବା ବେଳେ ସେଥିରେ ଦେଖିବାକୁ ମିଳୁଛି ତାଙ୍କ ଗେଟ୍‌ ମଧ୍ୟକୁ ପୁଲିସ୍‌ ଟିମ୍‌ ପ୍ରବେଶ କରିଛି। ସେମାନଙ୍କ ମଧ୍ୟରୁ ଜଣେ ଏକ ବାଇକ୍‌ ଭିତରେ କିଛି ଜିନିଷ ରଖିଦେଲେ। ଏହାପରେ ଆଉ କିଛି ପୁଲିସ୍‌ ସେଠାରେ ପହଞ୍ଚି ଉକ୍ତ ବନ୍ଧୁକକୁ ଜବତ କରିଥିଲେ। ପୁଲିସ୍‌ ତାଙ୍କ ପୁଅକୁ ବାନ୍ଧିବାକୁ ଏପରି ଷଡଯନ୍ତ୍ର କରିଥିବା ରାକ୍ଷୀ କହିଛନ୍ତି।

Advertisment

ରାକ୍ଷୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର କିଛି ଲୋକଙ୍କ ସହ ଜମି ବିବାଦ ଲାଗି ରହିଥିବା ବେଳେ ପୁଲିସ୍‌ ସେମାନଙ୍କ ସହ ମିଶି ତାଙ୍କ ପୁଅକୁ ବାନ୍ଧିଛି। ଏନେଇ ସେମାନେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଭାଇରାଲ ଭିଡିଓ ସମ୍ପର୍କରେ ଅବଗତ ଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ହେବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି। ଏପରିକି ଏଥିରେ ସମ୍ପୃକ୍ତ ଥିବା ଦୁଇ କନଷ୍ଟେବଳଙ୍କୁ ଚିହ୍ନଟ କରି ସେମାନଙ୍କୁ ପଚରାଉଚରା କରାଯାଉଥିବା ସେ ସୂଚନା ଦେଇଛନ୍ତି।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe