Advertisment

ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ- ଭୁଲ୍‌ ଇଞ୍ଜେକସନ ନେଲା ପୁଅର ଜୀବନ

ଭୁଲ ଇଞ୍ଜେସନରୁ ଆମେ ଆମ ପୁଅକୁ ହରାଇଲୁ ବୋଲି ପରିବାର ଲୋକେ ଚିତ୍କାର କରୁଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି।

author-image
Niharika Rout
Family

Family

ଏକ ସାମାନ୍ୟ ଅପରେସନ ପାଇଁ ନାବାଳକ ପୁଅକୁ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ପୁଅ ସୁସ୍ଥ ହେବା ପରେ ତାକୁ ଧରି ଘରକୁ ଫେରିଥାନ୍ତେ ସେମାନେ। ମାତ୍ର ତା’ ପୂର୍ବରୁ ଘଟିଗଲା ଅଘଟଣ। ଅପରେସନ ପୂର୍ବରୁ ଇଞ୍ଜେକସନ ଦିଆଯିବା ପରେ ପିଲାଟି ଆଖି ବୁଜିଦେଲା। ଭୁଲ ଇଞ୍ଜେସନରୁ ଆମେ ଆମ ପୁଅକୁ ହରାଇଲୁ ବୋଲି ପରିବାର ଲୋକେ ଚିତ୍କାର କରୁଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଏକ ଅଭାବନୀୟ ଘଟଣା ଆଜି ସକାଳେ କଟକରେ ଘଟିଛି।

Advertisment

ମୃତକ ହେଲେ ଯାଜପୁର ଜିଲ୍ଲାର ୧୪ ବର୍ଷୀୟ ରଶ୍ମୀରଞ୍ଜନ ମଲ୍ଲିକ। ରଶ୍ମୀରଞ୍ଜନଙ୍କର ଏକ ସାମାନ୍ୟ ଅପରେସନ ହେବାକୁ ଥିବା ବେଳେ ପରିବାର ଲୋକେ କଟକର ଏକ ନର୍ସିଂହୋମରେ ଭର୍ତ୍ତି କରିଥିଲେ। ସେଠାରେ ସବୁ ପରୀକ୍ଷା ପରେ ଅପରେସନ ପୂର୍ବରୁ ପିଲାଟିକୁ ବାନ୍ତି ଓ ଗ୍ୟାସ୍‌ ପାଇଁ ଇଞ୍ଜେକସନ ଦିଆଯାଇଥିଲା । ଇଞ୍ଜେକସନ ଦେବା ପରେ ପିଲାଟି ବେହୋସ ହୋଇ ପଡ଼ିଲା।

ଏହାପରେ ମେଡିକାଲ କର୍ତ୍ତୃପକ୍ଷ ପିଲାଟିକୁ ଆଇସିୟୁକୁ ନେଇଯାଇଥିବା ବେଳେ ଆମକୁ ଭିତରକୁ ଛାଡ଼ି ନ ଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପିଲାଟି ଧୀରେ ଧୀରେ ସୁସ୍ଥ ହେବ ବୋଲି ବି ସେମାନେ କହିଥିଲେ। ମାତ୍ର ଗତକାଲି ବିଳମ୍ବିତ ରାତିରେ ପିଲାଟିର ମୃତ୍ୟୁ ଘଟିଥିଲା। ଭୁଲ୍‌ ଇଞ୍ଜେକସନ ଯୋଗୁ ଅକାଳରେ ଆମ ପୁଅ ଚାଲି ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

Advertisment

ଏହାକୁ ନେଇ ନର୍ସିଂହୋମ ସମ୍ମୁଖରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ମଙ୍ଗଳାବାଗ ଥାନା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପିଲାଟିକୁ କେଉଁ କେଉଁ ଇଞ୍ଜେକସନ ଓ କ’ଣ ପାଇଁ ଦିଆଯାଇଥିଲା ତାହାର ତଦନ୍ତ ହେବ । ଯିଏ ଇଞ୍ଜେସନ ଦେଇଛି ସେ ପ୍ରଶିକ୍ଷଣପ୍ରାପ୍ତ ନା ନାହିଁ ଓ ଇଞ୍ଜେକସନ ଦୁଇଟିର ଏକ୍ସପାରୀ ଡେଟ ଥିଲା ନା ନାହିଁ ତ ତାହାର ବି ତଦନ୍ତ ହେବ ବୋଲି ମଙ୍ଗଳାବାଗ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ମାତ୍ର ମେଡିକାଲ କର୍ତ୍ତୃପକ୍ଷ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏନେଇ କର୍ତ୍ତୃପକ୍ଷ କହିଛନ୍ତି, ଆମର କୌଣସି ବି ତ୍ରୁଟି ନାହିଁ। ପିଲାଟିକୁ କେବଳ ବାନ୍ତି ଓ ଇଞ୍ଜେକସନ ଦିଆଯାଇଥିଲା। ତାହା ସେପରି କ୍ଷତିକାରକ ନୁହେଁ। ମାତ୍ର ଇଞ୍ଜେକସନ ଦିଆଯିବା ପରେ ପିଲାଟିର ହୃଦଘାତ ହୋଇଥିବା ଅନୁମାନ କରୁଛୁ। ବ୍ୟବଚ୍ଛେଦ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଯିବ ।

Cuttack