Advertisment

ନକ୍ସଲ ନା ଗାଁ ମୁଖିଆ? ମାଲକାନଗିରି ଏନକାଉଣ୍ଟରରେ ଟଳିଥିବା ବ୍ୟକ୍ତିଙ୍କୁ ନେଇ ସସ୍‌ପେନ୍ସ

ଏନକାଉଣ୍ଟର ପରେ ପୁଲିସ ଯାହାକୁ ହାଡକୋର ନକ୍ସଲ ବୋଲି ଦର୍ଶାଇଥିଲା ତାଙ୍କୁ ଗାଁ ମୁଖିଆ ବୋଲି କହିଛନ୍ତି ସ୍ଥାନୀୟ ଲୋକ । ଫଳରେ ଏହି ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ।

author-image
Niharika Rout
Family of Deceased

Family of Deceased

ନକ୍ସଲ ନା ଗାଁ ମୁଖିଆ । ଗତକାଲି ମାଲକାନଗିରିରେ ହୋଇଥିବା ଏନକାଉଣ୍ଟରରେ କିଏ ଟଳିଛି ? ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ । ଏନକାଉଣ୍ଟର ପରେ ପୁଲିସ ଯାହାକୁ ହାଡକୋର ନକ୍ସଲ ବୋଲି ଦର୍ଶାଇଥିଲା ତାଙ୍କୁ ଗାଁ ମୁଖିଆ ବୋଲି କହିଛନ୍ତି ସ୍ଥାନୀୟ ଲୋକ । ଫଳରେ ଏହି ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ।

Advertisment

ଅଭିଯୋଗ ଅନୁସାରେ, ପୁଲିସ ଏନକାଉଣ୍ଟରରେ ଗତକାଲି ଟଳିଥିବା ମୃତକ ହେଲେ ମେଟାଗୁଡା ଗାଁ ମୁଖିଆ ଏଙ୍କା ସୁନାମ । ତାଙ୍କ ପାଖରେ ରହିଛି ଅନେକ ମାଛ ଧରା ଡଙ୍ଗା । ଏହି ସବୁ ଡଙ୍ଗା ସହାୟତାରେ ସାବେରୀ ନଦୀରେ ମାଛ ଧରନ୍ତି ଏଙ୍କା ସୁନାମ ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏଙ୍କା ସୁନାମଙ୍କଙ୍କ ନକ୍ସଲଙ୍କ ସହ କୌଣସି ଲିଙ୍କ ନାହିଁ। ମାତ୍ର ଗତ ୨୦ ତାରିଖ ରାତିରେ ନକ୍ସଲମାନେ ଏଙ୍କା ସୁନାମଙ୍କ ଘରକୁ ଆସି ତାକୁ ବନ୍ଧୁକ ଦେଖାଇ ଧମକ ଦେବା ସହ ଡଙ୍ଗାରେ ସାବେରୀ ନଦୀ ପାରି କରିବାକୁ କହିଥିଲେ । ନକ୍ସଲ ପନ୍ଥିଙ୍କୁ ଛାଡିବା ପରେ ଡିଭିଏଫ ଯବାନଙ୍କ ଆଖିବୁଜା ଗୁଳି ଚାଳନାରେ ଏଙ୍କା ସୁନାମଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Advertisment

ଏନେଇ ଏଙ୍କା ସୁନାମଙ୍କ ସ୍ତ୍ରୀ, ଭାଇ ଓ ଗାଁ ଲୋକେ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କୁ ଭେଟି ଘଟଣାର ତଦନ୍ତ କରିବା ଲାଗି ଦାବି କରିଛନ୍ତି । ଏହା ସହ ଏଙ୍କା ସୁନାମଙ୍କ ଛୋଟ ଛୋଟ ପିଲା ରହିଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ଦାବି କରିଛନ୍ତି ।

ମାତ୍ର ପରିବାର ଲୋକଙ୍କ ଅଭିଯୋଗକୁ ପୁଲିସ୍ ଖଣ୍ଡନ କରିଛି। ପୁଲିସ୍‌ କହିଛି ଏଙ୍କା ସୁନାମଙ୍କର ନକ୍ସଲଙ୍କ ସହ ଲିଙ୍କ ଥିଲା। ଛତିଶଗଡ଼ ନକ୍ସଲ ସଙ୍ଗଠନ ସହ ତାଙ୍କର ସମ୍ପର୍କ ଥିଲା। ବୁଧବାର ଛତିଶଗଡ଼ରୁ କିଛି ନକ୍ସଲ ଆସି ଏଙ୍କା ସୁନାମଙ୍କୁ ଦେଖା କରିଥିଲେ। ଏହାପରେ ରାତିରେ ଏଙ୍କା ସୁନାମ ତାଙ୍କୁ ଡଙ୍ଗା ପାର କରୁଥିବା ବେଳେ ଏହି ଏନକାଉଣ୍ଟର ହୋଇଥିବା କହିଛି ପୁଲିସ୍‌।

Malkangiri Police Encounter