Advertisment

ନକ୍ସଲଙ୍କ ମୃତଦେହ ନେବା ପାଇଁ ଆସିଲେନି ପରିବାର ଲୋକ!

ଗୁଳି ବିନିମୟ ଭିତରେ ନକ୍ସଲମାନେ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା। ଏହା ପରେ ଯବାନମାନେ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରିଥିଲେ। ଆଜି ମଧ୍ୟ ସେହି ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ ଚାଲିଛି।

author-image
Manoranjan Sial
Naxal

Naxal

ବୌଦ୍ଧ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ନକ୍ସଲ ମୃତ୍ୟୁ ହୋଇଥିଲା। ହେଲେ ମୃତଦେହ ନେବା ପାଇଁ ଆଜି ଆସିଲେନି ପରିବାର ଲୋକ। ଯେଉଁଥିପାଇଁ ନକ୍ସଲଙ୍କ ମୃତଦେହ ସଦର ମହକୁମାରେ ଶବାଗାରରେ ରଖାଯାଇଛି। ୩ ଦିନ ପରେ ସରକାରୀ ନିୟମ ଅନୁସାରେ ସତ୍କାର କରାଯିବ ବୋଲି ଜଣାପଡ଼ିଛି।

Advertisment

କଣ୍ଟାମାଲ ଥାନା ପଢେଲ ଜଙ୍ଗଲରେ KKBN ନକ୍ସଲ ଗ୍ରୁପ୍‌ର ଗତିବିଧି ରହିଥିଲା। ୫୦ରୁ ୬୦ ନକ୍ସଲ ଏକାଠି ହୋଇଥିଲେ। ବିଶେଷ ସୂତ୍ରରୁ ଖବର ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶରେ DVF, BSF ଓ SOG ଯବାନମାନେ ଗୁରୁବାର ଭୋରୁ ଭୋରୁ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ କରିଥିଲେ। ନକ୍ସଲମାନେ ଯବାନଙ୍କୁ ଦେଖି ପ୍ରଥମେ ଗୁଳି ଚଳାଇଥିଲେ। ଏହାର ଜବାବ ଦେଇଥିଲେ ଯବାନ। ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଲା ଗୁଳିବିନିମୟ। ଏହି ଗୁଳି ବିନିମୟରେ ଦୁଇ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ମୃତ ଦୁଇ ନକ୍ସଲ ହେଲେ ଛତିଶଗଡ ସୁକୁମା ଅଞ୍ଚଳର ସୁନୀଲ ଓ ବିଜପୁରର ସନ୍ତୁ। ଏହାଛଡ଼ା ଅନେକ ନକ୍ସଲ ଗୁରୁତର ଆହତ ହୋଇଥିଲେ।

ଗୁଳି ବିନିମୟ ଭିତରେ ନକ୍ସଲମାନେ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା। ଏହା ପରେ ଯବାନମାନେ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରିଥିଲେ। ଆଜି ମଧ୍ୟ ସେହି ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ ଚାଲିଛି। ଜଙ୍ଗଲରେ ବୋମା ଖଞ୍ଜା ଯାଇଥିବାରୁ ଯବାନମାନେ ସତର୍କତାର ସହ କମ୍ୱିଂ ଚଳାଇଛି। ସର୍ଚ୍ଚ ଅପରେସନ୍‌ ବେଳେ ଗୋଟିଏ ରାଇଫଲ, BGL Round- ୧୭ଟି, ହାତ ତିଆରି ବୋମା ୫ଟି, ଫ୍ଲାସ୍‌ ଲାଇଟ ଆଂପ୍ଲି ଫାୟାର ୨ଟି, IEDs ୬ ଟି ଇଲେକ୍ଟ୍ରିକ ତାର ପ୍ରମୁଖ ଜବତ କରିଥିଲା

Advertisment

ନକ୍ସଲଙ୍କ ମୃତଦେହ ଗୁଡ଼ିକୁ ଜିଲ୍ଲା ସଦର ମହକୁମାକୁ ଅଣାଯାଇଛି। ଆଜି ସେମାନଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି। ଏନେଇ ମୃତ ନକ୍ସଲଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ହେଲେ ଆଜି ପରିବାର ଲୋକ ଆସିନାହାନ୍ତି। ତେଣୁ ମୃତଦେହ ଗୁଡ଼ିକ ଶବାଗାରରେ ରଖିଛି। ଆଗାମୀ ୩ ଦିନ ଭିତରେ ପରିବାର ଲୋକ ମୃତଦେହ ନେବାକୁ ନଆସିଥିଲେ ସରକାରୀ ନିୟମ ଅନୁସାରେ ସତ୍କାର କରାଯିବ ବୋଲି ଜଣାପଡ଼ିଛି। ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ଓ ଗୋଇନ୍ଦା ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ।

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର

Naxal Attack Boudh