Advertisment

ଆତ୍ମହତ୍ୟା କଲେ ଗୋଟିଏ ପରିବାରର ୪ ଜଣ

ବାରାଣସୀର କୈଳାସ ଭବନର ତୃତୀୟ ମହଲାରେ ପୂରା ଘଟଣା ଘଟିଛି। ଏଠାରେ ଥିବା ଗୋଟିଏ ରୁମରେ ଜଣେ ମହିଳା ଓ ୩ ଜଣ ପୁରୁଷ ବେକରେ ଦୌଡ଼ି ଲଗାଇ ଝୁଲି ପଡ଼ିଛନ୍ତି।

author-image
Hemant Lenka
Suicide

Suicide

ଉତ୍ତର ପ୍ରଦେଶର ବାରାଣସୀରେ ଗୋଟିଏ ପରିବାରର ୪ ଜଣ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ଅପରାହ୍ନ ସମୟରେ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି। ସମସ୍ତଙ୍କୁ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଠାକ କରାଯାଇଛି। ତେବେ ସମସ୍ତେ କାହିଁକି ଆତ୍ମହତ୍ୟା କଲେ, ସେକଥା ଜଣାପଡ଼ିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

Advertisment

ପ୍ରାଥମିକ ତଥ୍ୟ ଅନୁସାରେ, ବାରାଣସୀର କୈଳାସ ଭବନର ତୃତୀୟ ମହଲାରେ ପୂରା ଘଟଣା ଘଟିଛି। ଏଠାରେ ଥିବା ଗୋଟିଏ ରୁମରେ ଜଣେ ମହିଳା ଓ ୩ ଜଣ ପୁରୁଷ ବେକରେ ଦୌଡ଼ି ଲଗାଇ ଝୁଲି ପଡ଼ିଛନ୍ତି।

ସ୍ଥାନୀୟ ଘଟଣା ସମ୍ପର୍କରେ ପ୍ରଥମେ ଜାଣିପାରି ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁଲିସ୍‌ ରୁମର କବାଟ ଭାଙ୍ଗି ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛି। ମୃତକମାନେ ଗୋଟିଏ ପରିବାରର ସଦସ୍ୟ।

Advertisment

ସମସ୍ତେ ଆନ୍ଧ୍ର ପ୍ରଦେଶର ମୂଳବାସିନ୍ଦା। ସେମାନେ ଦୀର୍ଘ ଦିନ ହେଲା ବାରାଣସୀରେ ରହୁଥିଲେ। କିନ୍ତୁ ହଠାତ୍‌ କାହିଁକି ସମସ୍ତେ ସାମୂହିକ ଭାବେ ଆତ୍ମହତ୍ୟା କଲେ, ସେକଥା ସ୍ପଷ୍ଟ ହୋଇନି।

ପୁଲିସ୍‌ ରୁମ ଭିତରୁ ମଧ୍ୟ କୌଣସି ସୁଇସାଇଡ ନୋଟ ଜବତ କରିନାହିଁ। ପୁଲିସ୍‌ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି।

Suicide Uttar Pradesh