Advertisment

ସୁକିନ୍ଦାରେ ଅନର୍‌ କିଲିଂ! ଭିନ୍ନ ଜାତିରେ ବିବାହ କରିବାରୁ ପୁଅକୁ ମାରି କୂଅକୁ ଫିଙ୍ଗିଦେଲେ!

ଅନ୍ୟ ଜାତିରେ ପୁଅ ବିବାହ କରିବାରୁ ଘରେ ପଶାଇ ଦେଲେନି ପରିବାର ଲୋକେ। ନିଜ ପୁଅକୁ ପର କରିଦେଲେ । ଏହାପରେ ପୁଅକୁ ଯୋଜନା ମୁତାବକ ଘରକୁ ଡାକି ହତ୍ୟା କରି କୂଅକୁ ଠେଲିଦେଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
File Photo

File Photo

Advertisment

ଅନ୍ୟ ଜାତିରେ ପୁଅ ବିବାହ କରିବାରୁ ଘରେ ପଶାଇ ଦେଲେନି ପରିବାର ଲୋକେ। ନିଜ ପୁଅକୁ ପର କରିଦେଲେ ବାପାମା’। ଏହାପରେ ପୁଅ ଦେଇଥିବା ଟଙ୍କା ମାଗିବାରୁ ସମ୍ପର୍କ ଭୁଲିଗଲେ ନିଜ ବାପାମା’। ଜନ୍ମ କଲା ପୁଅକୁ ଯୋଜନା ମୁତାବକ ଘରକୁ ଡାକି ହତ୍ୟା କରି କୂଅକୁ ଠେଲିଦେଇଥିବା ଅଭିଯୋଗ ହୋଇଛି।

Advertisment

ଏପରି ଏକ ଅନର୍‌ କିଲିଂ ବା ସମ୍ମାନ ପାଇଁ ହତ୍ୟା ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଘଟିଛି। ମୃତକ ହେଲେ ସୁଶୀଲମୟ ସିଂହ ସାମନ୍ତ। ଏପରି ସାଂଘାତିକ ଅଭିଯୋଗ ମୃତକଙ୍କ ପତ୍ନୀ ବିଜୟଲକ୍ଷ୍ମୀ ସାହୁ କରିଛନ୍ତି। ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୮ ଦିନ ହେଲା ମୃତକଙ୍କ ପରିବାର ଲୋକେ ଫେରାର ହୋଇ ଯାଇଛନ୍ତି। ପୁଲିସ୍‌ କିପରି ସେମାନଙ୍କ ଟେର ପାଇ ପାରୁନି କି ଗିରଫ କରିପାରୁନି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୁକିନ୍ଦା ଅଞ୍ଚଳର ଦେବ ରଞ୍ଜନ ସିଂହ ସାମନ୍ତଙ୍କ ପୁଅ ସୁଶୀଲମୟ ସିଂହ ସାମନ୍ତ କଳିଙ୍ଗନଗର ଥାନା ଡ଼ୁବୁରୀ ଅଞ୍ଚଳର ନୀଳମଣି ସାହୁଙ୍କ ଝିଅ ବିଜୟଲକ୍ଷ୍ମୀ ସାହୁଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ସେ ନୀଚ ଜାତିର ହୋଇଥିବାରୁ ଶାଶୁ ଘର ଲୋକେ ଉଭୟଙ୍କୁ ଘରୁ ବାହାର କରିଦେଇଥିବା ବିଜୟଲକ୍ଷ୍ମୀ ଥାନାରେ ଦେଇଥିଲା ଏତଲାରେ ଉଲ୍ଲେଖ କରିଛନ୍ତି।

Advertisment

ବିଜୟଲକ୍ଷ୍ମୀଙ୍କ କହିବାନୁଯାୟୀ, ବିବାହ ପରେ ସେମାନେ ସୁକିନ୍ଦା ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ। ଏବେ ତାଙ୍କର ଏକ ୪ ବର୍ଷର ଶିଶୁପୁତ୍ର ମଧ୍ୟ ରହିଛି। ସୁଶୀଲ ବାଙ୍ଗାଲୋରଠାରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା ବେଳେ କିଛି ମାସ ହେବ ଘରକୁ ଆସିଥିଲେ।

ଇତି ମଧ୍ୟରେ ସୁଶୀଲଙ୍କ ପରିବାର ଲୋକେ ପୁଅଠୁ ପ୍ରାୟ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନେଇଥିବା ବିଜୟଲକ୍ଷ୍ମୀ ନିଜ ଅଭିଯୋଗରେ ଦର୍ଶାଇଛନ୍ତି। ହେଲେ ଟଙ୍କା ଆବଶ୍ୟକ ପଡ଼ିବାରୁ ସୁଶୀଲ ତାଙ୍କ ବାପାଙ୍କୁ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ। ଯାହାକୁ ନେଇ ଆରମ୍ଭ ହୋଇଥିଲା ମତଭେଦ। ଟଙ୍କା ନ ଦେଇ ବିଭିନ୍ନ ଆଳ ଦେଖାଉଥିଲେ ପରିବାର ଲୋକେ।

ଗତ ସୋମବାର ସୁଶୀଲ ପୁନଶ୍ଚ ବାଙ୍ଗାଲୋର ଯିବାପାଇଁ ଟଙ୍କା ଆବଶ୍ୟକ ପଡ଼ିବାରୁ ନିଜ ଘରକୁ ଟଙ୍କା ମାଗିବାକୁ ଯାଇଥିଲେ। ହେଲେ ଆଉ ଫେରି ନଥିଲେ। ପରଦିନ ଘର ନିକଟ କୂଅରୁ ତାଙ୍କ ମୃତଦେହ ମିଳିଥିଲା।

ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସୁଶୀଲଙ୍କ ପତ୍ନୀ ବିଜୟଲକ୍ଷ୍ମୀ। ଏଥିରେ ତାଙ୍କ ବାପା, ମା', ୫ ଭଉଣୀ ଓ ଜଣେ ମାମୁଁ ସମ୍ପୃକ୍ତ ଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୁଶୀଲଙ୍କ ପରିବାର ଲୋକେ ଫେରାର ରହିଥିବା ଜଣାପଡିଛି। ଇତି ମଧ୍ୟରେ ଘଟଣାକୁ ୮ ଦିନ ବିତି ସାରିଥିବା ବେଳେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚୁପ୍‌ ବସି ରହିଛି। ଏହାକୁ ନେଇ ମୃତକଙ୍କ ପତ୍ନୀ ହତାଶ ହୋଇ ପଡ଼ିଥିବା ବେଳେ ନ୍ୟାୟ ପାଇଁ କେଉଁଠି କି ଯିବି ବୋଲି ପଚାରିଛନ୍ତି।

ତେବେ ଏହି ଘଟଣା ଏବେ ସୁକିନ୍ଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ଘଟଣାର ତଦନ୍ତ ଜାରି ରହିଥିବାରୁ ଏନେଇ କୈାଣସି ପ୍ରତିକ୍ରିୟା ଦେବାକୁ ମନା କରିଛି ପୁଲିସ।

Murder Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe