Advertisment

କାରରୁ ୫ ଜଣଙ୍କ ମୃତଦେହ ଉଦ୍ଧାର; ସମସ୍ତ ମୃତକ ଗୋଟିଏ ପରିବାରର

ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Incident Spot

Incident Spot

କାର୍ ଭିତରୁ ଉଦ୍ଧାର ହୋଇଛି ପାଞ୍ଚ ଜଣଙ୍କ ମୃତଦେହ। ସମସ୍ତ ମୃତକ ଗୋଟିଏ ପରିବାରର ହୋଇ ଥିବାବେଳେ କାରଟି ଘରଠାରୁ ୨୦୦ କିଲୋମିଟର ଦୂରରେ ପାର୍କିଂ ହୋଇଥିଲା।

Advertisment

ରିପୋର୍ଟ ମୁତାବକ, ତାମିଲନାଡୁ ପୁଡୁକୋଟାଇ ଜିଲ୍ଲାର ତ୍ରିଚି-କରାଇକୁଡି ଜାତୀୟ ରାଜପଥ ନିକଟରେ ଏହି ଘଟଣା ଘଟିଛି। ରାସ୍ତାକଡରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ କାର୍ ରହିବା ଦେଖି ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ। କାର୍ ପାଖକୁ ଯାଇ ଦେଖନ୍ତି ତ, ପାଞ୍ଚ ଜଣ ମୃତ ଅବସ୍ଥାରେ ପଡିଥିବା ଜାଣିବାକୁ ପାଇଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର କରିଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ମୃତକମାନେ ହେଉଛନ୍ତି ୫୦ ବର୍ଷୀୟ ବ୍ୟବସାୟୀ ମାଣିକନନ୍ଦନ, ତାଙ୍କ ପତ୍ନୀ ନିତ୍ୟା, ମାଆ ସରୋଜା ଏବଂ ସେମାନଙ୍କର ଦୁଇ ପିଲା। ମୃତଦେହ ଜବତ କରାଯାଇ ପୋଷ୍ଟମୋର୍ଟମ ପାଇଁ ପଠାଯାଇଛି।

Advertisment

ପ୍ରାଥମିକ ତଦନ୍ତରୁ ସେମାନେ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କାରରୁ ମଧ୍ୟ ଏକ ସୁଇସାଇଟ ନୋଟ୍ ଜବତ ହୋଇଛି। କିନ୍ତୁ ସେମାନଙ୍କ ଘର ସାଲେମରେ ହୋଇ ଥିବାବେଳେ ୨୦୦ କିଲୋମିଟର ଦୂରରେ ଥିବା କାରରୁ ମୃତଦେହ ମିଳିବା ପୁଲିସର ସନ୍ଦେହ ବଢାଇଛି। 

ସେପଟେ, ମାଣିକନନ୍ଦନ ଜଣେ ମେଟାଲ (ଧାତୁ) ବ୍ୟବସାୟ ଥିବା ଜଣାପଡିଛି। ସେ ଋଣ ଭାରରେ ଥିଲେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। କିନ୍ତୁ ଆତ୍ମହତ୍ୟାର କାରଣ ଋଣ ଚାପ ନା ଅନ୍ୟକିଛି ସେନେଇ ସ୍ପଷ୍ଟ ହୋଇନାହିଁ। ପୁଲିସ ତଦନ୍ତ ପ୍ରକ୍ରିୟା ଜାରିରଖିଛି, ତଦନ୍ତ ପରେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିବ। 

Suicide Tamil Nadu News