Advertisment

ବିଧାନସଭା ଆଗରେ ସାମୂହିକ ଆତ୍ମହତ୍ୟା ଉଦ୍ୟମ କଲେ ପୂରା ପରିବାର

ଗୋଟିଏ ପରିବାରର ୮ ଜଣ ସଦସ୍ୟ କର୍ଣ୍ଣାଟକ ବିଧାନସଭା ଆଗରେ ଏକାଠି ଆତ୍ମାହୁତି ଉଦ୍ୟମ କରିଛନ୍ତି।

author-image
Madhupriya Mistry
family attempt Suicide

family attempt Suicide

ବିଧାନସଭା ଆଗରେ ପରିବାରର ସାମୂହିକ ଆତ୍ମହତ୍ୟା ଉଦ୍ୟମ। ଗୋଟିଏ ପରିବାରର ୮ ଜଣ ସଦସ୍ୟ କର୍ଣ୍ଣାଟକ ବିଧାନସଭା ଆଗରେ ଏକାଠି ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ପୁଲସ ସମସ୍ତଙ୍କୁ କାବୁ କରି ନେଇଛି।

Advertisment

ଆଜି ଅପରାହ୍ଣରେ କର୍ଣ୍ଣାଟକର ମହମ୍ମଦ ମୁନୈଦ ଓ ଶାଇସ୍ତା ବୋନା ନିଜ ପରିବାରର ୬ ଅନ୍ୟ ସଦସ୍ୟଙ୍କ ସହ ବିଧାନସଭା ଆଗରେ ପହଞ୍ଚିଥିଲେ। ଏହି ୬ ଜଣ ସଦସ୍ୟଙ୍କ ମଧ୍ୟରେ ତିନି ଜଣ ଛୋଟ ପିଲା ମଧ୍ୟ ଥିଲେ। ସମସ୍ତଙ୍କ ହାତରେ କିଛି କାଗଜ ଓ କିଛି ଫଟୋ ଥିଲା। ଏଥିସହ ସମସ୍ତେ ହାତରେ କିରୋସିନ୍‌ ଧରିଥିଲେ। ମହମ୍ମଦ ନିଜର ପିଲାଙ୍କ ସମେତ ପୂରା ପରିବାର ସହ ମିଶି କିରୋସିନ୍‌ ଢ଼ାଳି ଦେହରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିଲେ। ଏତିକି ବେଳେ ପୁଲିସ ସମସ୍ତଙ୍କୁ କାବୁ କରିନେଇ ଅଟକ ରଖିଛି।

ସୂଚନା ମୁତାବକ, ୨୦୧୬ରେ ମହମ୍ମଦ ଅଦା ଚାଷ କରିବା ପାଇଁ ବେଙ୍ଗାଲୁରୁ ସିଟି କୋ-ଅପରେଟିଭ ବ୍ୟାଙ୍କରୁ ୫୦ ଲକ୍ଷ ଟଙ୍କା ଋଣ ନେଇଥିଲେ। କିନ୍ତୁ ତାଙ୍କ ଅଦା ଚାଷ ନଷ୍ଟ ହୋଇଯାଇଥିଲା। ତାଙ୍କୁ ଅନେକ କ୍ଷତି ସହିବାକୁ ପଡିଥିଲା। ତେବେ ସେ ଚାଷ ପାଇଁ ବ୍ୟାଙ୍କରୁ ଆଣିଥିବା ଋଣକୁ ସୁଝିବାକୁ ଯାଇ ୫୦ ଲକ୍ଷ ବଦଳରେ ୯୫ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିସାରିଲେଣି। ତଥାପି ତାଙ୍କ ଋଣ ପରିଷୋଧ ହେଉନାହିଁ। ଏଥିପାଇଁ ସେ କର୍ଣ୍ଣାଟକର ମନ୍ତ୍ରୀ ଜମିର ଅହମ୍ମଦ ଖାନଙ୍କୁ ସହାୟତା ମଧ୍ୟ ମାଗିଥିଲେ। ମନ୍ତ୍ରୀ ତାଙ୍କୁ ଆଶ୍ୱସନା ମଧ୍ୟ ଦେଇଥିଲେ। କିନ୍ତୁ ଲୋନ୍‌ର ସୁଧ କମ୍‌ ହେଲା ନାହିଁ କି ପରିଷୋଧ ହେଲା ନାହିଁ।

Advertisment

ଏବେ ଏହି ଲୋନ୍‌ ୩ କୋଟିରେ ପହଞ୍ଚି ସାରିଛି। ଏହି ଋଣ ପରିଷୋଧ ପାଇଁ ବ୍ୟାଙ୍କ ତାଙ୍କର ୧.୪୧ କୋଟି ଟଙ୍କାର ଘରକୁ ନିଲାମ କରିବାକୁ ପ୍ରସ୍ତୁତ ହେଉଥିବା ମହମ୍ମଦ ଅଭିଯୋଗ ଆଣିଛନ୍ତି। ତେଣୁ ନ୍ୟାୟ ଲାଗି ସେ ବିଧାନସଭା ଆଗରେ ପରିବାର ସମେତ ଆତ୍ମହତ୍ୟା କରିବାକୁ ଯୋଜନା କରିଥିଲେ ବୋଲି କହିଛନ୍ତି।

ବେଙ୍ଗାଲୁରୁ ପୁଲିସ ମହମ୍ମଦ ଓ ତାଙ୍କ ପରିବାରର ସଦସ୍ୟଙ୍କ ବିରୋଧରେ ଧାରା ୩୦୯ ଅନୁଯାୟୀ ଆତ୍ମହତ୍ୟା ଉଦ୍ୟମ କରିବା ଓ ଆଇପିସି ଆକ୍ଟ ୨୯୦ ଅନୁଯାୟୀ ସର୍ବସାଧାରଣର ହଙ୍ଗାମା କରିବା ଅଭିଯୋଗରେ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଛି।

Suicide Bengaluru Karnataka Assembly Vidhan Soudha