Advertisment

ଘର ଭିତରେ ଗୋଟିଏ ପରିବାରର ୯ ଜଣଙ୍କୁ ଗୁଳି କରି ହତ୍ୟା

ୟୁକ୍ରେନର ଅଧିକାରୀମାନେ ଘଟଣା ପାଇଁ ରୁଷ ସୈନ୍ୟଙ୍କୁ ଦାୟୀ କରିଛନ୍ତି। ବିବିସିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରୁଷ ସୈନ୍ୟମାନଙ୍କୁ କାପକାନେଟ୍ସ ପରିବାର ସେମାନଙ୍କ ଘର ଦେବାକୁ ମନା କରିଥିଲେ। ଏଥିପାଇଁ ଅକ୍ଟୋବର ୨୭ରେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି।

Shot

Shot

Advertisment

ଗୋଟିଏ ପରିବାରର ୨ ଜଣ ଛୋଟ ଝିଅଙ୍କ ସମେତ ୯ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ରୁଷ ଦଖଲରେ ଥିବା ୟୁକ୍ରେନର ପୂର୍ବପ୍ରାନ୍ତରେ ଥିବା ଗୋଟି ଘର ଭିତରେ ଏପରି ଘଟଣା ଘଟିଛି। ପୂରା ଘଟଣା ସମସ୍ତଙ୍କୁ ବିଚଳିତ କରିଥିବା ବେଳେ ଉଭୟ ଦେଶର ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛନ୍ତି।

Advertisment

ୟୁକ୍ରେନର ଅଧିକାରୀମାନେ ଘଟଣା ପାଇଁ ରୁଷ ସୈନ୍ୟଙ୍କୁ ଦାୟୀ କରିଛନ୍ତି। ବିବିସିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରୁଷ ସୈନ୍ୟମାନଙ୍କୁ କାପକାନେଟ୍ସ ପରିବାର ସେମାନଙ୍କ ଘର ଦେବାକୁ ମନା କରିଥିଲେ। ଏଥିପାଇଁ ଅକ୍ଟୋବର ୨୭ରେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ରୁଷର ତଦନ୍ତକାରୀ ଟିମ ଏହି ଲୋମହର୍ଷଣକାରୀ ଘଟଣାରେ ୨ ଜଣଙ୍କ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ଅଟକ ଦୁଇ ସନ୍ଦିଗ୍ଧ ରୁଷ ସେନାର କର୍ମଚାରୀ। ସେମାନେ ପୂର୍ବପ୍ରାନ୍ତରେ ହିଁ କାର୍ଯ୍ୟ କରୁଥିଲେ। ତେବେ ସେମାନେ କାହିଁକି ପରିବାରର ୯ ଜଣଙ୍କୁ ଗୁଳି କରି ହତ୍ୟା କଲା, ସେନେଇ ତଦନ୍ତକାରୀ ଟିମ କିଛି ବି କହି ନାହିଁ।

Advertisment

ୟୁକ୍ରେନର ଡୋନେସ୍କ ରିଜନ ସରକାରୀ ଅଫିସର ପକ୍ଷରୁ ଘଟଣାସ୍ଥଳର ଫଟୋକୁ ଅପଲୋଡ କରାଯାଇଛି। ଏଥିରେ ଦେଖିବାକୁ ମିଳୁଛି ଯେ ପରିବାରର ସଦସ୍ୟମାନେ ବେଡ୍‌ରେ ପରସ୍ପର ପାଖରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଛନ୍ତି।

ସେହିପରି କାନ୍ଥରେ ରକ୍ତ ଛିଟା ମଧ୍ୟ ରହିଛି। ଏହାର କ୍ୟାପସନ ରହିଛି ଯେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରକୁ ଗୁଳି ମାଡ଼। ଦୁଇ ଛୋଟ ଝିଅଙ୍କ ସମେତ ୯ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରାଯାଇଛି।

ସେନା ପୋଷାକରେ ଥିବା କିଛି ଲୋକ ଘର ଭିତରରେ ପ୍ରବେଶ କରିବା ସହ ସେଠାରେ ରହୁଥିବା ଲୋକଙ୍କୁ ବାହାରି ଯିବାକୁ କହିଥିଲେ। ସେମାନେ ଏଠାରେ ରୁଷ ସେନାର ୟୁନିଟ ବସାଇବାକୁ ଚାହୁଁଥିଲେ। କିନ୍ତୁ ଘରର ମାଲିକ ଏଥିରେ ରାଜି ହୋଇ ନଥିଲେ। ତେଣୁ ସେମାନେ ତାଙ୍କ ପରିବାର ଲୋକଙ୍କୁ ଧମକ ଦେବା ସହ ସେମାନଙ୍କୁ ମାଡ଼ ମାରି ପଳାଇ ଯାଇଥିଲେ।

କିଛି ଦିନ ପରେ ସେନା ପୋଷାକଧାରୀମାନେ ପୁଣି ଆସିଥିଲେ ଓ ପରିବାରର ସମସ୍ତ ୯ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗୁଳି ମାଡ଼ ବେଳେ ପରିବାରର ଲୋକମାନେ ଶୋଇଥିଲେ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି।

Russia-Ukraine War Russia Ukraine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe