Advertisment

ASI ଆଲିଶା ଲୁଗୁନ ମୃତ୍ୟୁ ଘଟଣା: ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଗ୍ରହଣ କଲାନି ପରିବାର, ସିବିଆଇ ତଦନ୍ତ ଦାବି

Excited Delirium ଯୋଗୁ ଏଏସ୍‌ଆଇ ଆଲିଶା ଲୁଗୁନଙ୍କର ମୃତ୍ୟୁ ଘଟିଛି ବୋଲି ଏସ୍‌ପି କହିଥିଲେ।

ଅଦ୍ୟତନ ହୋଇଛି
Press Conference

Press Conference

Advertisment

ରାଉରକେଲା ଉଦ୍‌ତନଗର ଥାନା ଏଏସ୍‌ଆଇ ଆଲିଶା ଲୁଗୁନଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛି ତାଙ୍କ ପରିବାର। ଆଜି ଆଲିଶାଙ୍କ ସ୍ୱାମୀ ସଞ୍ଜୟ ଲାକ୍ରା ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି କରିଛନ୍ତି।

Advertisment

ଆଲିଶାଙ୍କ ମୃତ୍ୟୁକୁ ନେଇ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ଦେଇଥିବା ମନ୍ତବ୍ୟକୁ ସେ ଗ୍ରହଣ କରିନାହାନ୍ତି। ଏକ୍ସାଇଟେଡ ଡେଲିରିୟମରେ ଆଲିଶାଙ୍କ ମୃତ୍ୟୁ ହୋଇଥିବା ନେଇ ଏସ୍‌ପି କହିବା ଦୁର୍ଭାଗ୍ୟଜନକ। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆମେ ଗ୍ରହଣ କରୁନୁ ବୋଲି କହିଛନ୍ତି ଆଲିଶାଙ୍କ ସ୍ୱାମୀ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଆଲିଶାଙ୍କ ପରିବାର ଲୋକଙ୍କ ପକ୍ଷରୁ ୧୦ଟି ପ୍ରଶ୍ନ ପ୍ରସ୍ତୁତ କରାଯାଇଛି। ସେଗୁଡ଼ିକର ଉତ୍ତର ସେମାନେ ରାଉରକେଲା ଏସ୍‌ପି ଓ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କଠାରୁ ଜାଣିବାକୁ ଚାହିଁଛନ୍ତି।

Advertisment

ଏସ୍‌ପିଙ୍କ ନିକଟକୁ ପଠାଇଥିବା ୧୦ଟି ପ୍ରଶ୍ନ ସମ୍ବଳିତ ଚିଠିରେ ଆଲିଶାଙ୍କ ପରିବାର ଲୋକେ ଉଲ୍ଲେଖ କରିଛନ୍ତି ଯେ Excited Deliriumକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନ୍ୟତା ଦେଇ ନାହିଁ। ସେହିଭଳି Excited Delirium ମୁଖ୍ୟତଃ ନିଶା ସେବନ କରୁଥିବା ଲୋକଙ୍କଠାରେ ଦେଖାଯାଏ।

ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆଲିଶା ଶରୀରରେ କେତୋଟି କ୍ଷତ ଥିବା ଉଲ୍ଲେଖ ଥିବା ବେଳେ ସେଗୁଡ଼ିକ କାହିଁକି ସୃଷ୍ଟି ହୋଇଥିଲା, ସେ ବିଷୟରେ ଅନୁସନ୍ଧାନ କରାଯାଇଛି କି ବୋଲି ତାଙ୍କ ପରିବାର ଲୋକେ ପଚାରିଛନ୍ତି। ସେହିପରି ଆଲିଶାଙ୍କ ଡାହାଣ ଗାଲ ପାଖରେ ଫୁଲା ଦେଖିବାକୁ ମିଳିଥିଲା। ଏହା କାହିଁକି ହୋଇଥିଲା, ଶବ ବ୍ୟବଚ୍ଛେଦ ବେଳେ ତାହା ଜାଣିବା ପାଇଁ ଚେଷ୍ଟା କରାଯାଇଥିଲା କି। କାରଣ ଆଲିଶାଙ୍କ ଗାଲରେ ପୂର୍ବରୁ ସେମିତି କିଛି ଫୁଲା ଅଂଶ ନଥିଲା।  ତାଙ୍କ ଛାତିକୁ ଜୋରରେ ଧକ୍କା ବା ମାଡ଼ ମରାଯାଇଥିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥାଇପାରେ କି ବୋଲି ପ୍ରଶ୍ନ କରାଯାଇଛି।  

ଅନ୍ୟପକ୍ଷରେ ୫ ଦିନ ତଳେ ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଥିଲେ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏକ ଡାକ୍ତରୀ ଟିମ୍ ତାଙ୍କର ଶବ ବ୍ୟବଚ୍ଛେଦ କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆମେ ତାକୁ ଏମ୍ସକୁ ପଠାଇଥିଲୁ। ଏମ୍ସର ଫୋରେନସିକ୍ ମେଡିସିନର ପ୍ରଫେସର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଯାଞ୍ଚ କରିଥିଲେ। ରିପୋର୍ଟକୁ ଯାଞ୍ଚ କରିବା ପରେ ସେ କହିଛନ୍ତି ଯେ Excited Delirium ଯୋଗୁ ଏଏସ୍‌ଆଇ ଆଲିଶା ଲୁଗୁନଙ୍କର ମୃତ୍ୟୁ ଘଟିଛି। ଏହା (Excited Delirium) ସେତେବେଳେ ହୁଏ ଯେତେବେଳେ ମଣିଷ ଅତ୍ୟଧିକ ଉତ୍ତେଜନାର ବଶବର୍ତ୍ତୀ ହୋଇଯାଏ। ଏପରି ହେଲେ ହରମନ କ୍ଷରଣ ବଢ଼ିଯାଏ ଓ ନିଃଶ୍ୱାସପ୍ରଶ୍ୱାସରେ ଅସୁବିଧା ହୁଏ।

ଡାକ୍ତର ସ୍ପଷ୍ଟ ଭାବେ ଲେଖି ଦେଇଛନ୍ତି ଯେ ଏଏସ୍‌ଆଇ ଆଲିଶା ଲୁଗୁନଙ୍କ ଉପରେ କୌଣସି ପ୍ରକାର ଆକ୍ରମଣ ହୋଇନାହିଁ। ତାଙ୍କ ଶରୀରରେ କୌଣସି ଆଘାତ ମଧ୍ୟ ନାହିଁ। ତେଣୁ ଆମେ ଏବେ ମାମଲାର ତଦନ୍ତକୁ ସେହି ହିସାବରେ ଆଗକୁ ବଢ଼ାଇବୁ। ଏଏସ୍‌ଆଇ ଆଲିଶା ଲୁଗୁନଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଆମେ ହତ୍ୟା ମାମଲା ରୁଜୁ କରିଥିଲୁ। କିନ୍ତୁ ପ୍ରମାଣ କହୁଛି, ଏହା ହତ୍ୟା ମାମଲା ନୁହେଁ। ଆଲିଶା ଲୁଗୁନ ତାଙ୍କ ଦାୟିତ୍ୱ ସଂପାଦନ କଲା ବେଳେ ଲୋକେ ବିରୋଧ କରିଥିଲେ। ଜଣେ ସରକାରୀ କର୍ମଚାରୀଙ୍କୁ ତାଙ୍କ ଦାୟିତ୍ୱ ସଂପାଦନ କଲା ବେଳେ ବିରୋଧ କଲେ ଯେଉଁ ଦଫା ଲାଗେ ଏବେ ଆମେ ସେହି ଦଫା ଲଗାଇ ମାମଲା ରୁଜୁ କରିବୁ ବୋଲି ଏସ୍‌ପି କହିଥିଲେ।

Odisha Police ASI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe