Advertisment

‘ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ମୋ’ କୋଳ ଖାଲି ହୋଇଗଲା’

ଗତ ୧୧ ତାରିଖରେ ଦିନ ସାରା ଶିଶୁ କନ୍ୟାଟି ଠିକ୍ ଥିଲା କିନ୍ତୁ ୧୨ ତାରିଖରେ ମିଳିମିଳା ଟିକା ଦେବା ପରେ ଠିକ୍ ଦୁଇ ଘଣ୍ଟା ପରେ ଶିଶୁ କନ୍ୟାର ଜୀବନ ଚାଲି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Medical Issue

Medical Issue

Advertisment

୯ ମାସର ଗର୍ଭଧାରଣ ପରେ ଶିଶୁ କନ୍ୟାକୁ ପ୍ରସବ କରିଥିଲେ ମହିଳା। ମେଡିକାଲରେ ଉଭୟ ମା’ ଓ ଶିଶୁ ଉଭୟ ସୁସ୍ଥ ଥିଲେ। ଛୁଆକୁ ଦେଖି ମା’ ସବୁ କଷ୍ଟ ଭୁଲି ଯାଇଥିଲା। କିନ୍ତୁ ଏହି ଖୁସି ବେଶି ସମୟ ରହିଲା ନାହିଁ। ଆଉ ଦୁନିଆର ଆଲୋକ ଦେଖୁ ଦେଖୁ ଆଖି ବୁଜିଲା ଶିଶୁ। ନିଜ କୋଳ ଖାଲି ହୋଇ ଯିବା ପରେ ମୁଣ୍ଡ ପିଟି କାନ୍ଦୁଥିବା ମା’ ଏଥିପାଇଁ ଡାକ୍ତର ଓ ନର୍ସଙ୍କୁ ଦାୟୀ କରିଛି। ନର୍ସ ଓ ଡାକ୍ତର ୨୪ ଘଣ୍ଟାରେ ଥରେ ବି ଛୁଆଟିର ସ୍ୱାସ୍ଥ୍ୟ ବିଷୟରେ ନ ବୁଝିବାରୁ ଏପରି ଅବସ୍ଥା ହୋଇଥିବା କହିଛନ୍ତି ହତଭାଗା ମା’ ।

Advertisment

ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଜଟାପାଣି ଗାଁର ସିଦ୍ଧାନ୍ତ ରଣାଙ୍କ ପତ୍ନୀଙ୍କର ଗତ ୧୧ ତାରିଖରେ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା। ପରେ ତୁରନ୍ତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମା’ ଓ ଶିଶୁ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା।

ଗତ ୧୧ ତାରିଖରେ ଦିନ ସାରା ଶିଶୁ କନ୍ୟାଟି ଠିକ୍ ଥିଲା କିନ୍ତୁ ୧୨ ତାରିଖରେ ମିଳିମିଳା ଟିକା ଦେବା ପରେ ଠିକ୍ ଦୁଇ ଘଣ୍ଟା ପରେ ଶିଶୁ କନ୍ୟାର ଜୀବନ ଚାଲି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଟିକା ଦିଆଯିବା ପରେ ବି ଛୁଆର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ କେହି ନ ଆସିବାରୁ ପିଲାଟିର ଏପରି ଅବସ୍ଥା ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। 

Advertisment

ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ଆଜି ଆମ ଛୁଆର ଜୀବନ ଯାଇଛି। ଦିନେ ହେଲା ଡାକ୍ତର କି ନର୍ସ କେହି ବି ଦେଖିବା ପାଇଁ ଆସି ନାହାନ୍ତି ବୋଲି ପିଲାଟିର ବାପାମା’ ଅଭିଯୋଗ କରିଛନ୍ତି।

ଏଥିସହ ଏଠାରେ 5T ନାମକୁ ମାତ୍ର କାମ କରୁଛି। ନା ଫ୍ୟାନ୍‌ ଠିକ୍ ଭାବେ ଚାଲୁଛି ନା ପାଣି ଆସୁଛି। ନର୍ସ ରୁମ୍‌ରେ ତାଲା ଝୁଲୁଛି ବୋଲି ମେଡିକାଲରେ ଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

ଏନେଇ ଛୁଆଟିର ମା’ କହିଛନ୍ତି, ୧୧ ତାରିଖରେ ମୋ’ ଛୁଆ ହୋଇଥିଲା। ଛୁଆ ସୁସ୍ଥ ଥିଲା। ହେଲେ ଡାକ୍ତର, ନର୍ସ କେହି ନ ଆସିବାରୁ ମୋ’ ଛୁଆ ନଷ୍ଟ ହୋଇଗଲା।

ଅପରପକ୍ଷେ, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ର ନର୍ସ ଯୋବା ମଣି ଟୁଡୁ କହିଛନ୍ତି, ଏଠାରେ ଷ୍ଟାଫଙ୍କର ଘୋର ଅଭାବ । ଡକ୍ଟର ଓ ନର୍ସ ନାହାଁନ୍ତି । ଅଳ୍ପ ଷ୍ଟାଫ୍‌ରେ ଆମେ କିପରି ସବୁ ରୋଗୀଙ୍କୁ ଦେଖି ପାରିବୁ।

ଏହାକୁ ନେଇ ମେଡିକାଲରେ ପ୍ରବଳ ଉତ୍ତେଜନା ଦେଖା ଯାଇଥିଲା। ଖବର ପାଇ ରାଇରଙ୍ଗପୁର ଟାଉନ୍ ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ଶାନ୍ତ ହୋଇଥିଲା।

Child Death Tension In Hospital Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe