Advertisment

ଚାଷ ଉଜାଡ଼ି ଦେଲା ଅଦିନିଆ ବର୍ଷା, ଜୀବନ ହାରିଲେ ଚାଷୀ

ଦୈତାରୀଙ୍କର ନିଜର କିଛି ବିଲ ନ ଥିବା ବେଳେ ସେ ଭାଗ ଚାଷ କରିଥାନ୍ତି। ଚଳିତ ବର୍ଷ ଚାଷ କରିବା ନିମନ୍ତେ ସେ ବହୁ ଟଙ୍କା଼ ଲୋନ୍‌ ବି କରିଥିଲେ।

ଅଦ୍ୟତନ ହୋଇଛି
Farmer

Farmer

Advertisment

କିଛି ଦିନ ପୂର୍ବେ ହୋଇଥିବା ଅଦିନିଆ ବର୍ଷା ଯୋଗୁ ବହୁ ଚାଷ ଉଜୁଡ଼ି ଦେଇଥିବା ବେଳେ ବହୁ ସଂସାରକୁ ଛାରଖାର କରି ଦେଇଛି। ବର୍ଷଯାକର ପରିଶ୍ରମର ଫଳକୁ ପାଣିରେ ପଚୁଥିବା ଦେଖି ସହି ପାରୁ ନାହାନ୍ତି ଚାଷୀ। ପୂର୍ବରୁ ନିଜ ସୁନା ଫସଲ ପାଣିରେ ଭାସୁଥିବା ଦେଖି କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଚାଷୀ ଟଳି ପଡ଼ିଥିଲେ। ଏବେ ପୁଣି ଥରେ ଉକ୍ତ ଜିଲ୍ଲାର ଆଉ ଜଣେ ଚାଷୀ ନିଜ ଚାଷ ଜମିର ଅବସ୍ଥା ଦେଖି ନେଇଛନ୍ତି ଚରମ ନିଷ୍ପତ୍ତି। ଚାଷୀଜଣକ କୀଟନାଶକ ପିଇ ନିଜ ଜୀବନ ହାରିଛନ୍ତି।

Advertisment

ମୃତ ଚାଷୀଜଣକ ହେଲେ ୭୨ ବର୍ଷ ବୟସ୍କ ଦୈତାରୀ ଜେନା । ତାଙ୍କ ଘର କେନ୍ଦ୍ରାପଡା ଜିଲା ଡେରାବିଶ ଥାନା ଅନ୍ତର୍ଗତ ଖମୋଳ ପଞ୍ଚାୟତ ର କୋସିଦା ଗାଁରେ ବୋଲି ଜଣାଯାଇଛି। ଦୈତାରୀଙ୍କର ନିଜର କିଛି ବିଲ ନ ଥିବା ବେଳେ ସେ ଭାଗ ଚାଷ କରିଥାନ୍ତି। ଚଳିତ ବର୍ଷ ଚାଷ କରିବା ନିମନ୍ତେ ସେ ବହୁ ଟଙ୍କା଼ ଲୋନ୍‌ ବି କରିଥିଲେ।

ମାତ୍ର ଏହି ଲଗାଣ ବର୍ଷା ତାଙ୍କର ସବୁ ଖୁସି ଛଡ଼ାଇ ନେବା ସହ ସ୍ୱପ୍ନକୁ ଧୂଳିସାତ କରି ଦେଇଛି। ବର୍ଷା ଛାଡ଼ି ଯିବା ପରେ ନିଜ ବିଲ ଦେଖିବାକୁ ଯାଇଥିଲେ ଦୈତାରୀ। ମାତ୍ର ବିଲରେ ପାଣି ମାଡ଼ି ଯାଇଥିବା ବେଳେ ବର୍ଷକର ପରିଶ୍ରମ ପାଣିରେ ଭାସୁଥିବା ଦେଖି ସେ ସହି ପାରି ନ ଥିଲେ।

Advertisment

ଏହାପରେ ସେ ଘରକୁ ଫେରି କୀଟନାଶକ ପିଇ ଦେଇଥିଲେ l ପରିବାର ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭିର୍ତ୍ତ କରିଥିଲେ l କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଦୈତାରୀଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିବେ।

କିଛି ଦିନ ପୂର୍ବେ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଚାଷୀ ନିଜ ଚାଷ ଜମି ଦେଖି ଟଳି ପଡ଼ିଥିଲେ। ଏବେ ଆଉ ଜଣେ ଚାଷୀ ଏହି କାରଣ ପାଇଁ ନିଜ ଜୀବନ ହାରିଛନ୍ତି। 

Suicide Farmer Suicide Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe