Advertisment

ଫସଲ ହାନୀ ଯୋଗୁ ଉଜୁଡ଼ିଗଲା ସଂସାର; ଜୀବନ ହାରିଲେ ଚାଷୀ

ଏଥରର ଅଦିନିଆ ବର୍ଷା କେବଳ ଯେ ବିଲରୁ ଫସଲ ଧୋଇ ନେଇଛି ତାହା ନୁହେଁ, ଏହା ବହୁ ପରିବାରର ହସଖୁସି ବି ଧୋଇ ନେଇଛି। ଫସଲ ହାନୀ ପାଇଁ ପୁଣି ଥରେ ଉଜୁଡ଼ି ଯାଇଛି ଆଉ ଏକ ସଂସାର।

Farmer Suicide

Farmer Suicide

Advertisment

ଏଥରର ଅଦିନିଆ ବର୍ଷା କେବଳ ଯେ ବିଲରୁ ଫସଲ ଧୋଇ ନେଇଛି ତାହା ନୁହେଁ, ଏହା ବହୁ ପରିବାରର ହସଖୁସି ବି ଧୋଇ ନେଇଛି। ଫସଲ ହାନୀ ପାଇଁ ପୁଣି ଥରେ ଉଜୁଡ଼ି ଯାଇଛି ଆଉ ଏକ ସଂସାର। ଏପରି ହୃଦୟ ବିଦାରକ ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି। ନିଜ ସୁନା ଫସଲ ପାଣିରେ ପଚୁଥିବା ଦେଖି ସହି ପାରିଲେନି ଚାଷୀ। ଆଉ ଘରେ ପହଞ୍ଚି ଝୁଲି ପଡ଼ିଲେ।

Advertisment

ଏପରି ଏକ ସାଂଘାତିକ ଘଟଣା ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ସାରଣା ଗାଁରେ ଘଟିଛି। ମୃତ ଚାଷୀଜଣକ ହେଲେ କୃତିବାସ ସ୍ୱାଇଁ । ଫସଲହାନୀ କାରଣରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଗତକାଲି କୃତିବାସ ଭାଇଙ୍କ ସହ ଧାନ କାଟିବାକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଆସି ପୂଜାପାଠ କଲେ । ଏହାପରେ ନିଜ ରୁମ୍‌ରେ ପଶି କବାଟ ଦେଇଥିଲେ। କିଛି ସମୟ ପରେ ପରିବାର ଲୋକେ ଡାକିଲେ ମଧ୍ୟ ସେ ଆଉ କବାଟ ଖୋଲି ନ ଥିଲେ।

Advertisment

ଏହାପରେ ପରିବାର ଲୋକେ ପଡ଼ୋଶୀଙ୍କ ସହ କବାଟ ଭାଙ୍ଗି ଭିତରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ଉଦ୍ଧାର କରି ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଫସଲ ହାନୀକୁ ନେଇ ଚିନ୍ତିତ ଥିବା କୃତିବାସ ଏପରି ଚରମ ପଦକ୍ଷେପ ଉଠାଇଥିବା ଅଭିଯୋଗ ଆଣି ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳି ପାରିନାହିଁ ।

Jagatsinghpur Sucide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe