Advertisment

ଉଜୁଡ଼ିଗଲା ଫସଲ; ହୃଦଘାତରେ ଟଳି ପଡ଼ିଲେ ଚାଷୀ

ଦାଉ ସାଧିଲା ଅଦିନିଆ ବର୍ଷା । ଉଜୁଡ଼ିଗଲା ଫସଲ। ବର୍ଷ ଯାକର ପରିଶ୍ରମ ପାଣିରେ ପଡ଼ିଲା। ଏହା ଦେଖି ସହ୍ୟ କରିବା କଷ୍ଟକର ହେଲା ଆଉ ଶେଷରେ ହୃଦଘାତରେ ଟଳି ପଡ଼ିଲେ ଚାଷୀ।

Farmer

Farmer

Advertisment

ଦାଉ ସାଧିଲା ଅଦିନିଆ ବର୍ଷା । ଉଜୁଡ଼ିଗଲା ଫସଲ। ବର୍ଷ ଯାକର ପରିଶ୍ରମ ପାଣିରେ ପଡ଼ିଲା। ଏହା ଦେଖି ସହ୍ୟ କରିବା କଷ୍ଟକର ହେଲା ଆଉ ଶେଷରେ ହୃଦଘାତରେ ଟଳି ପଡ଼ିଲେ ଚାଷୀ।

Advertisment

ଏପରି ଏକ ହୃଦୟ ବିଦାରକ ଘଟଣା କଟକ ଜିଲ୍ଲା ନିଆଳିରେ ଘଟିଛି। ନିଆଳି ଅଞ୍ଚଳରେ ଗତ ସପ୍ତାହେ ମଧ୍ୟରେ ଏହା ଦ୍ୱିତୀୟ ଘଟଣା । ପୂର୍ବରୁ କୈଳାସ ପ୍ରଧାନ ନାମକ ୭୫ ବର୍ଷୀୟ ଚାଷୀ ହୃଦଘାତରେ ଟଳି ପଡ଼ିଥିବା ବେଳେ ଏବେ ୪୮ ବର୍ଷ ବୟସ୍କ ଇନ୍ଦ୍ରଜିତ ଛାଟୋଇ ନାମକ ଚାଷୀଙ୍କର ସମାନ ଭାବେ ମୃତ୍ୟୁ ହୋଇଛି। ନିଜ ଉଜୁଡ଼ା ଫସଲକୁ ଦେଖି ନ ପାରି ସେ ବି ହୃଦଘାତରେ ଟଳି ପଡ଼ିଥିବା ଜଣାଯାଇଛି।

ଇନ୍ଦ୍ରଜିତ ଗତକାଲି ନିଜ ଉଜୁଡ଼ା ଧ।ନଖେତ ବୁଲି ଦେଖିଥିଲେ। ବର୍ଷ ଯାକର ପରିଶ୍ରମ ବୃଥା ହେବା ପରେ ପରିବାର ପେଟ କିପରି ପୋଷିବେ ସେହି ଚିନ୍ତା ତାଙ୍କୁ ଘାରିଥିଲା। ସେଠାରୁ ଫେରି ଆସି ରାତିରେ ଘରେ ଶୋଇଥିଲେ। ମାତ୍ର ସକାଳେ ପରିବାର ଲୋକେ ଡାକିବା ସତ୍ତ୍ୱେ ସେ ଆଉ ଉଠି ନ ଥିଲେ । ତୁରନ୍ତ ପରିବାର ଲୋକେ ତାଙ୍କୁ ନିକଟସ୍ଥ ମେଡିକାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ହୃଦଘାତ ଯୋଗୁ ଇନ୍ଦ୍ରଜିତଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ କହିଥିଲେ।

Advertisment

ଗତ ୩୧ ତାରିଖ ସକାଳେ ନିଆଳି ବ୍ଲକ ମହଙ୍ଗପଡା ଗ୍ରାମର କୈଳାସ ପ୍ରଧାନ ନାମକ ୭୫ ବର୍ଷୀୟ ଚାଷୀ ଉଜ୍ଜୁଡ଼ା ଧାନ କ୍ଷେତ ଦେଖି ବିଲରେ ଟଳି ପଡ଼ିଥିଲେ।

Farmer Heart Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe