Advertisment

୪ ଲିଟର ପେଟ୍ରୋଲ କିଣି ୧୬ ହଜାର ହରାଇଲେ ଯୁବ ଚାଷୀ

ସେ ୪ ଲିଟର ପେଟ୍ରୋଲ ପାଇଁ ଡେଭିଟ କାର୍ଡ ବ୍ୟବହାର କରିଥିଲେ। କିନ୍ତୁ ୪ ଲିଟର ପେଟ୍ରୋଲ ପାଇଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୬ ହଜାର ଟଙ୍କା କଟି ଯାଇଛି।

author-image
Hemant Lenka
ATM

ATM

ଦେଶରେ ପେଟ୍ରୋଲ ଦର ଆକାଶ ଛୁଆଁ ହୋଇଛି। ଏକଥା ସମସ୍ତେ ଜାଣିଛନ୍ତି। କିନ୍ତୁ ୪ ଲିଟରର ପେଟ୍ରୋଲର ଦାମ ୧୬ ହଜାର ଟଙ୍କା ବୋଲି ଯଦି କେହି କହିବେ, ତା’ହେଲେ ଏହା ଆଶ୍ଚର୍ଯ୍ୟ ଲାଗିବ। ଏହାକୁ ହୁଏତ କେହି ବିଶ୍ୱାସ କରି ନ ପାରନ୍ତି। ହେଲେ ଗୁଜରାଟର ଦେବଭୂମି ଦ୍ୱାରକାର ଜଣେ ଯୁବ ଚାଷୀ ପେଟ୍ରୋଲ ପକାଇ ୧୬ ହଜାର ଟଙ୍କା ହରାଇଛନ୍ତି।

Advertisment

ସେ ୪ ଲିଟର ପେଟ୍ରୋଲ ପାଇଁ ଡେଭିଟ କାର୍ଡ ବ୍ୟବହାର କରିଥିଲେ। କିନ୍ତୁ ୪ ଲିଟର ପେଟ୍ରୋଲ ପାଇଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୬ ହଜାର ଟଙ୍କା କଟି ଯାଇଛି। ତେଲ ଟାଙ୍କିରେ ଏପରି ଏକ ପରିସ୍ଥିତିର ସମ୍ମୁଖୀନ ହୋଇ ଚାଷୀ ଜଣଙ୍କ ପୂରା ସ୍ତବ୍ଧ ହୋଇଯାଇଛନ୍ତି।

୩୪ ବର୍ଷୀୟ ଚାଷୀ ବିଶାଲ ହିରପାରା ସାଇବର ଠକେଇର ନୂଆ ପୀଡ଼ିତ ବନିଛନ୍ତି। ପିଓଏସ୍‌ ମେସିନ ଦ୍ୱାରା ତାଙ୍କ ଡେଭିଟ କାର୍ଡର ତଥ୍ୟକୁ ହ୍ୟାକ କରି ସାଇବର ଲୁଟେରାମାନେ ତାଙ୍କୁ ଚୂନ ଲଗାଇଛନ୍ତି।

Advertisment

ବିଶାଲ ୪ ଲିଟର ପେଟ୍ରୋଲ ପାଇଁ ପ୍ରାୟ ୪୦୦ ଟଙ୍କାର ନେଣଦେଣ କାର୍ଡ ଦ୍ୱାରା କରିଥିଲେ। ହେଲେ ସେ ଡେଭିଟ କାର୍ଡ ପିଓଏସ ପଏଣ୍ଟରେ ଲଗାଇବା କ୍ଷଣି ସାଇବର ଠକମାନେ ତାଙ୍କ ଆକାଉଣ୍ଟରେ ଥିବା ସମସ୍ତ ୧୬ ହଜାର ଟଙ୍କା ଲୁଟ କରି ନେଇଛନ୍ତି।

ଏକଥା ଜାଣିବା ପରେ ବିଶାଲ ତୁରନ୍ତ ସାଇବର କ୍ରାଇମ ହେଲପଲାଇନକୁ ଫୋନ କରି ଅଭିଯୋଗ ଦାଖଲ କରିଛନ୍ତି। ବିଶାଲଙ୍କ କହିବା କଥା ଯେ ସେ କେବେ ହେଲେ ତାଙ୍କ ଡେଭିଟ କାର୍ଡର ତଥ୍ୟ କାହାକୁ ଦେଇ ନାହାନ୍ତି। ଅନଲାଇନ ବ୍ୟାଙ୍କିଂ ତଥ୍ୟ ତାଙ୍କ ଛଡ଼ା ଆଉ କାହାକୁ ଜଣା ନଥିଲା। ତଥାପି ସେ ସାଇବର ଠକାମୀରେ ପଡ଼ିଥିବାରୁ ଆଶ୍ଚର୍ଯ୍ୟ ହୋଇଛନ୍ତି।

Gujarat Cyber Crime Cyber Fraud Cyber Loot