Advertisment

ବାଟରେ ଅଟକାଇଲେ; ବିଦ୍ୟୁତ କର୍ମଚାରୀଙ୍କୁ ହାଣିଲେ

ରାଜେନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ ନେଇ ତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Murder

Murder

Advertisment

ଜଣେ ବିଦ୍ୟୁତ ବିଭାଗର କର୍ମଚାରୀ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନିଆଳ ଗାଁରେ। ଆହତ ବିଦ୍ୟୁତ କର୍ମଚାରୀ ରାଜେନ୍ଦ୍ର ପଲେଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ସଂଧ୍ୟା଼ରେ ରାଜେନ୍ଦ୍ର  ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ନିଆଳ ପଞ୍ଚାୟତ ଅଫିସ ସମ୍ମୁଖରେ ୭ରୁ ୮ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ପରେ ଖଣ୍ଡା ଓ ଭୁଜାଲିରେ ଦୁର୍ବୃତ୍ତମାନେ ରାଜେନ୍ଦ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରି ସେଠାରୁ ପଳାଇଯାଇଥିଲେ। ସ୍ଥାନୀୟ ଲୋକେ ରାଜେନ୍ଦ୍ରଙ୍କୁ ରକ୍ତଜୁଡ଼ୁବୁ‍ଡୁ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି।

ରାଜେନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ ନେଇ ତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ତେବେ ରାଜେନ୍ଦ୍ରଙ୍କୁ  ଦୁର୍ବୃତ୍ତମାନେ କାହିଁକି ଓ କେଉଁ କାରଣ ପାଇଁ ଆକ୍ରମଣ କଲେ ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe