Advertisment

କ’ଣ ପାଇଁ ବାପ ଓ ପୁଅ ଖେଳିଲେ ରକ୍ତର ହୋଲି?

ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ ମାଧବଙ୍କୁ ଉଦ୍ଧାର କରି ଭଦ୍ରକ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Bhadrak

Bhadrak

Advertisment

କ’ଣ ପାଇଁ ବାପ ଓ ପୁଅ ଭିତରେ ଘଟିଲା ରକ୍ତାକ୍ତ ସଂଘର୍ଷ? ତାହାର କାରଣ ଜଣାପଡ଼ିନଥିବା ବେଳେ ବାପାଙ୍କ ଭୁଜାଲି ଚୋଟରେ ଯାଇଛି ପୁଅର ଜୀବନ। ଅନ୍ୟପକ୍ଷରେ ପୁଅର ଭୁଜାଲି ଚୋଟରେ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି ବାପା। ଆଜି ମଧ୍ୟାହ୍ନରେ ଏପରି ବୀଭତ୍ସା ଘଟଣା ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ ଘଟିଛି।

Advertisment

ଆଜି ମଧ୍ୟାହ୍ନରେ ଘରେ ରୋଷେଇ ସରିଥିଲା। ଖାଇବାକୁ ବସିଥିଲେ ମାଧବ ବାରିକ ଓ ତାଙ୍କର ୩୬ ବର୍ଷୀୟ ପୁଅ ଶଙ୍କର୍ଷଣ ବାରିକ। ଅଭିଯୋଗ ଅନୁସାରେ ଖାଇବା ସମୟରେ ବାପ ଓ ପୁଅଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତତର୍କ ଆରମ୍ଭ ହୋଇଥିଲା। ପରେ ଯୁକ୍ତିତର୍କ ଉଗ୍ର ରୂପ ଧାରଣ କରିଥିଲା। ଉଭୟ ପରସ୍ପରକୁ ଆକ୍ରମଣ କରିବା ପାଇଁ ଘରୁ ଭୁଜାଲି କାଢ଼ି ଆଣିଥିଲେ। ପରସ୍ପରକୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଥିଲା ବେଳେ ମାଧବ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରେ ପଡ଼ିଥିଲେ।

ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ ମାଧବଙ୍କୁ ଉଦ୍ଧାର କରି ଭଦ୍ରକ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

Advertisment

ମଧ୍ୟାହ୍ନରେ ବାପ-ପୁଅଙ୍କ ଗଣ୍ଡଗୋଳ ବେଳେ ଘରେ ଆଉ କିଏ ଥିଲେ ଜଣାପଡ଼ି ନାହିଁ। ଗଣ୍ଡଗୋଳ ପରେ ଘରେ କିନ୍ତୁ ମାଧବଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିନଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଶଙ୍କର୍ଷଣଙ୍କ ପତ୍ନୀ ଦୁଇ ଦିନ ତଳେ ବାପଘରକୁ ଯାଇଥିଲେ। ତେଣୁ ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡ଼ୁ ନାହିଁ। ତେବେ ପାରିବାରିକ କାରଣରୁ ବାପ ଓ ପୁଅଙ୍କ ଭିତରେ ଗଣ୍ଡଗୋଳ ହୋଇଥିବା ଆଲୋଚନା ହେଉଛି।

ସେପଟେ ପୁଲିସ ଶଙ୍କର୍ଷଣଙ୍କ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। କେଉଁ କାରଣରୁ ଗଣ୍ଡଗୋଳ ଘଟିଲା, ତାହା ଉପରେ ପୁଲିସ୍‌ ତଦନ୍ତ ଚଳାଇଛି। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

Crime Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe