Advertisment

ଜମିବାଡ଼ି ବିବାଦ ନେଲା ଉଗ୍ରରୂପ; ଚାଲିଗଲା ବାପପୁଅଙ୍କ ଜୀବନ

ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Knife Attack

Knife Attack

Advertisment

ଜମିବାଡ଼ି ବିବାଦ ନେଲା ଉଗ୍ରରୂପ। ଗୋଟିଏ ପକ୍ଷର ଆକ୍ରମଣରେ ଅପରପକ୍ଷର ବାପପୁଅଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲାରେ। ମୃତକ ହେଲେ ରବି ସ୍ୱାଇଁ ଓ ତାଙ୍କ ପୁଅ ପ୍ରକାଶ ସ୍ୱାଇଁ।

Advertisment

ଗତକାଲି ରାତିରେ ପେଣ୍ଠକଟା ମେରାଇନ୍ ଥାନା ସମଗରା ଗାଁରେ ରବି ଓ ତାଙ୍କ ପୋଡ଼ଶୀଙ୍କ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ଉଭୟ ପରିବାର ମଧ୍ୟରେ ମାରପିଟ୍‌ ହେବା ସହ ଛୁରା ମାଡ଼ ହୋଇଥିଲା। ଏଥିରେ ରବି ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏଥିସହ ଅପରପକ୍ଷରେ ଜଣେ ଆହତ ହୋଇଥିଲେ।

ସମସ୍ତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ରବିଙ୍କ ପୁଅ ପ୍ରକାଶଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ରବିଙ୍କର ମୃତ୍ୟୁ ଘଟିଛି। ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment
Puri Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe