Advertisment

ଦୋକାନ କରିବାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ; ବାପା ମୃତ, ପୁଅ ଗୁରୁତର

ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତମାନଙ୍କୁ ଖୋଜିବାକୁ ଉଦ୍ୟମ ଚଳାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Attack

Attack

ସରକାରୀ ଜାଗାରେ ଦୋକାନ କରିବାକୁ କେନ୍ଦ୍ର କରି ବାପାପୁଅଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ବାପା ଚତୁର୍ଭୁଜ ଜେନାଙ୍କର ମୃତ୍ୟୁ ଘଟିଥିବାବେଳେ ୧୮ ବର୍ଷୀୟ ପୁଅ ଓମ୍ ପ୍ରକାଶ ଜେନା ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦ ଗାଁରେ ଏହି ଘଟଣା ଘଟିଛି।

Advertisment

୪ ମାସ ପୂର୍ବରୁ ଚତୁର୍ଭୁଜ ସରକାରୀ ଯାଗାରେ କୁକୁଡ଼ା ଦୋକାନ କରିବା ପାଇଁ ଖୁଣ୍ଟ ପୋତୁ ଥିଲେ। ଏହାକୁ ଗାଁର କିଛି ଲୋକ ବିରୋଧ କରିଥିଲେ। ଫଳରେ ଚତୁର୍ଭୁଜ ସେଠାରେ ଆଉ ଦୋକାନ କରି ନଥିଲେ। ଗତକାଲି ସେହି ଯାଗାରେ ଗାଁର କିଛି ଯୁବକମାନେ ଦୋକାନ ଘର ତିଆରି କରୁଥିଲେ। ଚତୁର୍ଭୁଜ ଏହାକୁ ବାରଣ କରିଥିଲେ। ମୋତେ ଦୋକାନ କରିବାକୁ ବାରଣ କରିଥିଲ। ହେଲେ ତୁମମାନେ କାହିଁକି ଏଠାରେ ଦୋକାନ ଘର କରୁଛ ବୋଲି ଚତୁର୍ଭୁଜ ଯୁବକମାନଙ୍କୁ ପ୍ରଶ୍ନ କରିଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ପରେ ଯୁବକମାନେ ଚତୁର୍ଭୁଜଙ୍କୁ ଆକ୍ରମଣ କରିଥିଲେ। ପରେ ଚତୁର୍ଭୁଜଙ୍କ ପୁଅ ଅଟକାଇବାକୁ ଚେଷ୍ଟା କରିବାକୁ ତାଙ୍କୁ ଧାରୁଆ ଅସ୍ତ୍ରରେ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ। ପରେ ଯୁବକମାନେ ସେଠାରୁ ଚମ୍ପଟ ମାରିଥିଲେ। ଚତୁର୍ଭୁଜ ଓ ତାଙ୍କ ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚତୁର୍ଭୁଜଙ୍କ ମୃତ୍ୟୁ ଘଟିଥିବା ବେଳେ ଓମ୍ ପ୍ରକାଶଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତମାନଙ୍କୁ ଖୋଜିବାକୁ ଉଦ୍ୟମ ଚଳାଇଛି। 

Advertisment
Dhenkanal