Advertisment

ପ୍ରସାଦ ନାଁରେ ପତ୍ନୀ ଓ ପିଲାଙ୍କୁ ବିଷ ଦେଇଦେଲେ ବ୍ୟକ୍ତି, ନିଜେ ବି ଖାଇଦେଲେ

ନିଜ ପରିବାର ଲୋକଙ୍କ ବିଶ୍ୱାସରେ ବିଷ ମିଶାଇଲେ ବ୍ୟକ୍ତି। ବାବାଙ୍କ ପ୍ରସାଦ ଖାଇଲେ କରୋନ କି ଆଉ କୌଣସି ମହାମାରୀ ହେବନି ବୋଲି ପତ୍ନୀ ଓ ପିଲାଙ୍କୁ ଶୁଣାଇଲେ ଅଭୟ ବାଣୀ।

author-image
Niharika Rout
Police

Police

ନିଜ ପରିବାର ଲୋକଙ୍କ ବିଶ୍ୱାସରେ ବିଷ ମିଶାଇଲେ ବ୍ୟକ୍ତି। ବାବାଙ୍କ ପ୍ରସାଦ ଖାଇଲେ କରୋନ କି ଆଉ କୌଣସି ମହାମାରୀ ହେବନି ବୋଲି ପତ୍ନୀ ଓ ପିଲାଙ୍କୁ ଶୁଣାଇଲେ ଅଭୟ ବାଣୀ। ମାତ୍ର ଏଥିରେ ସେମାନେ ପ୍ରଭାବିତ ନ ହେବାରୁ ଜୋରଜବରଦସ୍ତ ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ପ୍ରସାଦ ନାଁରେ ବିଷ ଖୁଆଇ ଦେଲେ। ଏହାପରେ ନିଜେ ବି ତାହାକୁ ଖାଇଦେଲେ। ଏଥିରେ ଉକ୍ତ ବ୍ୟକ୍ତିଙ୍କ ସମେତ ତାଙ୍କ ବଡ଼ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଓ ସାନ ଝିଅ ମରଣ ସହ ସଂଘର୍ଷ କରୁଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ଛତିଶଗଡ଼ର ଦୁର୍ଗ ଜିଲ୍ଲାର ଭିଲାଇ ଜାମୁଲ ଥାନା ଅଞ୍ଚଳରେ ଘଟିଛି।

Advertisment

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ୪୦ ବର୍ଷୀୟ ହେମଲାଲ ବର୍ମା ଭିଲାଇ ନଗର ଅଧୀନ କୋହକାରେ ପମ୍ପ ଅପରେଟର ଭାବେ କାମ କରୁଥିଲେ। ହେମଲାଲଙ୍କ ଘରର ତଳ ମହଲରେ ତାଙ୍କ ପିତାମାତା ରହୁଥିଲେ। ଉପର ମହଲାରେ ସେ ନିଜ ୩୮ ବର୍ଷୀୟା ପତ୍ନୀ ଜାହ୍ନବୀ, ୧୪ ବର୍ଷୀୟା ଝିଅ ପ୍ରିୟା, ୧୧ ବର୍ଷିୟା ଝିଅ ମୁସ୍କାନ ଓ ୭ ବର୍ଷୀୟା ଝିଅ ରିତିକା ସହ ରହୁଥିଲେ।

ସୋମବାର ରାତି ୯ଟାରେ ହେମଲାଲ ନିଜ କାମ ସାରି ଘରକୁ ଫେରିଥିଲେ। ଉକ୍ତ ସମୟରେ ରିତିକା ନିଜ ଜେଜେ ମା’ଙ୍କ ନିକଟରେ ତଳ ମହଲାରେ ଥିଲେ। କରୋନା ଓ ଅନ୍ୟ ଘାତକ ବେମାରକୁ ଏଡ଼ାଇବାକୁ ଜଣେ ବାବାଙ୍କ ନିକଟରୁ ପ୍ରସାଦ ଆଣିଥିବା ହେମଲାଲ ନିଜ ପତ୍ନୀ ଓ ପିଲାଙ୍କୁ କହିଥିଲେ। ମାତ୍ର ଏହାକୁ ସେମାନେ ବିଶ୍ୱାସ କରି ନ ଥିଲେ। ଏହାପରେ ହେମଲାଲ ଜୋରଜବରଦସ୍ତ ଉକ୍ତ ପ୍ରସାଦକୁ ଖୁଆଇ ଦେବା ସହ ନିଜେ ବି ଖାଇଥିଲେ।

Advertisment

କିଛି ସମୟ ପରେ ସମସ୍ତଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ଏହାପରେ ପରିବାରର ଅନ୍ୟ ସଦସ୍ୟ ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ହେମଲାଲ ଓ ତାଙ୍କ ବଡ଼ ଝିଅଙ୍କ ମୃତ୍ୟୁ ହୋଇଛି। ପତ୍ନୀ ଓ ସାନ ଝିଅଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟାଜନିତ ମାମଲା ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ତେବେ ଏହା ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇ ପାରିନି।

Poison Chhatisgarh