Advertisment

ଦୁଇ ପୁଅଙ୍କୁ ବିଷ ପିଆଇଦେଲେ ବାପା

ଜରପଡ଼ା ଥାନା ତୁବେ ଗାଁର କାଳୀଚରଣ ଆଜି ଦିନ ପ୍ରାୟ ୧୨ଟା ବେଳେ ଦୁଇ ପୁଅଙ୍କୁ ସ୍କୁଲରୁ ନେଇ ବନ୍ତଳା ଥାନା ନୂଆକ୍ଷେତା ଜଙ୍ଗଲକୁ ଯାଇଥିଲେ। ସେଠାରେ ଦୁଇ ଛୁଆଙ୍କୁ ସେ ବିଷ ପିଆଇ ଦେଇଥିଲେ।

author-image
Jitendra Garnayak
Poison

Poison

ଦୁଇ ଛୁଆକୁ ବିଷ ପିଆଇ ଦେଲା ବାପା। ଗୁରୁତର ଅବସ୍ଥାରେ ଦୁଇ ନାବାଳକ ଡାକ୍ତରଖାନାରା ଭର୍ତ୍ତି ହୋଇଛନ୍ତି। ଅନୁଗୋଳ ଜିଲ୍ଲାରେ ଘଟିଛି ଏହି ଘଟଣା।

Advertisment

ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଦୁଇ ନାବାଳାକ ହେଉଛନ୍ତି ନୀଳମାଧବ ପ୍ରଧାନ (୧୨) ଓ ଜିଜ୍ଞାସୁ ପ୍ରଧାନ (୮)। ସେମାନଙ୍କ ବାପାଙ୍କ ନାଁ କାଳୀଚରଣ ପ୍ରଧାନ।

ଜରପଡ଼ା ଥାନା ତୁବେ ଗାଁର କାଳୀଚରଣ ଆଜି ଦିନ ପ୍ରାୟ ୧୨ଟା ବେଳେ ଦୁଇ ପୁଅଙ୍କୁ ସ୍କୁଲରୁ ନେଇ ବନ୍ତଳା ଥାନା ନୂଆକ୍ଷେତା ଜଙ୍ଗଲକୁ ଯାଇଥିଲେ। ସେଠାରେ ଦୁଇ ଛୁଆଙ୍କୁ ସେ ବିଷ ପିଆଇ ଦେଇଥିଲେ। ଛୁଆ ଦୁଇଟି ବାନ୍ତି କରିବାରୁ ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ସେମାନେ କାଳୀଚରଣଙ୍କୁ ପଚରାଉଚରା କରିବାକୁ ସେ ଦୁଇ ପୁଅଙ୍କୁ ବିଷ ପିଆଇଥିବା କହିଥିଲେ। ଏହା ପରେ ସ୍ଥାନୀୟ ଲୋକେ ଦୁଇ ଛୁଆଙ୍କୁ ଉଦ୍ଧାର କରି ବନ୍ତଳା ଡାକ୍ତରଖାନା ନେଇଥିଲେ। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ଗ୍ରାମବାସୀମାନେ ସେଠାରୁ ସଙ୍ଗେ ସଙ୍ଗେ ଏକ କାର ଯୋଗେ ଦୁଇ ଭାଇଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

Advertisment

କେଉଁ କାରଣରୁ କାଳୀଚରଣ ଏମିତି ଏକ ପଦକ୍ଷେପ ଉଠାଇଲେ, ତାହା ସ୍ପଷ୍ଟ ହୋଇପାରିନାହିଁ। ତେବେ ପାରିବାରିକ କଳହରୁ ଏମିତି ଏକ ଘଟଣା ଘଟିଥିବା ତାଙ୍କ ସଂପର୍କୀୟମାନେ କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରିବା ପରେ ସତ ସାମ୍ନାକୁ ଆସିବ।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।