Advertisment

ମୃତଦେହକୁ ଚିହ୍ନଟ କରିଥିଲେ ବାପା, ଜେଲରେ ୪ ଅଭିଯୁକ୍ତ: କିନ୍ତୁ ଏବେ ସମସ୍ତେ ଚକିତ!

୨୦୨୩ ସେପ୍ଟେମ୍ବର ମାସରରେ ଲଳିତା ଗାନ୍ଧି ସାଗର ଅଞ୍ଚଳରୁ ନିଖୋଜ ହୋଇଯାଇଥିଲେ। କିଛି ଦିନ ପରେ ଗୋଟିଏ ଟ୍ରକ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା।

Lalita

Lalita

Advertisment

ଫିଲ୍ମ ସ୍ପ୍ରିଟ୍‌ ଠାରୁ ବି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୨୦୨୩ରେ ଘଟିଥିବା ଗୋଟିଏ ଘଟଣାରେ ଆସିଛି ଟ୍ୱିଷ୍ଟ। ଜଣେ ୩୫ ବର୍ଷୀୟ ମହିଳାଙ୍କୁ ସେତେବେଳେ ହତ୍ୟା କରାଯାଇଥିବା ସମସ୍ତେ ବିଶ୍ୱାସ କରିଥିଲେ। ମହିଳାଙ୍କ ବାପା ମଧ୍ୟ ଗୋଟିଏ ମୃତଦେହର ମୁଣ୍ଡ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲେ ହେଁ ତା’କୁ ନିଜ ଝିଅର ଶବ ବୋଲି ଚିହ୍ନଟ କରିଥିଲେ। ଅଭିଯୁକ୍ତମାନଙ୍କୁ ପୁଲିସ୍‌ ଧରିଥିଲା। ସେବେଠାରୁ ଅଭିଯୁକ୍ତମାନେ ଜେଲରେ ବି ଅଛନ୍ତି। କିନ୍ତୁ ପ୍ରାୟ ୨ ବର୍ଷ ପରେ ସମସ୍ତଙ୍କୁ ଚକିତ କରି ୩୫ ବର୍ଷୀୟ ମହିଳା ଜଣଙ୍କ ନିଜ ଘରକୁ ଜୀବିତ ଅବସ୍ଥାରେ ଫେରିଛନ୍ତି। ତାଙ୍କ ଘର ବାହୁଡ଼ାକୁ ଦେଖି ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବ ଚକିତ ହୋଇ ଯାଇଛନ୍ତି।

Advertisment

ମଧ୍ୟପ୍ରଦେଶର ୩୫ ବର୍ଷୀୟ ଲଳିତା ବାଇଙ୍କୁ ସମସ୍ତେ ମୃତ ବୋଲି ୨୦୨୩ରୁ ଭାବି ସାରିଥିଲେ। ଏପରି କି ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ। ଲଳିତାଙ୍କୁ ହତ୍ୟା କରିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା। ସେମାନେ ଏବେ ବି ଜେଲରେ ଅଛନ୍ତି। କିନ୍ତୁ କିଛି ଦିନ ତଳେ ଘଟଣାରେ ଟ୍ୱିଷ୍ଟ ଆସିଛି। ଲଳିତା ଜୀବିତ ଅବସ୍ଥାରେ ମଣ୍ଡସୌର ଜିଲ୍ଲା ଅନ୍ତର୍ଗତ ତାଙ୍କ ଗାଁକୁ ଜୀବିତ ଅବସ୍ଥାରେ ଫେରିଛନ୍ତି। ଲଳିତା ଗାଁକୁ ଫେରିବା କ୍ଷଣି ତାଙ୍କ ତାଙ୍କ ବାପା ତୁରନ୍ତ ଗାନ୍ଧି ସାଗର ପୁଲିସ୍‌ ଷ୍ଟେସନକୁ ନେଇ ଯାଇଥିଲେ।

ଘଟଣାକୁ ନିଶ୍ଚିତ କରି ପୁଲିସ୍‌ ଇନ ଚାର୍ଜ ତରୁଣା ଭରଦ୍ୱାଜ କହିଛନ୍ତି, ଲଳିତା ନିଜ ଇଚ୍ଛାରେ ଘରୁ ଚାଲି ଯାଇଥିଲେ। ଶାହରୁଖ ନାମକ ଜଣେ ବ୍ୟକ୍ତି ତାଙ୍କ ଭାନପୁରାକୁ ନେଇ ଯାଇଥିଲେ। ସେଠାରେ ସେ ଲଳିତାଙ୍କୁ ଆଉ ଜଣେ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲେ। ଦ୍ୱିତୀୟ ବ୍ୟକ୍ତିଙ୍କ ନାଁ ମଧ୍ୟ ଶାହରୁଖ। ଦ୍ୱିତୀୟ ଶାହରୁଖ ତାଙ୍କୁ ରାଜସ୍ଥାନର କୋଟାକୁ ନେଇ ଯାଇଥିଲେ। କୋଟାରେ ତାଙ୍କୁ ୧୮ ମାସ କାଳ ରଖା ଯାଇଥିଲା। ତେବେ ସେଠାରୁ ସେ କୌଶଳକ୍ରମେ ଖସି ଆସିଥିଲେ ଓ ଏବେ ନିଜ ଘରକୁ ଫେରିଛନ୍ତି।

Advertisment

ଲଳିତା କହିଛନ୍ତି, “ମୋ ପାଖରେ କୌଣସି ମୋବାଇଲ ଫୋନ ନାହିଁ। ତେଣୁ ମୁଁ ମୋ ପରିବାର ଲୋକଙ୍କୁ ଯୋଗାଯୋଗ କରି ପାରି ନଥିଲି।” ପ୍ରାୟ ଦୁଇ ବର୍ଷ ପରେ ନିଜର ଦୁଇ ପିଲାଙ୍କ ସହ ଏକାଠି ହୋଇଥିବା ଲଳିତା ନିଜର ଆଧାର କାର୍ଡ ଓ ଭୋଟର ଆଇଡି ପୁଲିସ୍‌କୁ ଦେଖାଇ ନିଜର ପରିଚୟକୁ ନିଶ୍ଚିତ କରିଛନ୍ତି।

୨୦୨୩ ହତ୍ୟା ମାମଲା

୨୦୨୩ ସେପ୍ଟେମ୍ବର ମାସରରେ ଲଳିତା ଗାନ୍ଧି ସାଗର ଅଞ୍ଚଳରୁ ନିଖୋଜ ହୋଇଯାଇଥିଲେ। କିଛି ଦିନ ପରେ ଗୋଟିଏ ଟ୍ରକ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ମହିଳାଙ୍କ ମୁଣ୍ଡ ପୂରା ନଷ୍ଟ ହୋଇ ଯାଇଥିଲା। ଉକ୍ତ ମୃତଦେହକୁ ଲଳିତାଙ୍କ ବାପା ନିଜ ଝିଅର ବୋଲି ଚିହ୍ନଟ କରିଥିଲେ। ଏହାପରେ ଝାବୁଆରେ ଗୋଟିଏ ହତ୍ୟା ମାମଲା ରୁଜୁ ହୋଇଥିଲା।

ଲଳିତାଙ୍କ ବାପା କହିଛନ୍ତି, “ଆମେ ନିଖୋଜ ମାମଲା ରୁଜୁ କରିବା ପରେ ଥାଣ୍ଡାଇ ପୁଲିସ୍‌ ଜଣେ ମହିଳାଙ୍କ ମୃତଦେହ ମିଳିଛି ବୋଲି କହିଥିଲା। ମୃତଦେହର ମୁଣ୍ଡ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଖବର ପାଇ ଆମେ ଶବାଗାରକୁ ଯାଇଥିଲୁ। ଗୋଡ଼ରେ ଥିବା ଟାଟୁ ଓ ଓ କଳା ଦାଗକୁ ଦେଖି ମୃତଦେହ ଲଳିତାର ବୋଲି କହିଥିଲୁ। ଆମେ ମୃତଦେହର ଅନ୍ତିମ ସଂସ୍କାର ମଧ୍ୟ କରିଥିଲୁ।”

ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ ଘଟଣାର ତଦନ୍ତ କରି ଇମରାନ, ଶାହରୁଖ, ସୋନୁ ଓ ଏଜାଜ ନାମକ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ଥିବା ବେଳେ ଏବେ ଲଳିତା ସାମ୍ନାକୁ ଆସିଛନ୍ତି। ତେଣୁ ସେମାନେ ଜେଲରୁ ମୁକୁଳିବା ପାଇଁ ଗୋଟିଏ ପିଟିସନ ସ୍ଥାନୀୟ କୋର୍ଟରେ ଦାଖଲ କରିଛନ୍ତି। କୋର୍ଟ ଘଟଣା ସମ୍ପର୍କରେ ପୁଲିସ୍‌କୁ ରିପୋର୍ଟ ମାଗିଛନ୍ତି।

ଝାବୁଆ ଏସ୍‌ପି ପଦ୍ମାବିଲୋଚନ ଶୁକ୍ଳା କହିଛନ୍ତି, “ଆମେ ଗାଁକୁ ଫେରିଥିବା ମହିଳାଙ୍କ ଡାକ୍ତରୀ ମାଇନା ଓ ଡିଏନଏ ଟେଷ୍ଟ କରିବୁ। ସାକ୍ଷୀମାନଙ୍କ ବୟାନକୁ ମଧ୍ୟ ପୁଣି ରେକର୍ଡ କରିବୁ। ଏହାପରେ ଆମେ ଗାଁକୁ ଫେରିଥିବା ମହିଳା ପ୍ରକୃତରେ ଲଳିତା କି ନାହିଁ, ସେକଥା କୋର୍ଟଙ୍କୁ ଜଣାଇବୁ।”

Crime Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe