Advertisment

ଅଶାନ୍ତ ରାଜଧାନୀ; ସୁଧ ଟଙ୍କା ପାଇଁ ଘରେ ପଶି ଶ୍ୱଶୁର,ବୋହୂଙ୍କୁ ହାଣିଲେ

୪ ମାସ ତଳେ ସୁଧ ଟଙ୍କାକୁ ନେଇ ପଦ୍ମକେଶରପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Tension situation

Tension situation

ଅଶାନ୍ତ ରାଜଧାନୀ। ରାତିରେ ଘରେ ପଶି ଶ୍ୱଶୁର,ବୋହୂଙ୍କୁ ହାଣିଲେ ଗୋଟିଏ ଗୋଷ୍ଠୀ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳର ପଦ୍ମକେଶରପୁର ଗାଁରେ। ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଶ୍ୱଶୁର ସନାତନ ଦାସ ଓ ତାଙ୍କ ବୋହୂ ନିରୁପମା ଦାସ।

Advertisment

ଗତକାଲି ରାତି ପ୍ରାୟ ୧୦ଟା ସମୟରେ ମହାଜନ କାରବାର କରୁଥିବା ବାବୁଲା ଦାସ ତାଙ୍କ ସହଯୋଗୀ ତାପସ ଦାସ ଓ ୪ରୁ ୫ ଜଣ ଯୁବକ ସନାତନଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ ସନାତନ ଓ ତାଙ୍କ ବୋହୂ ଘରେ ଖାଉଥିଲେ। ସନାତନଙ୍କୁ ବାବୁଲା ସୁଧ ଟଙ୍କା ମାଗିଥିଲେ। ଏହାକୁ ନେଇ ସନାତନ ଓ ବାବୁଲାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ବାବୁଲା ଓ ତାଙ୍କର ସହଯୋଗ ସନାତନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ସମୟରେ ସନାତନଙ୍କ ବୋହୂ ପହଞ୍ଚି ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପରେ ବାବୁଲା ତାଙ୍କ ସହଯୋଗୀ ବୋମାମାଡ଼ କରି ପଳାଇଥିବା ସୂଚନା ରହିଛି।

ଶ୍ୱଶୁର,ବୋହୂଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାସହ ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

Advertisment

ସୂଚନାଯୋଗ୍ୟ, ୪ମାସ ତଳେ ସୁଧ ଟଙ୍କାକୁ ନେଇ ପଦ୍ମକେଶରପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ସୁଧ ଦେଇଥିବା ଗୋଷ୍ଠୀ ଓ ସୁଧ ଆଣିଥିବା ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପରେ ଗାଁରେ ପୁଲିସ ଉପସ୍ଥିତିରେ ଶାନ୍ତି କମିଟି ବସି ସମାଧାନ ହୋଇଥିଲା। କୋର କମିଟି ଗଠନ ନ ହେବା ଯାଏ ସୁଧ ଟଙ୍କା ମାଗିବେନି ଗୋଷ୍ଠୀର ଲୋକଙ୍କୁ କୁହାଯାଇଥିଲା ସୂଚନା ରହିଛି। ଏହାସ୍ୱତ୍ତେ ଗତକାଲି ରାତିରେ ଏହି ସୁଧ ଟଙ୍କା ପାଇଁ ପଦ୍ମକେଶରପୁର ହଣାକଟା ହୋଇଛି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିନାହିଁ।

Bhubaneswar