Advertisment

ଦୁଇ ବର୍ଷର ପୁଅକୁ ଛୁରୀ ଭୁଷିଲା ବାପା, ପଡ଼ୋଶୀ ଧାଇଁ ଆସିବାରୁ ତାଙ୍କୁ ଛାଡ଼ିଲାନି

ପତ୍ନୀଙ୍କୁ ନପାଇ ରାଧା ନିଜ ଦୁଇ ବର୍ଷର ପୁଅକୁ ଛୁରାରେ ବାରମ୍ବାର ଭୁଷି ଥିଲା। ଛୁଆର ଚିତ୍କାର ଶୁଣି ପଡୋଶୀ ଜନାଇ ସାନ୍ତା ସେଠାକୁ ଧାଇଁ ଆସିଥିଲେ। ରାଧା ତାଙ୍କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ଜନାଇ ଓ ଛୁଆର ମୃତ୍ୟୁ ଘଟିଥିଲା।

ଅଦ୍ୟତନ ହୋଇଛି
Crime

Crime

Advertisment

ପତ୍ନୀର ରାଗ ଦୁଇବର୍ଷର ପୁଅ ଉପରେ ସୁଝାଇଲା ମଦ୍ୟପ ବାପ! ତାକୁ ଅତି ନିର୍ମମ ଭାବେ ଛୁରୀରେ ବାରମ୍ୱାର ଭୁଷି ହତ୍ୟାକଲା। ଚିତ୍କାର ଶୁଣି ଶିଶୁ ପୁତ୍ରକୁ ଉଦ୍ଧାର କରିବା ପାଇଁ ଧାଇଁ ଆସିଥିଲେ ପଡ଼ୋଶୀ। ତାଙ୍କୁ ମଧ୍ୟ ଛୁରା ଭୁଷି ମାରିଦେଲା ଅଭିଯୁକ୍ତ। ଆଜି ଅପରାହ୍ନରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ନବରଙ୍ଗପୁର ଜିଲ୍ଲାରେ ଘଟିଛି।

Advertisment

ମୈଦଲପୁର ଥାନା ଗୁଜୁମାପଦ ଗାଁର ରାଧା ସାନ୍ତା ମଦ ନିଶାରେ ଆଜି ଘରକୁ ଫେରିଥିଲା। ସେ ଘରେ ପହଞ୍ଚିବା ପରେ ପତ୍ନୀ ମାଳତୀଙ୍କ ସହିତ ପାଟିତୁଣ୍ଡ କରିଥିଲେ। ଧୀରେ ଧୀରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା। ରାଧା ଉତ୍‌କ୍ଷିପ୍ତ ହୋଇ ଏକ ଠେଙ୍ଗାରେ ପତ୍ନୀ ମାଳତୀକୁ ପିଟିବା ପାଇଁ ଗୋଡ଼ାଇଥିଲା। ଜୀବନ ବିକଳରେ ଧାଇଁ ପଳାଇ ଯାଇଥିଲା ମାଳତୀ।

ପତ୍ନୀଙ୍କୁ ନପାଇ ରାଧା ନିଜ ଦୁଇ ବର୍ଷର ପୁଅକୁ ଛୁରାରେ ବାରମ୍ବାର ଭୁଷି ଥିଲା। ଛୁଆର ଚିତ୍କାର ଶୁଣି ପଡୋଶୀ ଜନାଇ ସାନ୍ତା ସେଠାକୁ ଧାଇଁ ଆସିଥିଲେ। ରାଧା ତାଙ୍କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ଜନାଇ ଓ ଛୁଆର ମୃତ୍ୟୁ ଘଟିଥିଲା। ପରେ ଗାଁ ଲୋକେ ମଦ୍ୟପ ରାଧାକୁ କାବୁ କରି ନିର୍ଧୁମ ମାଡ଼ ମାରିଥିଲେ। ବୃଦ୍ଧା ଜନାଇ ସାନ୍ତାଙ୍କ ପୁଅ ସୀମାଞ୍ଚଳ ସାନ୍ତା ଏ ନେଇ ମୈଦଲପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ ଘଟଣାର ତଦନ୍ତ ଚଳାଇଛି। ଗାଁ ଲୋକଙ୍କ କବଳରୁ ପୁଲିସ୍‌ ରାଧାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।

Advertisment

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

Crime Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe