Advertisment

ବାପାର ବୋମା ମାଡ଼ରେ ପୁଅ ମୃତ

ଜମିବାଡ଼ି ବିବାଦକୁ ନେଇ ଏହି ଘଟଣା ଘଟିଥିବା ଜଣାଯାଇଛି।

author-image
Tapaswini Nayak
Blast

Blast

ବାପାର ବୋମା ମାଡ଼ରେ ସାନ ପୁଅର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାହାସପୁର ଶାନ୍ତିନଗରରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଦିବ୍ୟସିଂହ ରାଉତରାୟ। ବାପା ଶଠ ରାଉତରାୟ ଓ ବଡ଼ ପୁଅ ସୁବାଷ ରାଉତରାୟଙ୍କୁ ପୁଲିସ ଅଟକ ରଖିଛି।

Advertisment

ଜମିବାଡ଼ିକୁ ନେଇ ସୁବାଷ ସହ ତାଙ୍କ ବପାଙ୍କର ବିବାଦ ଲାଗିଥିଲା। ଆଜି ଶଠ ଓ ତାଙ୍କ ସାନ ପୁଅ ଦିବ୍ୟସିଂହ ବଡ଼ ପୁଅକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ବଡ଼ ପୁଅ ଘର ଉପରକୁ ବୋମାମାଡ଼ କରିଥିଲେ। କିନ୍ତୁ ବୋମାଟି ଘର ଗ୍ରୀଲ ଉପରେ ବାଜି ଛିଟିକି ଆସି ସାନପୁଅ ଦେହରେ ବାଜିଥିଲା। ଘଟଣା ସ୍ଥଳରେ ହିଁ ସାନପୁଅ ଦିବ୍ୟସିଂହଙ୍କର ମୃତ୍ୟୁ ହୋଇଥିଲା। ବୋମାମାଡ଼ରେ ବଡ଼ପୁଅ ସାମାନ୍ୟ ଆହତ ହୋଇଛନ୍ତି।

ଘଟଣାସ୍ଥଳରୁ ପୁଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି। । ଜମିବାଡ଼ି ବିବାଦକୁ ନେଇ ଏହି ଘଟଣା ଘଟିଥିବା ଜଣାଯାଇଛି। ପୁଲିସ ବାପା ଓ ବଡ଼ ପୁଅକୁ ଅଟକ ରଖି ପଚରାଉଚରା କରୁଛି।

Advertisment
Bomb Blast Khordha