Father & Son
ବାପା ସାଜିଲା ସଇତାନ । ଯେଉଁ ହାତ ନିଜ ଛୁଆକୁ ସୁରକ୍ଷା ଦେବା କଥା, ସେହି ହାତରେ ତାର ତଣ୍ଟି ଚିପି ଦେଲା। ଦୁନିଆ କ’ଣ ଜାଣିବା ପୂର୍ବରୁ ମାତ୍ର ୪ ବର୍ଷର ନିରୀହ ଛୁଆର ଜୀବନ ନେଇ ଜଘନ୍ୟ କାଣ୍ଡ ଘଟାଇଲା ବାପା । ଏପରି ଏକ ସାଂଘାତିକ କାଣ୍ଡ ରାଉରକେଲା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।
Advertisment
ରାଉରକେଲା ସହରର କୁଳୁଙ୍ଗା ଫାଣ୍ଡି ଅନ୍ତର୍ଗତ ଗର୍ଜନ ପଞ୍ଚାୟତର ତୁମରନ ଗାଁରେ ଏପରି ଲୋମଟାଙ୍କୁରା ଘଟଣା ଘଟିଛି। ୪ ବର୍ଷର ପୁଅକୁ ହତ୍ୟା କରି ବାପା ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ବ୍ରାହ୍ମଣୀ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖି ବାପାକୁ ଅଟକ ରଖି ପଚରାଉଚାର କରୁଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ତେବେ କାହିଁକି ଜଣେ ବାପା ଏପରି ଚରମ ପଦକ୍ଷେପ ନେଲେ, ସେତେବେଳେ ଘରର ଅନ୍ୟ ସଦସ୍ୟ କେଉଁଆଡ଼େ ଯାଇଥିଲେ ଆଦି ସମସ୍ତ ଘଟଣାର ତନ ତନ ଯାଞ୍ଚ କରୁଛି ପୁଲିସ୍ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
