Advertisment

ନବଜାତକୁ ୨୦ ହଜାର ଟଙ୍କାରେ ପର ହାତକୁ ଟେକି ଦେଇଥିଲେ ବାପାମା’; ଆନ୍ଧ୍ରରୁ ଉଦ୍ଧାର

ପିଲାଟି ଜନ୍ମ ହେବାର ୯ ଦିନ ପରେ ନିଜର ନବଜାତ ଶିଶୁଟିକୁ ଅନ୍ୟ ହାତକୁ ଟେକି ଦେଇଥିଲେ ବାପାମା’।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Baby girl rescued

୧୦ ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା। କେତେ ଯେ କଷ୍ଟ ଯନ୍ତ୍ରଣା ସହିଥିଲା। ହେଲେ ଶେଷରେ ଗରିବୀ ରାକ୍ଷସ ଆଗରେ ହାର ମାନି ଯାଇଥିଲା ମା’ର ମମତା। ଭଲକି ଦୁନିଆ ଦେଖିନଥିବା କଅଁଳ ଶିଶୁକୁ ଜନ୍ମ ହେଉ ହେଉ ୨୦ ହଜାର ଟଙ୍କାରେ ଅନ୍ୟ ହାତକୁ ଟେକି ଦେଇଥିଲା ମା’ବାପା। ଶିଶୁ ସୁରକ୍ଷା ଅଧିକାର ଟିମ୍‌(ସିଡବ୍ଲ୍ୟୁସି) ହସ୍ତକ୍ଷେପ କରିବା ପରେ ଶିଶୁଟିକୁ ଉଦ୍ଧାର କରାଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର ଚାନ୍ଦିଲି ଥାନା ଅଞ୍ଚଳରେ।

Advertisment

ନୂଆପଡା ବସ୍ତିର ରାହୁଲ ଧାନବାଡ଼ିଙ୍କ ସ୍ତ୍ରୀ କୁମୁଦ ଗାଣ୍ଠା ଚଳିତ ମାସ ୩ ତାରିଖରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପିଲାଟି ଜନ୍ମ ହେବାର ୯ ଦିନ ପରେ ନିଜର ନବଜାତ ଶିଶୁଟିକୁ ଅନ୍ୟ ହାତକୁ ଟେକି ଦେଇଥିଲେ ବାପାମା’। ଶିଶୁଟିକୁ ତାର ମା’ବାପା ୨୦ ହଜାର ଟଙ୍କାରେ ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲା ଅନ୍ତର୍ଗତ ପେଦାପେଙ୍କି ଗାଁର ନିସନ୍ତାନ ଦମ୍ପତିଙ୍କୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଥିଲା।

ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଟିମ୍ କୌଣସି ସୂତ୍ରରୁ ଖବର ପାଇଥିଲେ। ଗତକାଲି ନୂଆପଡା ବସ୍ତିରେ ପହଞ୍ଚି ଶିଶୁର ମା’ବାପାଙ୍କୁ ପଚରାଉଚରା କରି ଫେରିଥିଲା। ଏଥିସହ ଶିଶୁଟିକୁ ନେଇଥିବା ଆନ୍ଧ୍ରର ବ୍ୟକ୍ତିଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ପିଲାଟିକୁ ଶିଶୁ ସୁରକ୍ଷା ଆୟୋଗରେ ହାଜର କରିବା ପାଇଁ କହିଥିଲେ। ଆଜି ଆନ୍ଧ୍ରର ଦମ୍ପତି ଶିଶୁଟିକୁ ସାଙ୍ଗରେ ଧରି ଶିଶୁ ସୁରକ୍ଷା ଆୟୋଗ ନିକଟରେ ହାଜର ହୋଇଛନ୍ତି। ଅନ୍ୟପକ୍ଷରେ ଉପଜିଲ୍ଲାପାଳ ଶିଶୁଟିର ନିଜ ବାପାମା’ଙ୍କ ପାଖରେ ପହଞ୍ଚି ପଚରାଉଚରା କରିଥିବା ଜଣାପଡ଼ିଛି। 

Advertisment

ନବଜାତ ଶିଶୁଟିର ବାପା କହିଛନ୍ତି, ଆମେ ଗରିବ ଲୋକ। ଭଲକି ଦୁଇ ମୁଠା ଖାଇବାକୁ ପାଉ ନାହୁଁ। ଆମେ ଦୁଇ ଦୁଇଟି ଛୁଆକୁ କିପରି ଲାଳନ ପାଳନ କରିବୁ, ସେଥିପାଇଁ ସାନ ଝିଅକୁ ଦେଇଦେଲୁ। ସେମାନେ ଆମକୁ ୨୦ ହଜାର ଟଙ୍କା ଦେଇଛନ୍ତି। 

ଶିଶୁ ସୁରକ୍ଷା ଆୟୋଗର ସଦସ୍ୟ ସତ୍ୟପ୍ରିୟା ପ୍ରଧାନ କହିଛନ୍ତି, ଘଟଣା ବିଷୟରେ ଜାଣିବା ପରେ ତଦନ୍ତ ପାଇଁ ଶିଶୁଟିର ଘରେ ପହଞ୍ଚିଥିଲୁ। ଶିଶୁଟିକୁ ୯ ଦିନ ହୋଇଥିବା ବେଳେ ତାର ବାପାମା’ ଛୁଆଟିକୁ ଦେଇ ଦେଇଛନ୍ତି। ସେ ପିଲାଟିକୁ ବିକ୍ରି କରି ନାହାନ୍ତି। ଦାରିଦ୍ରା ହେତୁ ସେ ପିଲାଟିର ଭରଣ ପୋଷଣ ପାଇଁ ଅନ୍ୟ ହାତକୁ ଟେକି ଦେଇଛନ୍ତି। ଆନ୍ଧ୍ରର ଜଣେ ଦମ୍ପତିଙ୍କୁ ସେ ଶିଶୁଟିକୁ ଦେଇଦେଇଥିବା ଜଣାପଡ଼ିଛି। କୋର୍ଟରେ କାଗଜପତ୍ର ହୋଇଛି ବୋଲି ସେମାନେ କହୁଛନ୍ତି। ହେଲେ ଆମ କିଛି ପ୍ରମାଣ ପାଇନାହୁଁ।

Rayagada New Born Child