Advertisment

ଝିଅର ତଣ୍ଟି କାଟିଲା, ପରେ ପେଟ୍ରୋଲ ଢ଼ାଳି ପୋଡି ଦେଲା ବାପା

ଘଟଣାସ୍ଥଳରୁ ଅଭିଯୁକ୍ତ ବାପା ଫେରାର୍‌ ହୋଇଯାଇଛି। ତାକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

Murder

Murder

Advertisment

ସାଇତାନ ସାଜିଲା ବାପା। ଜନ୍ମକଲା ଝିଅକୁ ବି ଛାଡ଼ିଲାନି। ବିବାହିତ ଝିଅର ତଣ୍ଟି କାଟି ହତ୍ୟା କଲା ନୃଶଂସ ବାପା। ପରେ ମୃତଦେହକୁ ପେଟ୍ରୋଲ ଢ଼ାଳି ପୋଡ଼ି ଦେଲା। ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଘଟିଛି ରାଜସ୍ଥାନରେ।

Advertisment

ରାଜସ୍ଥାନ ପାଲି ଜିଲ୍ଲା ସିରିୟାରି ଥାନା ଅଞ୍ଚଳରେ ଥିବା କାନୁ ଗାଁ। ଏଠାକାର ଶିବଲାଲ ମେଘବାଲ ନାମକ ଜଣେ ବ୍ୟକ୍ତି ନିଜ ୩୨ ବର୍ଷୀୟ ଝିଅକୁ ହତ୍ୟା କରିଛି। ମୃତ ଝିଅର ନାଁ ନିରମା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଗତ ୧୨ ବ‌ର୍ଷ ହେବ ପରିବାରଠାରୁ ଅଲଗା ହୋଇ ଅଭିଯୁକ୍ତ ଶିବଲାଲ୍‌ ପାଲିରେ ବାସ କରୁଥିଲା। କିନ୍ତୁ, ତାଙ୍କ ସ୍ତ୍ରୀ ଓ ପିଲାମାନେ ଗୁଜରାଟରେ ବାସ କରୁଥିଲେ। ତେବେ ବଡ଼ ଝିଅ ନିର୍‌ମା ହିଁ ପରିବାରରେ ବିବାଦର ମୁଖ୍ୟ କାରଣ ବୋଲି ଶିବଲାଲ ଭାବୁଥିଲେ।

ତେବେ ସୋମବାର ଦିନ ଏକ ବିବାହରେ ଯୋଗ ଦେବା ପାଇଁ ନିର୍‌ମା ପାଲିର ଇସାଲି ଗାଁକୁ ଆସିଥିଲେ। ଏହି ସମୟରେ ବାପା ଶିବଲାଲଙ୍କ ସହ ତାଙ୍କର ଦେଖାସାକ୍ଷାତ ହୋଇଥିଲା। ସଠାରୁ ସେଠାରେ ଶିବଲାଲ୍‌ ବଡ଼ଝିଅ ନିର୍‌ମା ଓ ସାନଝିଅକୁ ସାଥିରେ ଗୋଟାଏ ଜାଗାକୁ ଯିବାକୁ ଡାକିଥିଲା।

Advertisment

ବାଇକ୍‌ ଯୋଗେ କିଛି ବାଟ ଯିବା ପରେ ସାନ ଝିଅକୁ ଅଧା ରାସ୍ତାରେ ଓହ୍ଲାଇ ଦେଇ ଅପେକ୍ଷା କରିବାକୁ କହି ବଡ଼ ଝିଅ ନିର୍‌ମାକୁ ନିର୍ଦ୍ଧାରିତ ସ୍ଥାନକୁ ନେଇଥିଲା ଶିବଲାଲ। ଏହାପରେ ସେଠାର ଅତି ନିର୍ମମ ଭାବେ ତା’ର ତଣ୍ଟି କାଟି ହତ୍ୟା କରିଥିଲା ଶିବଲାଲ। ଏହାପରେ ଶବରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲା। ଫେରିବା ପରେ ଶିବଲାଲ୍‌ଙ୍କ ହାତରେ ରକ୍ତ ଲାଗିଥିବା ଦେଖି ସାନ ଝିଅ ଚିତ୍କାର କରି ଗାଁ ଲୋକଙ୍କୁ ଡାକିଥିଲେ। ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ନିର୍‌ମାଙ୍କ ଅର୍ଦ୍ଧ-ଦଗ୍ଧ ଶବ ଦେଖି ପୁଲିସକୁ ସୂଚନା ଦେଇଥିଲେ।

ସାନ ଝିଅର ଅଭିଯୋଗ ପରେ ପୁଲିସ ଆଇପିସି ଧାରା ୩୦୨ ଅନୁଯାୟୀ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସେପଟେ ଘଟଣାସ୍ଥଳରୁ ଶିବଲାଲ୍‌ ଫେରାର୍‌ ହୋଇଯାଇଥିବାରୁ ତାଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

Rajasthan Crime Story Father Kills Daughter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe