Advertisment

ଜମିରେ ପାଣି ମଡ଼ାଇବାକୁ ନେଇ ହେଲା ରକ୍ତପାତ; ବାପା ମୃତ, ପୁଅ ଗୁରୁତର

ଜମିରେ ପାଣି ମଡ଼ାଇବାକୁ ନେଇ ପୂର୍ବରୁ ବାସୁଦେବ ସାହୁ ଓ ରଂଜିତ ସାହୁଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ଏହି ବିବାଦକୁ ନେଇ ଆଜି ପୁଣି ଥରେ ଗାଁରେ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା।

author-image
Niharika Rout
Arrest

Arrest

ଜମିରେ ପାଣି ମଡ଼ାଇବାକୁ ନେଇ ହେଲା ରକ୍ତପାତ । ଗଡ଼ିଲା ମୁଣ୍ଡ, ଛାରଖାର ହେଲା ପରିବାର । ବିରୋଧୀଙ୍କ ଆକ୍ରମଣରେ ବୃଦ୍ଧ ବାପା ରାସ୍ତା ଉପରେ ଛଟପଟ ହୋଇ ଆଖି ବୁଜିଥିବା ବେଳେ ପୁଅ ଏବେ ମେଡିକାଲ ବେଡରେ ଛଟପଟ ହେଉଛନ୍ତି। ଏପରି ଏକ ସାଂଘାତିକ ଘଟଣା । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଆମ୍ବସରଭଟା ଗାଁରେ ଘଟିଛି । ମୃତକ ହେଲେ ୭୫ ବର୍ଷୀୟ ବାସୁଦେବ ସାହୁ । ଗୁରୁତର ହେଲେ ତାଙ୍କ ପୁଅ ସୁରେନ୍ଦ୍ର ସାହୁ । ଗୁରୁତର ସୁରେନ୍ଦ୍ରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଜମିରେ ପାଣି ମଡ଼ାଇବାକୁ ନେଇ ପୂର୍ବରୁ ବାସୁଦେବ ସାହୁ ଓ ରଂଜିତ ସାହୁଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ଏହି ବିବାଦକୁ ନେଇ ଆଜି ପୁଣି ଥରେ ଗାଁରେ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା।

ଗଣ୍ଡଗୋଳ କ୍ରମଶଃ ତୀବ୍ର ହେବାରୁ ରଂଜିତ ସାହୁ ଏବଂ ରଞ୍ଜନ ସାହୁ ମାରଣାସ୍ତ୍ରରେ ଉଭୟ ବାପପୁଅଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଗାଁ ରାସ୍ତାରେ ହିଁ ବାସୁଦେବ ପଡ଼ି ଛଟପଟ ହୋଇ ଆଖି ବୁଜିଥିଲେ।

Advertisment

ଏଥିସହ ଆକ୍ରମଣରେ ଗୁରୁତର ହୋଇଥିବା ସୁରେନ୍ଦ୍ର ସାହୁଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

ସୁବିଳୟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ ସହ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ମାରଣାସ୍ତ୍ର ଜବତ କରିଛି l ସେପଟେ ଦୁଇ ଅଭିଯୁକ୍ତ ରଂଜିତ ଓ ରଞ୍ଜନକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି ସୁବଳୟା ପୁଲିସ l

Murder Deadbody Arrest