Advertisment

ଆଖି ସାମ୍ନାରେ ଜଳୁଥିଲା ଝିଅର ଚିତା, ଡେଇଁ ପଡ଼ିଲେ ବାପା

ହତଭାଗ୍ୟ ବାପାଙ୍କ ୧୪ ବର୍ଷୀୟ ଝିଅଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହାପରେ ମୃତଦେହକୁ କୋଇଲା ଭାଟିରେ ପୋଡ଼ି ଦିଆଯାଇଥିଲା।

Coal

Coal

Advertisment

ନିଜ ଝିଅକୁ ହରାଇ ଜଣେ ହତଭାଗ୍ୟ ବାପା ଚରମ ପଦକ୍ଷେପ ନେଇଛନ୍ତି। ସେ ଆଖି ସାମ୍ନାରେ ଜଳୁଥିବା ଜୁଇକୁ ଡେଇଁ ଝିଅ ସହ ସବୁ ଦିନ ପାରପାରିକୁ ଚାଲିଯିବାକୁ ଚେଷ୍ଟା କରିଛନ୍ତି। ତେବେ ଉପସ୍ଥିତ ଲୋକ ତାଙ୍କୁ ଜଳନ୍ତା ଜୁଇରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବାରୁ ସେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ରାଜସ୍ଥାନର ଭିଲୱାରା ଠାରେ ଦେଖିବାକୁ ମିଳିଛି।

Advertisment

ହତଭାଗ୍ୟ ବାପାଙ୍କ ୧୪ ବର୍ଷୀୟ ଝିଅଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହାପରେ ମୃତଦେହକୁ କୋଇଲା ଭାଟିରେ ପୋଡ଼ି ଦିଆଯାଇଥିଲା। ଅଗଷ୍ଟ ୨ରେ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହର କିଛି ଅଂଶ ନିକଟସ୍ଥ ପୋଖରୀରୁ ଉଦ୍ଧାର କରାଯାଇଥିଲା। ଆଉ କିଛି ଶରୀରର ଅଂଶ କୋଇଲା ଭାଟିରୁ ମଧ୍ୟ ମିଳିଥିଲା। ପୁଲିସ୍‌ ଏହାକୁ ଜବତ କରି ତଦନ୍ତ କରୁଥିବା ବେଳେ ଆଜି ଅର୍ଦ୍ଧଦଗ୍ଧ ମୃତଦେହର ଅନ୍ତିମ ସଂସ୍କାର କରାଯାଇଥିଲା।

ଏହି ସମୟରେ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଝିଅର ମୃତଦେହ ଆଖି ସାମ୍ନାରେ ଜଳୁଥିବା ବେଳେ ଏହାକୁ କିଛି ଦୂରରେ ଛିଡ଼ା ହୋଇ ଦେଖୁଥିଲେ ବାପା। ହଠାତ ଏହି ସମୟରେ ସେ ଦୌଡ଼ି ଯାଇ ଝିଅର ଜୁଇକୁ ଡେଇଁ ପଡ଼ିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Advertisment

ମହାତ୍ମା ଗାନ୍ଧି ସରକାରୀ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅରୁଣ ଗୌର କହିଛନ୍ତି, ବ୍ୟକ୍ତି ଜଣଙ୍କର ଅବସ୍ଥା ଭଲ ରହିଛି। ସେ ବିପଦ ମୁକ୍ତ ଅଛନ୍ତି। ତାଙ୍କର ସବୁ ପାରାମିଟର ସ୍ୱାଭାବିକ ରହିଛି।

ଅନ୍ୟପକ୍ଷରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସ୍‌ ୫ ଜଣଙ୍କୁ ଇତି ମଧ୍ୟରେ ଗିରଫ କରିଛି। ଭିଲୱାରା ପୁଲସ ଷ୍ଟେସନର ଜଣେ ଏଏସ୍‌ଆଇକୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି।

Crime Rajasthan Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe