Advertisment

ଉଜ୍ଜୈନ ଦୁଷ୍କର୍ମ ମାମଲା: ଫାଶୀ ଦେବାକୁ ଦାବି କଲେ ଅଭିଯୁକ୍ତର ବାପା

ଗତ ବୁଧବାର ଉଜ୍ଜୈନରେ ଜଣେ 12 ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହେବା ପରେ ଅର୍ଦ୍ଧଲଗ୍ନ ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ଦୁଆର ଦୁଆର ବୁଲି ସାହାଯ୍ୟ ମାଗିବାର ସିସିଟିଭି ଭିଡିଓ ସାମ୍ନାକୁ ଆସିଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଉଜ୍ଜୈନରେ ଦୁଷ୍କର୍ମ ମାମଲା ଅଭିଯୁକ୍ତର ବାପାଙ୍କ ବୟାନ। ପୁଅକୁ ଫାଶୀ ଦେବାକୁ ଦାବି କଲେ ଅଭିଯୁକ୍ତର ବାପା। ସେ ଅପରାଧ କରିଛି, ନା ତାକୁ ଭେଟିବାକୁ ପୁଲିସ ଷ୍ଟେସନ ଯାଇଛି, ନା କୋର୍ଟକୁ ଯିବି। ତାକୁ ଫାଶୀ ଦଣ୍ଡ ଦେବା ଉଚିତ୍ ବୋଲି ଅଭିଯୁକ୍ତର ବାପା କହିଛନ୍ତି।

Advertisment

ମଧ୍ୟ ପ୍ରଦେଶର ଉଜ୍ଜୈନରେ ଦୁଷ୍କର୍ମ ପୀଡିତା ନାବାଳିକା ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାହାଯ୍ୟ ମାଗିବା ଘଟଣାକୁ ଦେଶବ୍ୟାପୀ ତୀବ୍ର ନିନ୍ଦା କରାଯାଉଛି। ଏପରି ପାଶବୀୟ କାଣ୍ଡ ଭିଆଉଥିବା ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହେଉଛି। ପୁଲିସ ଗିରଫ କରିଥିବା ଅଭିଯୁକ୍ତ ପକ୍ଷରୁ କୌଣସି ଓକିଲ ମାମଲା ନ ଲଢିବାକୁ ସ୍ଥାନୀୟ ବାର୍ ଆସୋସିଏସନ୍ ପକ୍ଷରୁ ଅପଲି ମଧ୍ୟ କରାଯାଇଛି। 

ସେପଟେ ବିରୋଧୀ କଂଗ୍ରେସ ମଧ୍ୟପ୍ରଦେଶରେ ବିଜେପି ସରକାରକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିରବତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

Advertisment

ଏହାରି ମଧ୍ୟରେ ମାମଲାରେ ଗିରଫ ଅଟୋ ଡ୍ରାଇଭର ଭରତ ସୋନିର ବାପା ନିଜର ବୟାନ ରଖିଛନ୍ତି। ସେ କହିଛନ୍ତି, "ଏହା ଏକ ଲଜ୍ଜାଜନକ କାର୍ଯ୍ୟ। ନା ମୁଁ ତାକୁ ଭେଟିବାକୁ ଡାକ୍ତରଖାନା ଯାଇଛି, ନା ପୁଲିସ ଷ୍ଟେସନ କିମ୍ବା କୋର୍ଟକୁ ଯିବି। ମୋ ପୁଅ ଅପରାଧ କରିଛି, ତେଣୁ ତାକୁ ଫାଶୀ ଦିଆଯିବା ଦରକାର।"

ସେପଟେ, ଉଜ୍ଜୈନ ବାର୍ ପରିଷଦର ସଭାପତି ଅଶୋକ ଯାଦବ କହିଛନ୍ତି ଯେ, ଏପରି ଏକ ଘଟଣା ମନ୍ଦିରମାଳିନୀ ସହର ଉଜୈନର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଉଛି। କୌଣସି ଓକିଲ ଏହି ମାମଲା ନ ଲଢିବାକୁ ସେ ଅନ୍ୟ ଓକିଲମାନଙ୍କୁ ଅପିଲ୍ କରିଛନ୍ତି।

ସୂଚନା ଅନୁସାରେ, ଗତ ବୁଧବାର ଜଣେ 12 ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହେବା ପରେ ଅର୍ଦ୍ଧଲଗ୍ନ ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ଦୁଆର ଦୁଆର ବୁଲି ସାହାଯ୍ୟ ମାଗିବାର ସିସିଟିଭି ଭିଡିଓ ସାମ୍ନାକୁ ଆସିଥିଲା। ଦେହକୁ କପଡା ଖଣ୍ଡେ ଏବଂ ହସ୍ପିଟାଲ ନେଇଯିବାକୁ ଲୋକଙ୍କୁ ଅନୁରୋଧ କରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ମାମଲାରେ ପୁଲିସ 4ରୁ 5 ଜଣଙ୍କୁ ଅଟକ ରଖିବା ପରେ ଜଣେ ଅଟୋ ଡ୍ରାଇଭରକୁ ଗିରଫ କରିଥିଲା। 

ଗିରଫ ଅଟୋ ଡ୍ରାଇଭରକୁ ତଦନ୍ତ ପାଇଁ ନେବା ସମୟରେ ସେ ଖସି ପଳାଉବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ଆଘାତ ପାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା। ଅଭିଯୁକ୍ତର ପରିବାର ପକ୍ଷରୁ ତାକୁ କେହି ଭେଟିବାକୁ ଆସୁନଥିବା ବେଳେ ତା' ବାପା ମୁହଁ ଖୋଲିବା ସହ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। 

Ujjain Rape Case Ujjain Minor Girl Rape Ujjain Rape Accused