Advertisment

ସଇତାନ ବାପା କରୁଥିଲା ଦୁଷ୍କର୍ମ, ଝୁଲି ପଡ଼ିଲା ନାବାଳିକା ଝିଅ

ଝିଅର ଆତ୍ମହତ୍ୟା ପରେ ଅଭିଯୁକ୍ତ ବାପା ମଳୟ ରଞ୍ଜନ ମହାନ୍ତି ଫେରାର ହୋଇଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Rape

Rape

ସଇତାନ ବାପା, ନାବାଳିକା ଝିଅକୁ କରୁଥିଲା ବାରମ୍ବାର ଦୁଷ୍କର୍ମ। କଅଁଳ ବୟସରେ ବାପାର ପାଶବିକ ଅତ୍ୟାଚାର ସହି ପାରି ନଥିଲା ଝିଅ। ଶେଷରେ କିଛି ଉପାୟ ନ ପାଇ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ।  ଝିଅର ଆତ୍ମହତ୍ୟା ପରେ ଅଭିଯୁକ୍ତ ବାପା ମଳୟ ରଞ୍ଜନ ମହାନ୍ତି ଫେରାର ହୋଇଯାଇଛି। ନାବାଳିକାଟି ନବମ ଶ୍ରେଣୀରେ ପଢ଼ୁଥିଲା।

Advertisment

ଅଭିଯୁକ୍ତ ମଳୟ ନିଜର ବଡ଼ ଝିଅକୁ ଦୁଷ୍କର୍ମ କରୁଥିଲା। ଏନେଇ ଝିଅ ମା’କୁ ଜଣାଇଥିଲା। ମା’ ମଧ୍ୟ ସ୍ୱାମୀକୁ ବହୁତ ଥର ଏନେଇ ତାଗିଦ କରିଥିଲେ। ହେଲେ କିଛି ଲାଭ ହୋଇ ନଥିଲା। ପୁଣି ବାପା ଝିଅକୁ ଦୁଷ୍କର୍ମ କରିଥିଲା। ବାପାର ପାଶବିକ ଅତ୍ୟାଚାର ଝିଅ ସହିପାରି ନଥିଲା। ଶନିବାର ରାତିରେ ଘରେ ସମସ୍ତେ ଶୋଇଯିବା ପରେ ନାବାଳିକା ଜଣଙ୍କ  ବେକରେ ରଶି ଲଗାଇ ଝୁଲି ପଡ଼ିଥିଲା।

ମା’ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ। ଡାକ୍ତର ଘଟଣା ସଂପର୍କରେ ପୁଲିସ ଜଣାଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ନାବଳିକାଙ୍କ ଘରୁ ସୁଇସାଇଡ୍ ନୋଟ୍ ଜବତ କରିଥିଲା। ଏହାସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ଜିଲ୍ଲା ହସପିଟାଲକୁ ପଠାଇଥିଲା। ଏନେଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ସ୍ୱାମୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନାବଳିକାଙ୍କ ମାଆ ଦାବି କରିଛନ୍ତି।

Advertisment

ମୃତ ନାବାଳିକା ମା’ କହିଛନ୍ତି, ମୋ ଝିଅକୁ ତା ବା‘ପା ଦୁଷ୍କର୍ମ କରିବାରୁ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିଛି। ମୋ ସ୍ୱାମୀ ନିଶା ଖାଏ।, ସବୁବେଳେ ଘରେ ଆସି ମାରପିଟ କରେ। ମୁଁ ଏନେଇ ଥାନାରେ ଅଭିଯୋଗ କରିଛି। ଥାନାରେ ମୋ ସ୍ୱାମୀଙ୍କୁ କିଛି ସମୟ ଅଟକ ଛାଡ଼ି ଦିଅନ୍ତି। ପୁଣି ନିଶା ଖାଇ ଆସି ଆମକୁ ମାଡ଼ପିଟ କରେ। 

କୋଣାର୍କ ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି,  ପରିବାର ତରଫରୁ ବିଧିବଦ୍ଧ ଅଭିଯୋଗ ହୋଇନାହିଁ। ନିଜ ଆଡୁ ମାମଲା ରୁଜୁ ରାଯାଉ ତଦନ୍ତ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ପୁଲିସ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ।

Odisha Police Konark