Advertisment

ବାପା, ପୁଅ ଓ ଝିଅଙ୍କୁ ଆଜୀବନ ଜେଲ୍‌ ସହ ଜରିମାନା

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ଆସିକା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ପ୍ରବୀର କୁମାର ଚୌଧୁରୀ ମାମଲାକୁ ବିଚାର କରି ୫ ଅଭିଯୁକ୍ତଙ୍କ ଭିତରୁ ଗୋଟିଏ ପରିବାରର ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Judgment

Judgment

Advertisment

୨୦୧୧ ମସିହାରେ ଘଟିଥିବା ବୀଭତ୍ସ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ହତ୍ୟା ଅଭିଯୁକ୍ତଙ୍କ ଭିତରୁ ଗୋଟିଏ ପରିବାରର ବାପା, ପୁଅ ଓ ଝିଅଙ୍କୁ ଆଜୀବନ ଜେଲ୍‌ ସହ ଜରିମାନା ଶୁଣାଇଛନ୍ତି ଆସିକା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ କୋର୍ଟ। ଜରିମାନା ଅନାଦେୟ ହେଲେ ଅଧିକ ୪ ମାସ ଲେଖାଏଁ ଜରିମାନା ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି।

Advertisment

୨୦୧୧ ମାର୍ଚ୍ଚ ୧୫ ତାରିଖରେ ଗାଙ୍ଗପୁର ଥାନା ପୁରୁଣା ବୋରି ଗାଁରେ ନାମ ଯଜ୍ଞ ଚାଲିଥିଲା। ସେହି ସମୟରେ ଗାଁର ବୁଲୁ ବିଷୋୟୀଙ୍କୁ ଖଦାଳ ପ୍ରଧାନ, ତାଙ୍କ ପୁଅ ବାବୁ ପ୍ରଧାନ ଓ ଝିଅ ବ୍ରହ୍ମ କୁମାରୀ; ଗ୍ରାମର ସୁଗ୍ରୀବ ପ୍ରଧାନ ଏବଂ ଗୋପୀ ସ୍ୱାଇଁ ହତ୍ୟା କରିଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ଆସିକା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ପ୍ରବୀର କୁମାର ଚୌଧୁରୀ ମାମଲାକୁ ବିଚାର କରି ୫ ଅଭିଯୁକ୍ତଙ୍କ ଭିତରୁ ଗୋଟିଏ ପରିବାରର ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବାପା ଖଦାଳ ପ୍ରଧାନ, ତାଙ୍କ ପୁଅ ବାବୁ ପ୍ରଧାନ ଓ ଝିଅ ବ୍ରହ୍ମ କୁମାରୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡା ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୪ ମାସ ଲେଖାଏଁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ସୁଗ୍ରୀବ ପ୍ରଧାନ ଓ ଗୋପୀ ସ୍ୱାଇଁଙ୍କ ରାୟ ପରେ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

Advertisment

ରିପୋର୍ଟ- ଆସିକାରୁ ମନୋଜ ମୁନୀ

Ganjam Crime Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe