Advertisment

ବାରଣ୍ଡାରେ ଶୋଇଥିଲେ ବାପପୁଅ, ହଠାତ୍‌ ହେଲା ଏସିଡ୍‌ ମାଡ଼

ଘର ବାରଣ୍ଡାରେ ଶୋଇଥିଲେ ବାପପୁଅ। ହଠାତ୍‌ ରାତି ଅଧରେ ସେମାନଙ୍କ ଉପରକୁ ହେଲା ଏସିଡ୍‌ ମାଡ଼ । ଏହି ଏସିଡ୍‌ ମାଡ଼ରେ ବାପପୁଅ ଗୁରୁତର ହୋଇଛନ୍ତି।

ଅଦ୍ୟତନ ହୋଇଛି
Acid Attack

Acid Attack

Advertisment

ଘର ବାରଣ୍ଡାରେ ଶୋଇଥିଲେ ବାପପୁଅ। ହଠାତ୍‌ ରାତି ଅଧରେ ସେମାନଙ୍କ ଉପରକୁ ହେଲା ଏସିଡ୍‌ ମାଡ଼ । ଏହି ଏସିଡ୍‌ ମାଡ଼ରେ ବାପପୁଅ ଗୁରୁତର ହୋଇଛନ୍ତି।

Advertisment

ଏପରି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଢ଼ା କୁନ୍ଦେଲି ଗାଁରେ ଘଟିଛି । ଗୁରୁତର ବାପପୁଅଦ୍ୱୟ ହେଲେ ମୋହନ କନ୍ଦର ଓ ନାବାଳକ ପୁଅ ଅନୁଜ କନ୍ଦର । ଉଭୟଙ୍କୁ ପ୍ରଥମଆ ତୁମୁଡ଼ିବନ୍ଧ ଓ ପରେ ବାଲିଗୁଡା ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଗତ ରାତିରେ ମୋହନ କନ୍ଦର ନିଜ ୧୨ ବର୍ଷୀୟ ନାବାଳକ ପୁଅ ଅନୁଜ କନ୍ଦର ଓ ଅନ୍ୟ ପରିବାର ସଦସ୍ୟଙ୍କ ସହ ଘର ବାରଣ୍ଡାରେ ଶୋଇଥିଲେ। ବିଳମ୍ବିତ ରାତିରେ ହଠାତ୍‌ କେହି ଦୁର୍ବୃତ୍ତ ପହଞ୍ଚି ଉଭୟ ବାପପୁଅଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲେ। ଏହାପରେ ଉଭୟ ବାପପୁଅ ଚିତ୍କାର କରିଥିବା ବେଳେ ପରିବାରର ଅନ୍ୟ ସଦସ୍ୟମାନେ ଉଠି ପଡ଼ିଥିଲେ। ମାତ୍ର ସେତେବେଳକୁ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

Advertisment

ପରିବାର ଲୋକେ ତୁରନ୍ତ ଉଭୟଙ୍କୁ ତୁମୁଡ଼ିବନ୍ଧ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ତନନ୍ତ ଆରମ୍ଭ କରିବା ସହ ଗାଁ ଲୋକଙ୍କୁ ପଚରାଉଚରା କରୁଛି। ତେବେ କିଏ ଓ କାହିଁକି ତାଙ୍କ ଉପରେ ଏସିଡ ଫିଙ୍ଗିଛି ତାର ବର୍ତ୍ତମାନ ସୁଦ୍ଧା କାରଣ ଜଣା ପଡ଼ିନାହିଁ ।

Acid Attack Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe