Advertisment

ମା’କୋଳରୁ ୫ ମାସର ଛୁଆକୁ ଛଡ଼ାଇ ନେଲା ବାପା, ମିଳୁନି ପତ୍ତା

ମା’ କୋଳରେ ହସଖୁସିରେ ଖେଳୁଥିଲା ୫ ମାସର ଶିଶୁ କନ୍ୟା। ଦୁନିଆ କହିଲେ ମା’ ମୁହଁକୁ ହିଁ ଚିହ୍ନିଥିଲା ସେ । ହେଲେ ପତିପତ୍ନୀ କଳିରେ ବଳି ପଡ଼ିଗଲା କଅଁଳା ଶିଶୁ।

author-image
Niharika Rout
undefined

Infant

ମା’ କୋଳରେ ହସଖୁସିରେ ଖେଳୁଥିଲା ୫ ମାସର ଶିଶୁ କନ୍ୟା। ଦୁନିଆ କହିଲେ ମା’ ମୁହଁକୁ ହିଁ ଚିହ୍ନିଥିଲା ସେ । ହେଲେ ପତିପତ୍ନୀ କଳିରେ ବଳି ପଡ଼ିଗଲା କଅଁଳା ଶିଶୁ। ମା’ କୋଳରୁ ୫ ମାସର ଛୁଆକୁ ଛଡ଼ାଇ ନେଲା ନିଶାସକ୍ତ ବାପା ।

Advertisment

ଗତକାଲି ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ପିଲାଟିର ସନ୍ଧାନ ପାଇ ପାରୁ ନାହାନ୍ତି ପରିବାର ଲୋକେ। ପୁଲିସ୍‌ ବି ଖୋଜି ଖୋଜି ନାକେଦମ ହେଲାଣି। ଫଳରେ ଛୁଆ ପାଖରୁ ଗାଏବ ହୋଇ ଯାଇଥିବା ବେଳେ ତାକୁ ଝୁରି ଝୁରି କାନ୍ଦୁଛି ମା’ ।

ଯେକୌଣସି ପ୍ରକାରେ ଛୁଆକୁ ଖୋଜି ବାହାର କରିବାକୁ ମା’ ଗୁହାରି ହେଉଥିବା ବେଳେ ପୁଲିସ୍‌ ହୋଇ ଯାଇଛି ଅସହାୟ । ଛୁଆ ଗାଏବ ହେବାର ପ୍ରାୟ ୧୬ ଘଣ୍ଟା ହେବାକୁ ବସିଥିବା ବେଳେ ନିଶାସକ୍ତ ବ୍ୟକ୍ତିଙ୍କ ଖୋଜଖବର ପାଇ ପାରୁନି ପୁଲିସ୍‌ । ଏପରି ଏକ ଲୋମଟାଙ୍କୁରା ଘଟଣା ସୁନ୍ଦରଗଡ ଜିଲ୍ଲା ଟେନସା ଫାଣ୍ଡି ଅଧୀନସ୍ଥ ଟେନସା ଟାଉନସିପରେ ଘଟିଛି।

Advertisment

ଟାଉନସିପ ଅଞ୍ଚଳରେ ରହୁଥିବା ପତିପତ୍ନୀଙ୍କ ମଧ୍ୟରେ ଗତ କିଛି ଦିନ କଳହ ଲାଗି ରହୁଥିଲା। ବ୍ୟକ୍ତିଜଣକ ନିଶାସକ୍ତ ଅବସ୍ଥାରେ ଘରକୁ ଆସୁଥିବା ବେଳେ ଏହାକୁ ନେଇ ପତ୍ନୀଙ୍କ ସହ ତାଙ୍କର ଝଗଡ଼ା ହେଉଥିଲା।

ଗତକାଲି ସନ୍ଧ୍ୟା ବେଳେ ଏହି ଝଗଡ଼ା ଉଗ୍ର ରୂପ ଧାରଣ କରିବାରୁ ବ୍ୟକ୍ତିଜଣକ ଉତ୍ତ୍ୟକ୍ତ ହୋଇ ପତ୍ନୀଙ୍କ କୋଳରୁ ଶିଶୁଟିକୁ ନେଇ ଫେରାର ହୋଇ ଯାଇଥିଲେ। ପରିବାର ଲୋକଙ୍କ ସମେତ ଆଖପାଖ ଲୋକେ ବହୁ ଖୋଜାଖୋଜି କରିବା ପରେ ବି ବ୍ୟକ୍ତିଙ୍କ ସନ୍ଧାନ ପାଇ ପାରି ନାହାନ୍ତି।

ଖବର ପାଇ ପୁଲିସ୍‌ ପହଞ୍ଚି ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସତ୍ତ୍ୱେ କୌଣସି ସନ୍ଧାନ ପାଇପାରୁନି। ଛୁଆଟିକୁ ଫେରି ପାଇବାକୁ ଲକ୍ଷେ ଠାକୁରଙ୍କୁ ମନାସୀ ଚାହିଁ ରହିଛି ମା’ । ହେଲେ ନା କାଲିଠୁ ସ୍ୱାମୀ ନା ଛୁଆର ଖୋଜଖବର ମିଳୁଛି। ଫଳରେ ଆଖିରୁ ଅମାନିଆ ଲୁହ ବୋହି ଚାଲିଛି।

ରିପୋର୍ଟ- କୋଇଡାରୁ ସୁନୀଲ ପଣ୍ଡା

Infant Sundargarh