Advertisment

ଏହି ଭାରତୀୟଙ୍କ ସମ୍ପର୍କରେ ତଥ୍ୟ ଦେଲେ ୨.୧ କୋଟି ଦେବ FBI

ଏଫବିଆଇ ଭଦ୍ରେଶ କୁମାରଙ୍କ ଏକାଧିକ ଫଟୋ ଜାରି କରି କହିଛି ଯେ ୧୦ ମୋଷ୍ଟୱାଣ୍ଟେଡ ପଳାତକଙ୍କ ମଧ୍ୟରେ ଥିବା ଏହି ଯୁବକଙ୍କ ସମ୍ପର୍କରେ ତଥ୍ୟ ଦେଲେ ୨୫୦,୦୦୦ ଡଲାର ପୁରସ୍କାର ମିଳିବ।

author-image
Hemant Lenka
FBI

FBI

ଭାରତୀୟ ଯୁବକ ଭଦ୍ରେଶ କୁମାର ଚେତନଭାଇ ପଟେଲଙ୍କ ସମ୍ପର୍କରେ ତଥ୍ୟ ଦେଲେ ଆମେରିକାର ସବୁଠାରୁ ବଡ଼ ତଦନ୍ତକାରୀ ସଂସ୍ଥା ଏଫବିଆଇ ଦେବ ୨.୧ କୋଟି ଟଙ୍କାର ପୁରସ୍କାର। ଏଫବିଆଇର ୧୦ ମୋଷ୍ଟୱାଣ୍ଟେଡ ଅପରାଧୀଙ୍କ ତାଲିକାରେ ଭଦ୍ରେଶ କୁମାରଙ୍କ ନାଁ ରହିଛି। ତେଣୁ ତାଙ୍କୁ ଧରିବା ପାଇଁ ଏବେ ଏଫବିଆଇ ଲୋକଙ୍କ ସହାୟତା ଲୋଡ଼ିଛି।

Advertisment

ଏଫବିଆଇ ଭଦ୍ରେଶ କୁମାରଙ୍କ ଏକାଧିକ ଫଟୋ ଜାରି କରି କହିଛି ଯେ ୧୦ ମୋଷ୍ଟୱାଣ୍ଟେଡ ପଳାତକଙ୍କ ମଧ୍ୟରେ ଥିବା ଏହି ଯୁବକଙ୍କ ସମ୍ପର୍କରେ ତଥ୍ୟ ଦେଲେ ୨୫୦,୦୦୦ ଡଲାର ପୁରସ୍କାର ମିଳିବ। ସେ ତାଙ୍କ ପତ୍ନୀଙ୍କୁ ଡନଟ(ମିଠା ବରା) ଦୋକାନରେ ହତ୍ୟା କରିଥିଲେ। ୨୦୧୫ ଏପ୍ରିଲ ୧୨ରେ ହାନଓଭର ଠାରେ ଏହି ଘଟଣା ଘଟିଥିଲା ବୋଲି ଏଫବିଆଇ କହିଛି।

Advertisment

୨୦୧୫ରେ ଭଦ୍ରେଶ କୁମାର ଓ ତାଙ୍କ ପତ୍ନୀ ପଲକ ମିଳିତ ଭାବେ ହାନଓଭର ଠାରେ ଥିବା ମିଠା ବରା ଦୋକାନରେ କାମ କରୁଥିଲେ। ଏପ୍ରିଲ ୧୨ ତାରିଖ ରାତିରେ ଭଦ୍ରେଶ କୁମାର ଦୋକାନ ପଛରେ ଥିବା ରୁମରେ ପଲକଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ।

ପୂରା ଘଟଣା ସିସିଟିଭିରେ କଏଦ ହୋଇଥିଲା। ସେତେବେଳେ ଭଦ୍ରେଶ କୁମାରଙ୍କୁ ୨୪ ବର୍ଷ ବୟସ ହୋଇଥିଲା। ତାଙ୍କ ବିରୋଧରେ ଏକାଧିକ ସାଂଘାତିକ ଦଫା ଲାଗିଥିଲେ ହେଁ ସେ ଏଯାଏ ଧରା ପଡ଼ିନାହାନ୍ତି। ୨୦୧୫ ଏପ୍ରିଲ ମାସରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିଲା।

ଏବେ ଏଫବିଆଇ ତାଙ୍କୁ ଧରିବା ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛି।

USA FBI