ଭାରତୀୟ ଯୁବକ ଭଦ୍ରେଶ କୁମାର ଚେତନଭାଇ ପଟେଲଙ୍କ ସମ୍ପର୍କରେ ତଥ୍ୟ ଦେଲେ ଆମେରିକାର ସବୁଠାରୁ ବଡ଼ ତଦନ୍ତକାରୀ ସଂସ୍ଥା ଏଫବିଆଇ ଦେବ ୨.୧ କୋଟି ଟଙ୍କାର ପୁରସ୍କାର। ଏଫବିଆଇର ୧୦ ମୋଷ୍ଟୱାଣ୍ଟେଡ ଅପରାଧୀଙ୍କ ତାଲିକାରେ ଭଦ୍ରେଶ କୁମାରଙ୍କ ନାଁ ରହିଛି। ତେଣୁ ତାଙ୍କୁ ଧରିବା ପାଇଁ ଏବେ ଏଫବିଆଇ ଲୋକଙ୍କ ସହାୟତା ଲୋଡ଼ିଛି।
ଏଫବିଆଇ ଭଦ୍ରେଶ କୁମାରଙ୍କ ଏକାଧିକ ଫଟୋ ଜାରି କରି କହିଛି ଯେ ୧୦ ମୋଷ୍ଟୱାଣ୍ଟେଡ ପଳାତକଙ୍କ ମଧ୍ୟରେ ଥିବା ଏହି ଯୁବକଙ୍କ ସମ୍ପର୍କରେ ତଥ୍ୟ ଦେଲେ ୨୫୦,୦୦୦ ଡଲାର ପୁରସ୍କାର ମିଳିବ। ସେ ତାଙ୍କ ପତ୍ନୀଙ୍କୁ ଡନଟ(ମିଠା ବରା) ଦୋକାନରେ ହତ୍ୟା କରିଥିଲେ। ୨୦୧୫ ଏପ୍ରିଲ ୧୨ରେ ହାନଓଭର ଠାରେ ଏହି ଘଟଣା ଘଟିଥିଲା ବୋଲି ଏଫବିଆଇ କହିଛି।
The #FBI offers a reward of up to $250,000 for info leading to the arrest of Ten Most Wanted Fugitive Bhadreshkumar Chetanbhai Patel, wanted for allegedly killing his wife while they were working at a donut shop in Hanover, Maryland, on April 12, 2015: https://t.co/tCZ0Fde7WQ pic.twitter.com/GGLK4dBLhA
— FBI Most Wanted (@FBIMostWanted) April 12, 2024
୨୦୧୫ରେ ଭଦ୍ରେଶ କୁମାର ଓ ତାଙ୍କ ପତ୍ନୀ ପଲକ ମିଳିତ ଭାବେ ହାନଓଭର ଠାରେ ଥିବା ମିଠା ବରା ଦୋକାନରେ କାମ କରୁଥିଲେ। ଏପ୍ରିଲ ୧୨ ତାରିଖ ରାତିରେ ଭଦ୍ରେଶ କୁମାର ଦୋକାନ ପଛରେ ଥିବା ରୁମରେ ପଲକଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ।
ପୂରା ଘଟଣା ସିସିଟିଭିରେ କଏଦ ହୋଇଥିଲା। ସେତେବେଳେ ଭଦ୍ରେଶ କୁମାରଙ୍କୁ ୨୪ ବର୍ଷ ବୟସ ହୋଇଥିଲା। ତାଙ୍କ ବିରୋଧରେ ଏକାଧିକ ସାଂଘାତିକ ଦଫା ଲାଗିଥିଲେ ହେଁ ସେ ଏଯାଏ ଧରା ପଡ଼ିନାହାନ୍ତି। ୨୦୧୫ ଏପ୍ରିଲ ମାସରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିଲା।
ଏବେ ଏଫବିଆଇ ତାଙ୍କୁ ଧରିବା ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛି।