ଅପ୍ରାକୃତିକ ସେକ୍ସ ପାଇଁ ବାଧ୍ୟ କରୁଥିଲେ ବନ୍ଧୁ, ଶେଷରେ ଏମିତି କିଛି କଲେ ଯୁବକ

ରାଜେଶଙ୍କ କହିବା କଥା ଯେ ପ୍ରମୋଦ ତାଙ୍କର ଭଲ ବନ୍ଧୁ ଥିଲେ। କିନ୍ତୁ ସେ ବାରମ୍ବାର ତାଙ୍କୁ ଅପ୍ରାକୃତିକ ସେକ୍ସ କରିବାକୁ ବାଧ୍ୟ କରୁଥିଲେ। ଏଥିରେ ବିରକ୍ତ ହୋଇ ସେ ପ୍ରମୋଦଙ୍କୁ ହତ୍ୟା କରିଥିବା ପୁଲିସ୍‌କୁ କହିଛନ୍ତି।

Delhi

representational image

Hemant Lenka
  • Published: Tuesday, 30 January 2024
  • Updated: 30 January 2024, 05:04 PM IST

Sports

Latest News

ବାରମ୍ବାର ଅପ୍ରାକୃତି ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ବନ୍ଧୁଙ୍କୁ ହତ୍ୟା କରିଛନ୍ତି ଜଣେ ୨୦ ବର୍ଷୀୟ ଯୁବକ। ଜାନୁଆରୀ ୧୭ରେ ଦେଶର ରାଜଧାନୀ ଦିଲ୍ଲୀରେ ଏପରି ଘଟଣା ଘଟିଥିବା ବେଳେ ପୁଲିସ୍‌ ଆଜି ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛି।

ଡିସିପି (ଉତ୍ତର) ମନୋଜ କୁମାର ମୀନା କହିଛନ୍ତି ଯେ ଜାନୁଆରୀ ୧୯ରେ କଶମେରେ ଗେଟ ପୁଲିସ୍‌ ଷ୍ଟେସନର ପିସିଆରକୁ ଗୋଟିଏ ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି କହିଥିଲେ ଯେ ଜଣେ ଯୁବକ କ୍ଷତାକ୍ତ ଅବସ୍ଥାରେ ମୋରି ଗେଟ ନିକଟ ଡିଡିଏ ପାର୍କର ନିଛାଟିଆ ସ୍ଥାନରେ ପଡ଼ି ରହିଛନ୍ତି।

Also Read

ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା। ଅଚିହ୍ନା ଯୁବକଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକଙ୍କ ମୁହଁରେ ଗଭୀର କ୍ଷତଚିହ୍ନ ଥିବା ବେଳେ ପାଟିରୁ ରକ୍ତ ବାହାରୁ ଥିଲା। ତାଙ୍କ ଆଖି ଉପରେ ମଧ୍ୟ କଟା ଦାଗ ରହିଥିଲା।

ପୁଲିସ୍‌ ଯୁବକଙ୍କୁ ସେତେବେଳେ ଚିହ୍ନ ପାରି ନଥିଲା। ତଥାପି ଉତ୍ତର ଜିଲ୍ଲା ଓ ଫରେନ୍ସିକ ସାଇନ୍ସ ଲ୍ୟାବ(ଏଫଏସ୍‌ଏଲ୍‌) ଟିମ ଘଟଣା ସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଥିଲା। ପ୍ରାଥମିକ ଯାଞ୍ଚ ପରେ ସୁବଜି ମଣ୍ଡି ସ୍ଥିତ ଶବାଗାରକୁ ମୃତଦେହକୁ ପଠାଇ ଦିଆଯାଇଥିଲା। ଏହାପରେ ପୁଲିସ୍‌ ଦୋଷୀକୁ ଧରିବା ପାଇଁ ଉଦ୍ୟମ କରିଥିଲା।

ତଦନ୍ତ ବେଳେ ପୁଲିସ୍‌ ଖୋୟା ମଣ୍ଡି, ମୋରି ଗେଟ ଅଫ କଶମେରେ ଓ ଆଉ କିଛି ସ୍ଥାନରେ ଲାଗିଥିବା ୫୦ରୁ ଅଧିକ ସିସିଟିଭିକୁ ଯାଞ୍ଚ କରିଥିଲା। କିନ୍ତୁ ତଦନ୍ତକାରୀ ଟିମକୁ କୌଣସି ସଫଳତା ମିଳି ନଥିଲା। ଶେଷରେ ମୃତକଙ୍କ ପରିଚୟ ହାସଲ ପାଇଁ ସ୍ଥାନୀୟ ଗୁପ୍ତଚରମାନଙ୍କୁ ନିୟୋଜିତ କରାଯାଇଥିଲା। ତଦନ୍ତରେ ପ୍ରାୟ ୧୦୦ରୁ ଅଧିକ ଲୋକ ଓ ପୁଲିସ୍‌ ସାମିଲ ହୋଇଥିଲେ।

ବେଶ କିଛି ଦିନର ଯାଞ୍ଚ ପରେ ମୃତକଙ୍କ ପରିଚୟ ମିଳିଥିଲା। ମୃତକ ଜଣଙ୍କ ହେଲେ ପ୍ରମୋଦ କୁମାର ଶୁକ୍ଳା। ତାଙ୍କ ଘର ଉତ୍ତର ପ୍ରଦେଶର ଜାଲୋନ ଜିଲ୍ଲା ରୁଦ୍ରପୁରା ଗାଁରେ। ସେ ଦିଲ୍ଲୀର ଖୋୟା ମଣ୍ଡିରେ ଥିବା ରାକେଶ କୁମାରଙ୍କ ଦୋକାନରେ କାମ କରୁଥିଲେ। ରାଣୀ ବାସେରାରେ ସେ ରହୁଥିଲେ।

ପୁଲିସ୍‌ ପ୍ରମୋଦଙ୍କ ମୋବାଇଲର ଆଇଏମଇଆଇ ନମ୍ବର ହାସଲ କରି ତା’ର ଯାଞ୍ଚ କରିଥିଲା। ଏହି ସମୟରେ ରାଜେଶ ନାମକ ଜଣେ ଯୁବକଙ୍କ ଫୋନ ନମ୍ବର ସେଠାରୁ ମିଳିଥିଲା। ରାଜେଶଙ୍କ ଘର ବିହାରର ମାଧେପୁରା ଅଞ୍ଚଳରେ। ତଦନ୍ତ ବେଳେ ଜଣେ ବ୍ୟକ୍ତି ସାମ୍ନାକୁ ଆସିବା ସହ ପ୍ରମୋଦଙ୍କୁ ଶେଷ ଥର ପାଇଁ ସେ ରାଜେଶଙ୍କ ସହ ଦେଖିଥିଲେ ବୋଲି କହିଥିଲେ। ରାଜେଶ ଓ ପ୍ରମୋଦ ଦୁଇ ବନ୍ଧୁ ଥିଲେ ଓ ସେମାନେ ଏକାଠି ରାଣୀ ବାସେରା ଠାରା ରହୁଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଥିଲା।

ଜାନୁଆରୀ ୧୭ରେ ପ୍ରମୋଦ ଓ ରାଜେଶଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ମଧ୍ୟ ପୁଲିସ୍‌ ଖବର ପାଇଥିଲା। ତେଣୁ ରାଜେଶଙ୍କୁ ଧରିବାକୁ ପୁଲିସ୍‌ ଉଦ୍ୟମ କରିଥିଲା। କିନ୍ତୁ ୧୭ ତାରିଖରୁ ରାଜେଶ ଉକ୍ତ ଅଞ୍ଚଳ ଛାଡ଼ି ଫେରାର ହୋଇଯାଇଥିଲେ।

ପୁଲିସ୍‌ ମୋବାଇଲ ଟ୍ରାକିଂ ଓ ଅନ୍ୟାନ୍ୟ ସର୍ଭେଲାନ୍ସର ବ୍ୟବହାର କରି ଶେଷରେ ରାଜେଶଙ୍କୁ ଜାନୁଆରୀ ୨୬ରେ ବିହାରର ପାଟନାରୁ ଧରିଥିଲା। ସେଠାରୁ ତାଙ୍କୁ ଦିଲ୍ଲୀର କଶମେରେ ଗେଟ ପୁଲିସ୍‌ ଷ୍ଟେସନକୁ ଅଣାଯାଇ ଜେରା କରାଯାଇଥିଲା। ଜେରା ବେଳେ ‌ଅଭିଯୁକ୍ତ ରାଜେଶ ନିଜର ଅପରାଧକୁ ସ୍ୱୀକାର କରିଥିଲେ।

ଜାନୁଆରୀ ୧୭ରେ ରାଜେଶ ଓ ପ୍ରମୋଦ ଡିଡିଏ ପାର୍କ ନିକଟରେ ବିୟର ପିଇଥିଲେ। ମଦ ପିଇବା ପରେ ପ୍ରମୋଦ ବନ୍ଧୁ ରାଜେଶଙ୍କୁ ଅପ୍ରାକୃତି ସେକ୍ସ କରିବାକୁ ବାଧ୍ୟ କରିଥିଲେ। ଏହି ସମୟରେ ଡିଡିଏ ପାର୍କରେ ରାଜେଶ ଓ ପ୍ରମୋଦଙ୍କ ବ୍ୟତୀତ ଆଉ କେହି ବି ନଥିଲେ। ପ୍ରମୋଦଙ୍କ ପ୍ରସ୍ତାବକୁ ରାଜେଶ ପ୍ରତ୍ୟାଖ୍ୟାନ କରିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ରାଜେଶ ରାଗି ଯାଇ ପ୍ରମୋଦଙ୍କୁ ହତ୍ୟା କରିଥିଲେ ବୋଲି ପୁଲିସ କହିଛି।

ପ୍ରମୋଦଙ୍କୁ ହତ୍ୟା କରିବା ପରେ ରାଜେଶ ତାଙ୍କ ପକେଟରୁ ୧୮,୫୦୦ ଟଙ୍କା ଓ କିପ୍ୟାଡ ମୋବାଇଲ ଫୋନ ନେଇ ପଳାଇଥିଲେ। ପୁରୁଣା ଦିଲ୍ଲୀ ରେଳ ଷ୍ଟେସନରେ ସେ ମୋବାଇଲକୁ ୪୦୦ ଟଙ୍କାରେ ବିକ୍ରି କରିଥିଲେ। ଗିରଫଦାରୀରୁ ବର୍ତ୍ତିବା ପାଇଁ ରାଜେଶ ଟ୍ରେନ ଯୋଗେ ପଞ୍ଜାବର ଅମୃତସର ଚାଲି ଯାଇଥିଲେ।

ସେଠାରେ ପହଞ୍ଚିବା ପରେ ୧୦ ହଜାର ଟଙ୍କା ଦେଇ ଗୋଟିଏ ମୋବାଇଲ ଫୋନ କିଣିଥିଲେ। ଅମୃତସରରେ କିଛି ଦିନ ରହିବା ପରେ ସେ ବିହାର ଚାଲି ଯାଇଥିଲେ। ସେଠାରୁ ପୁଲିସ୍‌ ତାଙ୍କୁ ୨୬ ତାରିଖରେ ଗିରଫ କରିଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story