Advertisment

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଅପହରଣ ପରେ ହତ୍ୟା, ଜଣେ ସାଙ୍ଗ ସମେତ ୩ ଗିରଫ

ପ୍ରଥମେ ଦେଖାସାକ୍ଷାତ କରିବା ପରେ ହଷ୍ଟେଲରେ ଛାଡିଥିଲେ। କିନ୍ତୁ ତା' ପରଦିନ ଅପହରଣ କରି ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ।

Representative Image

Representative Image

Advertisment

ପୁଣେର ଜଣେ ୨୨ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଅପହରଣ ପରେ ହତ୍ୟା। ଟଙ୍କା ପାଇଁ ଅପହରଣ କରି ହତ୍ୟା କରାଯାଇଥିବା ପୁଲିସର ସୂଚନା। ଏହି ମାମଲାରେ ପୁଲିସ ସମ୍ପୃକ୍ତ ଛାତ୍ରୀଙ୍କ ଜଣେ ସାଙ୍ଗଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି।

Advertisment

ସୂଚନା ଅନୁସାରେ, ଛାତ୍ରୀ ଜଣକ ପୁଣେର ୱାଗୋଲି ଅଞ୍ଚଳର ଏକ କଲେଜରେ ଇଞ୍ଜିନିୟରିଂ ପଢୁଥିଲେ। ମାର୍ଚ୍ଚ ୨୯ରେ ସେ ତାଙ୍କର ଜଣେ ପୁରୁଷ ବନ୍ଧୁ ଏବଂ ଅନ୍ୟ ଦୁଇଜଣଙ୍କୁ ଭେଟିଥିଲେ। ଏହାପରେ ସେମାନେ ତାଙ୍କୁ ହଷ୍ଟେଲରେ ଛାଡି ଦେଇଥିଲେ। କିନ୍ତୁ ପର ଦିନ ମାର୍ଚ୍ଚ ୩୦ରେ ତାଙ୍କର କୌଣସି ଖୋଜ୍ ଖବର ମିଳିନଥିଲା।

ଝିଅ ସହ ଯୋଗାଯୋଗ ହୋଇନପାରିବାରୁ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଅପହରଣ ଏବଂ ହତ୍ୟାର ପର୍ଦ୍ଦାଫାସ କରିଛି ପୁଲିସ। 

Advertisment

ପୁଲିସ କହିଛି ଯେ, ଯେଉଁ ବନ୍ଧୁ ଏବଂ ଅନ୍ୟ ଦୁଇ ଜଣ ତାଙ୍କୁ ୨୯ ମାର୍ଚ୍ଚରେ ଦେଖା କରିଥିଲେ ସେମାନେ ପୁନର୍ବାର ୩୦ ମାର୍ଚ୍ଚରେ ଭେଟିଥିଲେ। କିନ୍ତୁ ସେଦିନ ହଷ୍ଟେଲରେ ନଛାଡି ଅନ୍ୟତ୍ର ନେଇ ଯାଇଥିଲେ। ତାଙ୍କ ସେଲ୍ ଫୋନ୍ ସିମ୍ ଫିଙ୍ଗି ଦେବା ସହ ପରିବାର ଲୋକଙ୍କୁ ୯ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ।

ଟଙ୍କା ପହଞ୍ଚିବା ପୂର୍ବରୁ ଗଳାକାଟି ହତ୍ୟା କରିବା ପରେ ଅହମ୍ମଦନଗର ଉପକଣ୍ଠରେ ପୋତି ଦେଇଥିଲା। ଯାଞ୍ଚ ସମୟରେ ପୂରା ଘଟଣା ସାମ୍ନାକୁ ଆସିଛି। ଏହି ମାମଲାରେ ଜଣେ ସାଙ୍ଗ ସମେତ ଅନ୍ୟ ୨ ଜଣଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।  

Murder Crime Kidnap Engineering Student Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe