Advertisment

ଅଭିଯୁକ୍ତଙ୍କ ଆକ୍ରମଣରେ ମହିଳା ପୁଲିସ ଅଧିକାରୀଙ୍କ ଫାଟିଲା ମୁଣ୍ଡ, କଟକ ଏସ୍‌ସିବିରେ ଭର୍ତ୍ତି

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଶିରୋଳ ଗ୍ରାମରେ ଏକ ମାମଲାର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଯାଇଥିବା ପୁଲିସ ଟିମ ଉପରେ ମରଣାନ୍ତକ ଆକ୍ରମଣ।

ଅଦ୍ୟତନ ହୋଇଛି
injured ASI and SI

injured ASI and SI

Advertisment

ଏକ ମାମଲାର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଶିରୋଳ ଗ୍ରାମକୁ ଯାଇଥିବା ପୁଲିସ ଟିମ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ତିର୍ତ୍ତୋଲ ଥାନାର ଏଏସଆଇ ସୁଷମା ମୁଦୁଲି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ପଛ ପାଖରେ ବଡ଼ କ୍ଷତ ହୋଇଛି। ସେହିପରି ଆକ୍ରମଣରେ ଏସ୍‌ଆଇ ନିଲମ ସୋରେଙ୍ଗ ମଧ୍ୟ ଆହତ ହୋଇଛନ୍ତି। ଏନେଇ ତିର୍ତ୍ତୋଲ ଏସଡିପିଓ ପ୍ରଶାନ୍ତ କୁମାର ମାଝି ସୂଚନା ଦେଇଛନ୍ତି। 

Advertisment

ସେ କହିଛନ୍ତି, ଗତମାସ ୭ ତାରିଖରେ ଶିରୋଳ ଗ୍ରାମର ପ୍ରସନ୍ନ ଲେଙ୍କାଙ୍କ ପରିବାର ଉପରେ କିଛି ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ ଓ ତାଙ୍କ ଘରେ ଭଙ୍ଗାରୁଜା କରିବା ସହ ଜିନିଷ ପତ୍ର ପୋଡାଜଳା କରିଥିଲେ। ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ମାତ୍ର ଜଣଙ୍କୁ ଗିରଫ କରିଥିଲା ବେଳେ ଅନ୍ୟମାନେ ଫେରାର ଥିଲେ। ଏହି ଅଭିଯୁକ୍ତମାନେ ଗାଁରେ ପହଞ୍ଚିଥିବା ଖବର ପାଇ ପୁଲିସ ଗତରାତିରେ ଚଢ଼ାଉ କରିଥିଲା।

ଅଭିଯୁକ୍ତମାନଙ୍କୁ ଗିରଫ କରିବା ବେଳେ ଅଭିଯୁକ୍ତଙ୍କ ସହିତ ଆଉକିଛି ଗ୍ରାମବାସୀ ମିଶି ପୁଲିସ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଜଣେ ମହିଳା ଏଏସ୍‌ଆଇ ଗୁରୁତର ହୋଇ ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର ହୋଇଛନ୍ତି। ସେହିପରି ଅନ୍ୟଜଣେ ପୁଲିସ ଅଧିକାରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଏହି ଆକ୍ରମଣ ଘଟଣାରେ ୫ ଜଣଙ୍କୁ ପୁଲିସ ଗିରଫ କରିଛି।

Advertisment

ସେପଟେ ଏହି ଘଟଣାକୁ ନେଇ ଶିରୋଳ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି।

Odisha Police Attack On Police Jagatsinghpur Criminal Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe