Advertisment

କୋଭିଡ ଫିଲ୍ଡ ହସ୍ପିଟାଲ ଅର୍ଥ ହେରଫେର, ଡାନ୍ସ ବାର୍‌ରେ ଉଡ଼ାଇଛନ୍ତି ୨୫ ଲକ୍ଷ

କୋଭିଡ ଫିଲ୍ଡ ହସ୍ପିଟାଲର ମନି ଲଣ୍ଡରିଂ ମାମଲାର ସାମ୍ନାକୁ ଆସିଲା ରୋଚକ ତଥ୍ୟ। ମାମଲାରେ ଲାଞ୍ଚ ଭାବେ ଟଙ୍କା ନେଇଥିବା ଜଣେ ଅଭିଯୁକ୍ତ ୨୫ ଲକ୍ଷ ଟଙ୍କା ଡାନ୍ସ ବାର୍‌ରେ ଉଡ଼ାଇ ଦେଇଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
ED

ED

ମୁମ୍ବାଇ କୋଭିଡ ଫିଲ୍ଡ ହସ୍ପିଟାଲର ମନି ଲଣ୍ଡରିଂ ମାମଲାର ସାମ୍ନାକୁ ଆସିଲା ରୋଚକ ତଥ୍ୟ। ମାମଲାରେ ଲାଞ୍ଚ ନେଇଥିବା ଜଣେ ଅଭିଯୁକ୍ତ ୨୫ ଲକ୍ଷ ଟଙ୍କା ଡାନ୍ସ ବାର୍‌ରେ ଉଡ଼ାଇ ଦେଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ସୂତ୍ରରୁ ପ୍ରକାଶ। ଲାଞ୍ଚ ନେଇଥିବା ଟଙ୍କାକୁ ଜଣେ ଅଭିଯୁକ୍ତ ବାରରେ ଖର୍ଚ୍ଚ କରିଦେଇଥିବା କୁହାଯାଉଛି। କିଛିଦିନ ତଳେ ଫିଲ୍ଡ ହସ୍ପିଟାଲ ଅର୍ଥ ହେରଫେର ମାମଲାରେ ଇଡି ସଂସଦର ସେନା ୟୁବିଟି ସଦସ୍ୟ ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀ ସୁଜିତ ପାଟକର ଏବଂ କୋଭିଡ ଫିଲ୍ଡ ହସ୍ପିଟାଲର ଡିନ୍ କିଶୋର ବିସୁରଙ୍କୁ ଗିରଫ କରିଥିଲା।

Advertisment

ଗିରଫ ପରେ ବିଏମସି କର୍ମଚାରୀଙ୍କ ସମେତ ଏହି ଘଟଣାରେ ସନ୍ଦିଗ୍ଧ ତଥା ଅଭିଯୁକ୍ତଙ୍କ ବିବୃତ୍ତି ରେକର୍ଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପଚରାଉଚରା ବେଳେ ଉକ୍ତ ବ୍ୟକ୍ତି ସ୍ୱୀକାର କରିଛନ୍ତି ଯେ, ସେ ପାଟକର ଏବଂ ତାଙ୍କ ସହଯୋଗୀଙ୍କଠାରୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ ଏବଂ ଏହି ସମସ୍ତ ଟଙ୍କାକୁ ସେ ଡ୍ୟାନ୍ସ ବାରରେ ଖର୍ଚ୍ଚ କରିଦେଇଥିବା ଇଡି ସୂତ୍ରରୁ ପ୍ରକାଶ ପାଇଛି।

ସୂଚନା ଅନୁସାରେ, ପାଟକର, ତିନି ଜଣ ସେୟାର ହୋଲ୍ଡରଙ୍କ ସହ ୨୦୨୦ରେ ଏକ 'ଲାଇଫ୍ ଲାଇନ୍ ହସ୍ପିଟାଲ୍ ମ୍ୟାନେଜମେଣ୍ଟ ସର୍ଭିସେସ୍' ଗଠନ କରିଥିଲେ ଏବଂ କୋଭିଡ୍ ପଜିଟିଭ୍ ରୋଗୀଙ୍କ ପାଇଁ ଦହିସରରେ ଫିଲ୍ଡ ହସ୍ପିଟାଲ୍ ପରିଚାଳନା ପାଇଁ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ପରେ ଅଭିଯୁକ୍ତମାନେ ଫିଲ୍ଡ ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟସେବା କର୍ମଚାରୀ ଯୋଗାଉ ନଥିବା ଅଭିଯୋଗ ହୋଇଥିଲା। ବିଏମସିରେ ଦାଖଲ ହୋଇଥିବା ଆର୍ଥିକ ବିଲରେ ମଧ୍ୟ ଘୋଟାଲା ହୋଇଥିଲା।

Advertisment

ବିଲରେ ଫିଲ୍ଡ ହସ୍ପିଟାଲ ପାଇଁ ୩୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଉଲ୍ଲେଖ କରାଯାଇ ଥିବାବେଳେ ବାସ୍ତବରେ କିନ୍ତୁ ହସ୍ପିଟାଲ୍ ପରିଚାଳନା ପାଇଁ ୮ କୋଟି ଖର୍ଚ୍ଚ କରାଯାଇଛି ଏବଂ ଅବଶିଷ୍ଟ ଟଙ୍କାକୁ ଅନ୍ୟ ଉଦ୍ଦେଶ୍ୟରେ ବିନିଯୋଗ କରାଯାଇଥିବା ଜଣାପଡ଼ିଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପାଟକର ବହୁ ପରିମାଣର ଅର୍ଥ ହେରଫେର୍ କରିଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। କେନ୍ଦ୍ରୀୟ ଏଜେନ୍ସି ଇଡି କହିଛି ଯେ, ସେ ତାଙ୍କ ଫାର୍ମର କର୍ମଚାରୀମାନଙ୍କୁ ଜମ୍ବୁ କୋଭିଡ ସେଣ୍ଟରରେ ରୋଗୀଙ୍କ ଉପସ୍ଥାନ ସଂଖ୍ୟାରେ ଜାଲିଆତି କରିଛନ୍ତି। ଡକ୍ଟର ବିସୁର ଏବଂ ଅନ୍ୟ ବିଏମସି ଅଧିକାରୀଙ୍କ ସହ ମିଶି ପାଟକର ଏହି ଜାଲିଆତି କରିଛନ୍ତି।

ଏହି ଅର୍ଥର ଏକ ଅଂଶ ସେଲ୍ କମ୍ପାନୀ ମାଧ୍ୟମରେ ଉଠାଣ କରାଯାଉଥିଲା ଏବଂ ଏହି ଠକେଇରେ ସହାୟତା କରିଥିବା ବିଏମସି ଅଧିକାରୀଙ୍କୁ ଲାଞ୍ଚ ଭାବେ ଦିଆଯାଉଥିଲା। ପାଟକରଙ୍କ ଜଣେ ସହଯୋଗୀ ଅଭିଯୋଗ କରିଛନ୍ତି ଯେ, ଏହି ହେରଫେରରେ ବିଏମସି ଅଧିକାରୀମାନେ ସିଧାସଳଖ ଜଡ଼ିତ ନଥିଲେ। ଫିଲ୍ଡ ହସ୍ପିଟାଲର ଉଦଘାଟନ କରିଥିବା ସ୍ଥାନୀୟ ରାଜନୈତିକ ବ୍ୟକ୍ତିଙ୍କୁ ଟୋକନ୍ ଭାବରେ ଅଳ୍ପ ପରିମାଣର ଟଙ୍କା ମଧ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଅଭିଯୁକ୍ତମାନେ ଅପରାଧ ଆୟର ଅଂଶକୁ ନଗଦ ଆକାରରେ ସଂଗ୍ରହ କରିଥିଲେ, ଯାହା ସେଲ କମ୍ପାନୀରୁ ଉଠାଣ କରାଯାଇଥିଲା। ଡକ୍ଟର ବିସୁରଙ୍କୁ ନଗଦ ଟଙ୍କା ଦିଆଯିବା ସହ ତାଙ୍କ ଡ୍ରାଇଭରଙ୍କ ଆକାଉଣ୍ଟତୁ ମଧ୍ୟ ଟଙ୍କା ପଠାଯାଇଛି। 

Money Laundering Case Enforcement Directorate ED Case Scam Money Spent In Bar Field Hospital Scam